ପୁନଃଉଦ୍ଧାର ବଦଲରେ ସଙ୍କୁଚିତ ହେଉଛି ମହାରାଣୀ ସାଗର

ବଲାଙ୍ଗିର – ବଲାଙ୍ଗିର ମହାରାଣୀ ସାଗର ପୋଖରୀରେ ବହୁତ ଲୋକ ନିର୍ଭର କରନ୍ତି । ବଡ ପୋଖରୀ ଏବଂ ପାଣି ଭଳରହେ ବୋଲି । ଗଲା ଆର୍ଥିକ ବର୍ଷରେ ଏହି ପୋଖରୀକୁ ଖନନ, ପଙ୍କଉଦ୍ଧାର, ମରାମତି ବର୍ଷାପାଣି ପ୍ରବେଶ ଏବଂ ଖରାପ ପାଣି ନିଗାଡି ବା ପାଇଁ ୨୦ ଗୋଟି ଟଙ୍କା ଆସିଅଛି ଯାହା
ଆମ ପୋଖରୀ ଯୋଜନା ହିସାବରେ କାମ ହେବ । କିନ୍ତୁ ଏହି କାମ ବିନା ଗାଇଲାଇନରେ ହରବରିଆ ଚାଲିଛି । ପୋଖରୀର ହିଡରେ ୨୦ ଫୁଟର ଏକ ଖାଳ ଜାଗା କରାଯାଇଛି । ପଙ୍କଉଦ୍ଧାର ପାଇଁ । ଯାହା ରାସ୍ତା କଡକୁ ଆସିବ ବର୍ଷାହେଲେ ପଙ୍କ । ଉପର ମୁଣ୍ଡରେ ଜବର ଦଖଳ ହୋଇଥିବାରୁ ସଙ୍କୁଚିତ ହୋଇ ଯାଉଛି ପୋଖରୀ । ବର୍ଷାପାଣି ପୋଖରୀକୁ ପ୍ରବେଶ କରାଯିବା ନାଳା ଏପର୍ଯ୍ୟନ୍ତ ତିଆରି ହେଇନି । କେଉଁ ବାଟେ ପୋଖରୀର ଖରାପଜଳ ନିସ୍କାସନ ହେବ ଜଣା ପଡୁନି । ହିଡରେ କମ୍ ମାଟି ପଡୁଛି । ଏପର୍ଯ୍ୟନ୍ତ ପକ୍କାଘାଟ ତିଆରି ହେଇନାହିଁ । ଯେଉଁ ଏସ୍‌ଏଚ୍‌ଜି ମାନେ କାମନେଇଛନ୍ତି ସେମାନେ କାମ
ଯାଗାରେ ନାହାନ୍ତି ମାତ୍ର ୧୫ ଦିନ ହେବ କାମ୍ ଆରମ୍ଭ ହୋଇଛି । ଜୁନ୍ ୧୬ ଏପଟେ ଅତିକ୍ରାନ୍ତ କରିସାରିଲଣି । ମାତ୍ର ୩୦% କାମ କରି ବେନାମୀ ଠିକାଦାର ଅର୍ଥକୁ ଚଳୁକରିବା ଉପରେ । ଯେଉଁ ଏସ୍‌ଏଚ୍‌ଜିଙ୍କୁ କାମଦିଆ ଯାଇଛି ସେମାନଙ୍କ ଗ୍ରୁପ ମାନ ନିର୍ଦ୍ଧାରଣ କରାଯାଇଛି କି ନାହିଁ ସନ୍ଦେହ
କରାଯାଇଛି । ଏସବୁ ବିଷୟରେ ପୌର ନିର୍ବାର୍ହୀ ଅଧିକାରୀଙ୍କୁ ସବୁ ପଚାରିବାକୁ ଫୋନ୍ ଲାଗୁନି । ଏହି ଦୁର୍ନିତି କାମରେ କର୍ମଚାରୀ, ଆଉ ଅନ୍ୟକେତେକ ମିଶି ଟଙ୍କା ଚଲୁ କରିବା ଉପରେ ଅଛନ୍ତି । ଯେଉଁ ଅନ୍ୟମାନେ ଅଛନ୍ତି ସେମାନେ କିଏ ବୋଲି ବୃଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *