କରଞ୍ଜିଆ ରେ ନିର୍ମାଣ ହୋଇଥବା ଭେଣ୍ଡିଙ୍ଗ ଜୋନ ଏବେ ହାଣ୍ଡିଆ ଜୋନ ରେ ପରିଣତ
କରଞ୍ଜିଆ, (ପ୍ରବାହ ନ୍ୟୁଜ୍)- କରଞ୍ଜିଆ ପୌପରିଷଦ ରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ ଏକ ପ୍ରକାର ପ୍ରହସନ ଏବେ ଭେଣ୍ଡିଂଜୋନ ହାଣ୍ଡିଆ ଜୋନ ରେ ପରିଣତ ହୋଇଛି। ଏହି ସହର ର ନୂଆ ବସଷ୍ଟାଣ୍ଡ ପାଖରେ ଦୁଇ କଡରେ କିଛି ବ୍ୟବସାଇ ଉଠା ଦୋକାନ ଖୋଲି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ଏଥିରୁ ପୌରପରିଷଦ ପ୍ରତ୍ୟେକ ଦିନ ଟିକସ ନେଵାର ବି ନଜର ଅଛି ହେଲେ ରାସ୍ତା କଡରେ ଦୋକାନ ଥିବାରୁ ଟ୍ରାଫିକ ଜାମ ହେଉଥିବା ଦର୍ଶାଇ ବହୁଦିନ ଆଗରୁ ପ୍ରଶାସନ ଉଠା ଦୋକାନୀ ଙ୍କୁ ଉଛେଦ କରିବାକୁ ନୋଟିସ ଦେଇଥିଲେ ହେଲେ ଦୋକାନୀ ମାନେ ନିଜସଙ୍ଘ ମାଧ୍ୟମରେ ଆଗେ ଥଇଥାନ ପରେ ଉଚ୍ଛେଦ ଦାବି କରି ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି,ଜିଲ୍ଲାପାଳ ଙ୍କ ପର୍ୟ୍ୟନ୍ତ ଫେରାଦ ହୋଇଥିଲେ ତେଣୁ ଉଠା ଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ ପୌର ପ୍ରଶାସନ ଭେଣ୍ଡିଂ ଜୋନ ନିର୍ମାଣ କରିବାକୁ ଯୋଜନା କଲା ଓ ତା-୨୨-୬-୧୯ ରିଖ ଦିନ ପୌର କାର୍ଯ୍ୟାଳୟ ପାଖ ଜାଗା ରେ ଭେଣ୍ଡିଂ ଜୋନ ନିର୍ମାଣ କରିବାକୁ କରଞ୍ଜିଆ ର ତତ୍କାଳୀନ ବିଧାୟିକା ବାସନ୍ତୀ ହେମ୍ବ୍ରମ ଙ୍କ ହସ୍ତ ରେ ଶିଳାନ୍ୟାସ ହୋଇଥଲା ଏବଂ ଶିଳାନ୍ୟାସ ର ଏକମାସ ପରେ ଅର୍ଥାତ ୨୨/୭/୧୯ ରେ ଭେଣ୍ଡିଂ ଜୋନ ର ନିର୍ମାଣ ଶେଷ କରି ହିତାଧିକାରୀଙ୍କୁ ହସ୍ତାନ୍ତର କରିବାର ପ୍ରତିଶ୍ରୁତି ହୋଇଥିଲା ହେଲେ ନିର୍ମାଣ ଶେଷ ହେବାର ୫ ବର୍ଷ ପୁରିଲାଣି ଭେଣ୍ଡିଂ ଜୋନ କାହାରିକାମ ରେ ଲାଗିଲା ନାହିଁ ବରଞ୍ଚ କଳଙ୍କି ଲାଗି ଖତ ହୋଇଗଲା। ପୁଣି ନୂଆ କାଉନସିଲ ଗଠନ ହେଲା ନୂଆ କାଉନସିଲ ଭେଣ୍ଡିଂ ଜୋନ ନିର୍ମାଣ ହୋଇଥିବା ସ୍ଥାନରୁ କେବିନ ଗୁଡିକୁ ସ୍ଥାନାନ୍ତର କରି ନୂଆ ବସଷ୍ଟାଣ୍ଡ ରେ ରଖାଗଲା ଏବଂ କିଛି ଦୋକାନୀ ଙ୍କୁ ଥଇଥାନ ନିମନ୍ତେ ଆବଣ୍ଟନ ହେଲା ହେଲେ କେବିନ ଅବସ୍ଥା ଦୟନିୟ ଥିବାରୁ କେହି ଦୋକାନ ଖୋଲିବାକୁ ରାଜି ହୋଇନଥିବାର ଦେଖିବାକୁ ମିଳିଛି। କେବିନ ଗୁଡିକ କାର୍ଯ୍ୟରେ ଲାଗିଲା ନାହିଁ ସେଠାରେ ଏବେ ଉଠା ଦୋକାନୀମାନେ ମାଛ ଓ ହାଣ୍ଡିଆ ବିକ୍ରୀ କଲେଣି । ଏବେ ରାଜ୍ୟ ରେ ନୂତନ ସରକାର କେତେବେଳେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ କିଏ ଜାଣିଛି, ଉଠା ଦୋକାନୀ ସବୁ କୁଆଡେ ଯିବେ ।ତେବେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ କାହାସ୍ୱାର୍ଥରେ ଲାଗିବ ବୋଲି ପ୍ରଶ୍ନ ଉଠିଛି ।ଉଚ୍ଛେଦ ପୂର୍ବରୁ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ ବଣ୍ଟନ କରିବା ସହିତ ବାଦ ପଡୁଥିବା ଦୋକାନୀ ଭାଇଙ୍କ ନିମନ୍ତେ ଭେଣ୍ଡିଂ ଜୋନ ନିର୍ମାଣ କରି ଥଇଥାନ କରିବାକୁ ଦାବି ।