‘ଟାଟା ଷ୍ଟିଲ୍ ୱାର୍ଲଡ ୨୫କେ ଦୌଡ’ ୨୦୨୪ ଡିସେମ୍ବର ୧୫ରେ କୋଲକାତାରେ ଅନୁଷ୍ଠିତ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ପୂର୍ବ ଭାରତର ସବୁଠାରୁ ବଡ଼ କ୍ରୀଡ଼ା କାର୍ଯ୍ୟକ୍ରମ ନୂଆ ରୂପ ଧାରଣ କରିଥିବା ଉଲ୍ଲାସର ସହର ଭାବେ ପରିଚିତ କୋଲକାତା ଏବେ ସମ୍ମାନଜନକ ବିଶ୍ୱ ଆଥଲେଟିକ୍ସ ଗୋଲ୍‌ଡ ଲାବେଲ୍ ଦୌଡ ମାନ୍ୟତା ହାସଲ କରିଥିବା ‘ଟାଟା ଷ୍ଟିଲ୍ ୱାର୍ଲଡ୍ ୨୫କେ’ କୋଲକାତାରେ ଅନୁଷ୍ଠିତ ହେବାକୁଯାଉଛି । ୨୦୨୪ ଡିସେମ୍ବର ୧୫ରେ ଏହି ଦୌଡ଼ ଆୟୋଜନ ହେବ । ଏହା ହେଉଛି ବିଶ୍ୱର ସବୁଠୁ ବିତଶାଳୀ ଦୌଡ଼ ଯେଉଁଥିରେ ପୁରସ୍କାର ରାଶି ପରିମାଣ ହେଉଛି ୧,୪୨,୨୧୪ ଆମେରିକୀୟ ଡଲାର ।

ଟାଟା ଷ୍ଟିଲ ୱାର୍ଲଡ ୨୫କେ କୋଲକାତାରେ ପ୍ରତ୍ୟକ୍ଷ ଓ ଭର୍ଚୁଆଲ ପଞ୍ଜୀକରଣ ୨୦୨୪ ସେପ୍େଟମ୍ବର ୧୯ ସକାଳ ୭ଟାରୁ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଗ୍ଧବଗ୍ଧବଗ୍ଦଗ୍ଧରରକ୍ଷଙ୍ଗକ୍ଟକ୍ସକ୍ଷୟ୨୫ଳ.କ୍ଟ୍ରକ୍ସକ୍ଟମବଜ୍ଞ.ସଦ୍ଭ/ରେ ଆରମ୍ଭ ହୋଇଛି ବୋଲି ପ୍ରୋକ୍ୟାମ୍ ଇଂଟରନ୍ୟାସନାଲ ପକ୍ଷରୁ ଘୋଷଣା କରାଯାଇଛି ।

ସାଂଗଠନିକ ଉତ୍କର୍ଷତା, ବିଶ୍ୱସ୍ତରୀୟ ପଡ଼ିଆ, ପୁରୁଷ ଓ ମହିଳା ଦୌଡ଼କୁଦଙ୍କ ପାଇଁ ସମାନ ପୁରସ୍କାର ରାଶି, ବ୍ୟାପକ ଚିକିତ୍ସା ସହାୟତା ବ୍ୟବସ୍ଥା, ଦୌଡ଼ ପାଇଁ ଟିଭିର ସିଧା ପ୍ରସାରଣ, ଗଣମାଧ୍ୟମ ସୁବିଧା, କୋର୍ସରେ ଟାଇମିଂ ମ୍ୟାଟ୍‌, ଏକ ସ୍ପଷ୍ଟ ସାନିଟାଇଜ୍ ହୋଇଥିବା ମାର୍ଗ ଏବଂ ଏଆଇଏମ୍‌ଏସ୍ ସାର୍ଟିଫାଏଡ୍ କୋର୍ସ ଭଳିମାନଦଣ୍ଡ ଆଧାରରେ ଟାଟା ଷ୍ଟିଲ୍ ୱାର୍ଲଡ୍ ୨୫କେ କୋଲକାତାକୁ ବିଶ୍ୱ ଆଥଲେଟିକ୍ସ ଗୋଲ୍ଡ ଲେବଲ୍ ପ୍ରଦାନ କରାଯାଇଛି ।

