ବିଜେଡି ପ୍ରଚାରର ହିଟ୍ୱେଭ; ବଢ଼ୁଛି ଲମ୍ବୋଦର ଓ ପୁଷ୍ପେନ୍ଦ୍ରଙ୍କ ଲୋକପ୍ରିୟତା

କଳାହାଣ୍ଡି,:- ଧର୍ମଗଡ଼ରେ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ନିଜ ନିଜ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି । ଏବେ ପ୍ରଚାରର ବେଳ | ସବୁ ଦଳର ପ୍ରାର୍ଥୀମାନେ ରଣାଙ୍ଗନକୁ ଓହ୍ଲାଇଥିବାବେଳେ ବିଜେଡ଼ି ସମସ୍ତଙ୍କଠାରୁ ଢେର୍ ଆଗୁଆ ରହିଛି । ବିଜେଡି ପ୍ରଚାର ସରଗରମ ହୋଇଛି । ବିଜୁ ଜନତା ଦଳର କଳାହାଣ୍ଡି
ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଏବଂ ଧର୍ମଗଡ଼ ବିଧାନସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ମାରାଥନ୍ ପ୍ରଚାରରେ ଲାଗି ପଡ଼ିଛନ୍ତି I ବିଜେଡ଼ିର ଅଭେଦ୍ୟ ଦୁର୍ଗ ହୋଇ ସାରିଥିବା ଧର୍ମଗଡ଼ର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ଦଳୀୟ ନେତୃବୃନ୍ଦ। ଲୋକେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ଦ୍ବାରା ବହୁମାତ୍ରାରେ ଉପକୃତ ହୋଇଥିବାରୁ ବିଜେଡ଼ିର ସାଂସଦ ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କୁ ଆଦର ସହକାରେ ବନ୍ଦାପନା ମଧ୍ୟ କରୁଥିବା ଦେଖାଯାଇଛି | ବିରୋଧୀ କଂଗ୍ରେସ ଓ ବିଜେପି ପ୍ରାର୍ଥୀମାନେ ବିଜେଡି ପ୍ରଚାରର ପ୍ରଭାବରେ ଅଣନିଃଶ୍ଵାସୀ ହୋଇପଡୁଥିବା ଦେଖିବାକୁ ମିଳୁଛି। ୨୦୦୦ ମସିହା ଠାରୁ ୨୦୨୪ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଧର୍ମଗଡ଼ ନିର୍ବାଚନମଣ୍ଡଳୀରେ ନିଜର ଦବଦବା ବଳବତ୍ତର ରଖି ଆସିଛି। ଗତ ୩ଟି ନିର୍ବାଚନରେ ଥରେ ମୌଷଧୀ ବାଗ ବିଜେଡିରୁ ନିର୍ବାଚିତ ହୋଇଥିବାବେଳେ ଦୁଇଥର ପୁଷ୍ପେନ୍ଦ୍ର ସିଂଦେଓ ବିଧାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଏହାରି ଭିତରେ ବିଜେଡ଼ିର ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ଲୋକଙ୍କ ଆସ୍ଥାଭାଜନ ହୋଇଥିବା ଦେଖାଯାଇଛି। ବୁଧବାର