ହତ୍ୟା ଅଭିଯୁକ୍ତ ପୁଣି ଏକ ମାମଲାରେ ଜେଲ ଗଲେ
କରଞ୍ଜିଆ , ପ୍ରବାହ ନ୍ୟୁଜ୍ : ଘଟଗାଁ ଆଇ ଆଇ ସି ଦିଲ୍ଲିପ କୁମାର ସାହୂ ଙ୍କୁ ହତ୍ୟା କରି ଆଜିବନ ସଜ୍ଜା କାଟୁଥିବା ଅଭିଯୁକ୍ତ କମଳା କାନ୍ତ ମାଟିଆଣ୍ @ ଉଲ୍ଲ। ନିକଟ ରେ ତିନିମାସ ପାଇଁ ବେଲ ରେ ଆସିଥିବା ଓ ଆଜି ପୁନ କୋର୍ଟ ରେ ଆତ୍ମସମ୍ପର୍ପଣ କରିବାକୁ ଥିବ।ବେଳେ ଆଜି ପୁଣି ଏକ କେଶ ରେ ଜେଲ୍ ଯାଇଛନ୍ତି। ଥାନା ରେ ଅଭିଯୋଗ ଅନୁଯାୟୀ କରଞ୍ଜିଆ ଗୋଲେଇ ରେ ଥିବା ଏକ ସିକୃତି ପ୍ରାପ୍ତ ଠିପି ଖୋଲା ମଦ ଦୋକାନ ରେ ରାହୁଲ ମାଟିଆ ନାମକ ଜଣେ ଯୁବକ ୬୧୦ ଟଙ୍କ। ର ମଦ ପି ଟଙ୍କା ନ ଦେବାରୁ ଯୁବକ ଜଣକ ତାଙ୍କ ପିତା ହତ୍ୟା ଅଭିଯୁକ୍ତ କମଳା କାନ୍ତ ମାଟିଆ ଙ୍କୁ ଫୋନ କରି ଡ଼।କିବ।ରୁ ସେ ମଦ ଦୋକାନ ରେ ପହଞ୍ଚି ଗଣ୍ଡଗୋଳ କରିବା ସହିତ କର୍ମଚାରୀଙ୍କୁ ମାଡ ମାରିଥିଲେ । ଏଥିରେ ଦୋକାନ ର ମାଲିକ ଯମୁନା ପରିଡା କରଞ୍ଜିଆ ଥାନା ରେ ଲିଖିତ ଅଭିଯୋଗ କରିବାରୁ କରଞ୍ଜିଆଆଇ ଆଇ ସି ଥାନରେ ୨୯୯/୨୪ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ କମଳା କାନ୍ତ ମାଟିଆନ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ ରିଲିଜ ରେ ଆଇ ଆଇ ସି ନିରୋଜ କୁମାର ମଲ୍ଲିକ ସୁଚନା ପ୍ରଦାନ କରିଛନ୍ତି।