ତାଳଚେର ଥର୍ମାଲ ଠାରେ ଚାଲୁଥିବା ବାଳିକା ସଶକ୍ତି କରଣ କାର୍ଯ୍ୟକ୍ରମର ