ସ୍କାଉଟ ଗାଇଡ୍ ମାନଙ୍କ ଦ୍ୱାରା ରକ୍ଷାବନ୍ଧନ ଉତ୍ସବ ପାଳିତ

ପ୍ରବାହ ନ୍ୟୁଜ୍‌ : ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳନ ଅବସରରେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍‌ଏବଂ ଗାଇଡସ୍ ତରଫରୁ ଗାଇଡସ୍‌ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମାନ୍ୟବର ବିରୋଧି ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ଏସଟି ଓ ଏସସି ବିକାଶ, ସଂଖ୍ୟାଲକ୍ଷୁ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଉପସଭାପତି ତଥା ମାନ୍ୟବର ବିଧାୟକ (ଭୁବନେଶ୍ୱର ମଧ୍ୟ) ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ (ଭୁବନେଶ୍ୱର ଉତ୍ତର) ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଏବଂ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଉପସଭାପତି ଶ୍ରୀଯୁକ୍ତ ଟି.ପ୍ରସାଦ ରାଓ ଦୋରା, ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଛନ୍ତି ।


ଓଡିଶାର ସମସ୍ତ ଜିଲ୍ଲାରେ ଗାଇଡ୍‌ମାନେ ରେଲୱେ ଷ୍ଟେସନ, ଜେଲ୍‌, ବିଭିନ୍ନ ଛକମାନଙ୍କରେ କାର୍ଯ୍ୟରତ ଥିବା ପୋଲିସ୍‌ର କର୍ମକର୍ତ୍ତା, ଟ୍ରାଫିକ୍ କର୍ମକର୍ତ୍ତା ଏବଂ ଜନସାଧାରଣମାନଙ୍କୁ ରାକ୍ଷୀ ବାନ୍ଧି ଆଜିର ପବିତ୍ର ଦିବସଟିକୁ ପାଳନ କରିଥିଲେ । ଏତଦ୍‌ବ୍ୟତୀତ ରେଞ୍ଜରମାନେ ଦେଶର ବର୍ଡରରେ କାମ କରୁଥିବା ଜବାନ ମାନଙ୍କ ପାଇଁ ମଧ୍ୟ ରାକ୍ଷୀ ପଠାଇଥିଲେ ।

Leave a Reply

Your email address will not be published. Required fields are marked *