ସାନପୋଡାଗୁଡା ପଞ୍ଚାୟତର କୁଲେରଗୁଡା ଠାରେ ଆୟୋଜିତ ବିଜେଡ଼ିର ମିଶ୍ରଣ ପର୍ବ ଓ ନିର୍ବାଚନି ସଭାରେ ବିଜେପି ଓ ଅନ୍ୟ ଦଳରୁ ପ୍ରାୟ ୫୦ରୁ ଉର୍ଚ୍ଚ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ପୁଷ୍ପେନ୍ଦ୍ରଙ୍କ ବିରୋଧରେ ବିଜେପିରୁ ସୁଧିର ରଞ୍ଜନ ପଟ୍ଟଯୋଷୀ ଓ କଂଗ୍ରେସରୁ ରଶ୍ମୀରେଖା ରାଇତ ଲଢେଇ କରିବା ସହିତ ଯେ କୌଣସି ଉପାୟରେ ଗଡ଼ ହାତେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖୁଛନ୍ତି।ଧର୍ମଗଡ଼ ନିର୍ବାଚନମଣ୍ଡଳୀର ଯାଦବ ଭୋଟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଅନୁମାନ କରାଯାଉଛି। କଂଗ୍ରେସ ପ୍ରାର୍ଥୀ ରଶ୍ମୀରେଖା ରାଉତଙ୍କ ଖାତାରେ କେତେ ଯାଦବ ଭୋଟ ପଢ଼ିବ ଏବେ ସେହି ଅଙ୍କକଷା ଗୁରୁତ୍ବପୂର୍ଣ ବୋଲି ରାଜନୈତିକ ସମୀକ୍ଷକ ବିଚାର କରୁଛନ୍ତି । କଂଗ୍ରେସର ପକେଟ ଭୋଟ ପ୍ରାର୍ଥୀ ସୁଧୀର ପଟ୍ଟଯୋଶୀ ଙ୍କୁ ସୁହାଇବ। ଦ୍ଵିତୀୟରେ ବିଜେଡି ପ୍ରାର୍ଥୀ ପୁଷେନ୍ଦ୍ର ସିଂଦେଓଙ୍କ ଲାଗି ଏହି ନିର୍ବାଚନ କର ବା ମର ସ୍ଥିତିରେ ପହଞ୍ଚାଇଦେଇଛି। କାରଣ ସେ ଜିଲ୍ଲାର ଦଳୀୟ ସଭାପତି ଅଛନ୍ତି I ଅନ୍ୟପକ୍ଷରେ ଦୀର୍ଘ ବର୍ଷ ଧରି ଧର୍ମଗଡ଼ ନିର୍ବାଚନମଣ୍ଡଳୀକୁ ବିରୋଧୀଙ୍କ ହାତରୁ ଛଡ଼ାଇନେଇ ନିଜର ପତିଆରା ଓ ପ୍ରତିଷ୍ଠା ପାଇଁ ବିଜେଡି ଗର୍ବ କରି ଆସିଛି । ତେଣୁ କେଉଁଠି ସାମାନ୍ୟତମ ଭୂଲ ହେଲେ ଏକ ବଡ଼ ବିପଦକୁ ସାମ୍ନା କରିବାକୁ ହେବ । ସେଥିପାଇଁ ପୁଷ୍ପେନ୍ଦ୍ର ରାତି ଦିନ ଏକ କରି ନିର୍ବାଚନରେ ବିଜୟର ନକ୍ସା ପ୍ରସ୍ତୁତ କରୁଛନ୍ତି । ପୂର୍ବରୁ ବିଜେଡ଼ି ହାତରେ ଧର୍ମଗଡ଼ ଥିବାବେଳେ ୨୦୧୯ରେ ମଧ୍ୟ ବିଜୁ ଜନତା ଦଳ ଏଠାରୁ ବିଜୟୀ ହୋଇଥିଲା । ଚଳିତ ନିର୍ବାଚନ ମଧ୍ୟ ବିଜେଡି ସପକ୍ଷରେ ହାୱା ଥିବା କଥା କୁହାଯାଉଛି । ଏପଟେ ନର୍ଲା ବିଧାୟକ ରୂପିନ୍ଦର ସିଂଙ୍କୁ ବିଜେଡ଼ି ଜିଲ୍ଲାର ପ୍ରଚାର କମିଟି ଅଧକ୍ଷ ପଦ ପ୍ରଦାନ ପରେ ଦଳ ନୂତନ ରଣନୀତି ନେଇ ଧର୍ମଗଡ଼ରେ ଗଡ଼ ରକ୍ଷା କରିବ |