୬ ଜଣ ବୃତ୍ତିଧାରୀଙ୍କୁ ୬ ଲକ୍ଷ ଟଙ୍କା ଲେଖାଏ ବୃତ୍ତି ପ୍ରଦାନ

ବିଆଇପିଏଫ୍ ତରଫରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ୨୦୨୩ର ବିଜେତା ସମ୍ମାନିତ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍ ଲିମିଟେଡ଼ (ଇମ୍ଫା) ର ସାମାଜିକ ବିକାଶ
ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍‌) ପକ୍ଷରୁ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରଫେସର
ଘନଶ୍ୟାମ ଦାଶ (ପିଜିଡିଏସ୍‌) ବୃତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୧ାନିତ କରାଯାଇଛି ।
ଇଞ୍ଜିନିୟରିଂ, ମେଡିସିନ୍ ଏବଂ ଲିବରାଲ ଆର୍ଟସ୍ କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ କରିବା ପାଇଁ ପ୍ରତ୍ୟେକ ବର୍ଷ ୬ ଜଣ ମେଧାବୀ
ଛାତ୍ରଛାତ୍ରୀମାନଙ୍କୁ (ଓଡ଼ିଶାର ବାସିନ୍ଦା) ଏହି ବୃତି ପ୍ରଦାନ କରାଯାଇଥାଏ । ପିଜିଡିଏସ୍ ର ୧୯ତମ ସଂସ୍କରଣରେ ୪ ଜଣ ବୃତିଧାରୀ
ଯଥା ଶ୍ରୀ କେ.ଭି.ଏମ୍ ପ୍ରସନ୍ନ କୁମାରଙ୍କୁ ଆଇଆଇଆଇଟି ଧାରୱାଡ଼, ଶ୍ରୀ ପ୍ରିୟାଂଶୁ ପଣ୍ଡାଙ୍କୁ ଆଇଆଇଟି ମାଡ୍ରାସ୍‌, ଶ୍ରୀ ହିମାଂଶୁ ଶେଖର
ପାତ୍ରଙ୍କୁ ଆଇଜିଆଇଟି ସାରଙ୍ଗ ଏବଂ ସୁଶ୍ରୀ ପ୍ରିୟଙ୍କା ଦଳାଇଙ୍କୁ ଦୀନ ଦୟାଲ ଉପାଧ୍ୟୟ କଲେଜରେ ଇଂଞ୍ଜିନିୟରିଂ ପାଠ୍ୟକ୍ରମ ଓ ଅନ୍ୟ ୨
ଜଣ ଯଥା ଶ୍ରୀ ପ୍ରୟାସ ରାଉତ ଓ ସୁଶ୍ରୀ ଅଭିପ୍ସା ଚୌଧୁରୀଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସର ମେଡ଼ିସିନ୍ ବିଭାଗରେ ମେଡ଼ିକାଲ ଡିଗ୍ରୀ ପାଠ୍ୟକ୍ରମ
ପାଇଁ ଏହି ବୃତି ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ପ୍ରଫେସର (ଡଃ) ଆଶୁତୋଷ ବିଶ୍ୱାସ,
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ଟ୍ରଷ୍ଟି ତଥା ସିଇଓ ଶ୍ରୀମତି ପଣ୍ଡାଙ୍କ ସମେତ ବିଆଇଏଫ୍‌ର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ
ବୃତି ପାଇଥିବା ଛାତ୍ରଛାତ୍ରୀଙ୍କୁ ସ୧ାନିତ କରାଯାଇଥିଲା ।
ଏହି ବୃତି ଅନ୍ତର୍ଗତ ଏକାଡେମିକ୍ ଫି ର ୯୦ ପ୍ରତିଶତ ଓ ୪ ବର୍ଷ ମଧ୍ୟରେ ହେବାକୁଥିବା ଅନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତ୍ୟେକ ବୃତିଧାରୀଙ୍କୁ ୬
ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।
ଆର୍ଥିକ ସହାୟତା ବ୍ୟତୀତ ବୃତିଧାରୀମାନେ ବିଆଇପିଏଫ୍ ଦ୍ୱାରା ପରିଚାଳିତ ଏକ ସ୍ୱତବ ମେଂଟରସିପ୍ କାର୍ଯ୍ୟକ୍ରମ “ଉତ୍ସାହ” ପାଇଁ ମଧ୍ୟ
ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଇମ୍ଫାର କର୍ମଚାରୀ ସ୍ୱେଚ୍ଛାସେବା ଯୋଜନା ଅନ୍ତର୍ଗତ ଏହାର ଅଧିକାରୀମାନଙ୍କ ଦ୍ୱାରା
ବୃତିଧାରୀ ଛାତ୍ରଛାତ୍ରୀମାନଙ୍କ ମାର୍ଗଦର୍ଶନ କରାଯିବ । ଏହି ମାର୍ଗଦର୍ଶନ ଅନ୍ତର୍ଗତ ଏକ ସୁଚିନ୍ତିତ ଶୈଳୀରେ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ
ପରାମର୍ଶ, ନୀତିଗତ ସହାୟତା, ଶିକ୍ଷା ଉପରେ ଗୁରୁତ୍ୱକୁ ସୁଦୃଢ କରିବା, ସେମାନଙ୍କ ଅର୍ନ୍ତନିହିତ ଗୁଣର ବିକାଶ, ନେଟୱର୍କିଂର ସୁଯୋଗ
ଓ ଦକ୍ଷତା ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ।
ଏହି ଅବସରରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ଟ୍ରଷ୍ଟି ତଥା ସିଇଓ ଶ୍ରୀମତି ପଣ୍ଡା କହିଛନ୍ତି ଯେ, “ଶିକ୍ଷା ଦ୍ୱାରା ସମାଜରେ
ପରିବର୍ତନ ଅଣାଯାଇପାରିବ । ଏକ ପ୍ରଗତିଶୀଳ-ଅର୍ନ୍ତଭୁକ୍ତକାରୀ-ନ୍ୟାୟୋଚିତ ସମାଜ ଗଠନ ଲକ୍ଷ୍ୟରେ ପିଜିଡିଏସ୍‌ର ଆରମ୍ଭ