ଏହି ଅବସରରେ ଟାଟା ଷ୍ଟିଲର କର୍ପୋରେଟ୍ ସର୍ଭିସେସ୍ ଭାଇସ ପ୍ରେସିଡେନ୍ଟଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “ଟାଟା ଷ୍ଟିଲରେ ଆମେ ସର୍ବଦା ଲୋକମାନଙ୍କୁୁ ଏକଜୁଟ କରିବା ଓ ପ୍ରେରଣା ଦେବା ପାଇଁ କ୍ରୀଡ଼ାର ଶକ୍ତିରେ ବିଶ୍ୱାସ କରୁଛୁ । ଟାଟା ଷ୍ଟିଲ ୱାର୍ଲଡ୍ ୨୫କେ କୋଲକାତା ବର୍ତମାନ ଏକ ସମ୍ମାନଜନକ ବିଶ୍ୱ ଆଥଲେଟିକ୍ସ ଗୋଲ୍ଡ ଲେବଲ ଦୌଡ଼ରେ ପରିଣତ ହୋଇଛି । ଏହା କେବଳ ଏକ ଦୌଡ଼ ନୁହେଁ ବରଂ ସ୍ଥିରତା, ଫିଟନେସ୍ ଏବଂ ଏକଜୁଟ ହେବାର ଏକ ଉତ୍ସବ । ଏହି ମାନ୍ୟତା ଦୌଡ଼ର ବିଶ୍ୱସ୍ତରୀୟ ମାନଦଣ୍ଡକୁ ସୁନିଶ୍ଚିତ କରିବା ସହ ଏଲିଟ୍ କ୍ରୀଡ଼ାବିତଙ୍କୁ ଆକୃଷ୍ଟ କରି କୋଲକାତାକୁ ବିଶ୍ୱସ୍ତରରେ ଉପସ୍ଥାପିତ କରୁଛି । ସମାଜର ସବୁ ବର୍ଗର ଲୋକଙ୍କୁ ଅଂଶଗ୍ରହଣ ପାଇଁ ଉତ୍ସାହିତ କରି ଆମେ ଏଥର ସଂସ୍କରଣକୁ ଅଧିକ ସ୍ମରଣୀୟ କରିବାକୁ ପ୍ରତିବଦ୍ଧ ରହିଛୁ ।’’

ଏହାବ୍ୟତୀତ ଏହି ଦୌଡ଼ ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କୁ ଶ୍ରେଷ୍ଠ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଏକ ପ୍ଲାଟଫର୍ମ ମଧ୍ୟ ପ୍ରଦାନ କରିଛି । ଏହା ଉତର-ପୂର୍ବାଚଂଳରେଦୌଡ଼ ବ୍ୟବସ୍ଥାର ଶୁଭାରମ୍ଭ କରିଥିବା ବେଳେ ୨୦୧୪-୨୦୨୨ ମଧ୍ୟରେ ଏହି ଧରଣର କାର୍ଯ୍ୟକ୍ରମରେ ୧୭୦୦% ଅଭିବୃଦ୍ଧି ଘଟିଛି । ବର୍ତମାନ ସମଗ୍ର ଅଂଚଳରେ ୭୫ରୁ ଅଧିକ ଦୌଡ଼ ଚାଲିଥିବା ବେଳେ କେବଳ ପଶ୍ଚିମବଙ୍ଗରେ ୪୮ଟି ଦୌଡ଼ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମ ନାଗରିକ ସମାଜ ସହିତ ସମ୍ପର୍କକୁ ସୁଦୃଢ଼ କରିଛି, ସାମାଜିକ ଉନ୍ନତି ପାଇଁଗୋଷ୍ଠୀକୁ ଏକାଠି କରିଛି ଏବଂ ଜନହିତକର କାର୍ଯ୍ୟ ପାଇଁ ୪.୩୯ କୋଟି ଟଙ୍କା ସଂଗ୍ରହ କରିପାରିଛି ।

ଟାଟା ଷ୍ଟିଲ ୱାର୍ଲ୍ଡ ୨୫କେ କୋଲକାତାର ଏହି ସଂସ୍କରଣରେ ଅଭିନେତ୍ରୀ କୌଶାନୀ ମୁଖାର୍ଜୀଙ୍କ ସହ କିମ୍ବଦନ୍ତୀ କ୍ରିକେଟର ଝୁଲନ ଗୋସ୍ୱାମୀ ରତ୍ନ ଭାବେ ସାମିଲ ହେବେ ।

ଏହି କାର୍ଯ୍ୟକ୍ରମର ସ୍ପୋର୍ଟସଓୟାର ସହଯୋଗୀ ଟି୧୦ ହୋଇଥିବା ବେଳେ ଅଫିସିଆଲ ଇଲେକ୍ଟ୍ରିକ୍ ଦୁଇଚ୍‌କିଆ ସହଯୋଗୀ ହେଛି ଭିଡା ଭି୧ । ଦାତବ୍ୟ ଅନୁଷ୍ଠାନ ସହଯୋଗୀ ହେଉଛି ଇମ୍ପାକ୍ଟ ୩୬୦ ଫାଉଣ୍ଡେସନ ।ଅତିଥେୟତା ସହଯୋଗୀ ଦି ଲଲିତ୍ ଗ୍ରେଟ୍ ଇଷ୍ଟର୍ଣ୍ଣ କୋଲକାତା ହୋଇଥିବା ବେଳେ କ୍ରୀଡ଼ା ପରିଚାଳନା ସହଯୋଗୀ ହେଉି ପ୍ରୋକାମ୍ ଇଂଟରନ୍ୟାସନାଲ୍ ।

Leave a Reply

Your email address will not be published. Required fields are marked *