କରାଯାଇଛି । ଏହି ବୃତିରେ ସମ୍ମାନିତ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସାମାଜିକ ଅର୍ଥନୈତିକ-ପ୍ରତିବନ୍ଧକରୁ ମୁକ୍ତ କରିବା ଲକ୍ଷ୍ୟରେ ଆମ
ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ଛାତ୍ରବୃତିର ପରିକଳ୍ପନା କରାଯାଇଛି” ।
ଏହି କାର୍ଯ୍ୟକ୍ରମରେ ସ୧ାନିତ ଅତିଥି ଭାବେ ଯୋଗ ଦେଇଥିବା ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ପ୍ରଫେସର
(ଡଃ) ଆଶୁତୋଷ ବିଶ୍ୱାସ “ପ୍ରକୃତ ସଫଳତା ହାସଲ ପାଇଁ ସଚୋ…ତା ଓ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ । ଜୀବନରେ
ଶିକ୍ଷାଗତ ଉତ୍କର୍ଷତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ସାମାଜରେ ନିଜର ଯୋଗଦାନ ଦ୍ୱାରା ଏହି ସଫଳତାକୁ ଦୀର୍ଘସ୍ଥାୟୀ
କରାଯାଇପାରିବ ଓ ମାନବତାର ପ୍ରେତ୍ସାହାନ ମାଧ୍ୟମରେ ନିଜର ଶିକ୍ଷାଗତ ପ୍ରୟାସକୁ ସନ୍ତୁଳିତ କରି ଏକ ପ୍ରଭାବୀ ପଦକ୍ଷେପସ୍ୱରୁପ
ସାଧାରଣ ଜନତାଙ୍କ ପାଇଁ ସକ୍ରିୟତାର ସହିତ କାର୍ଯ୍ୟ କରିବା ଉଚିତ ବୋଲି ସେ ମତ ଦେଇଥିଲେ” ।
୨୦୦୫ ମସିହାରୁ ଇମ୍ଫା ପକ୍ଷରୁ ଆରମ୍ଭ ହୋଇଥିବା ଏହି ମେଧା ବୃତି ଖ୍ୟାତିସମ୍ପନ୍ନ ଐତିହାସିକ ସ୍ୱର୍ଗତ ପ୍ରଫେସର ଘନଶ୍ୟାମ ଦାଶ
(ସ୍ୱର୍ଗତ ଇଲା ପଣ୍ଡାଙ୍କ ପିତା) ଙ୍କ ନାମରେ ନାମିତ କରାଯାଇଛି । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା

ମାଧ୍ୟମରେ ସମାନ ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ବିଆଇପିଏଫ୍ ୱେବ୍‌ସାଇଟ୍ ମାଧ୍ୟମରେ ପିଜିଡିଏସ୍‌-
୨୦୨୪ ନିମନ୍ତେ ଅଗଷ୍ଟ ମାସରୁ ଆବେଦନ ପଦ୍ର ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *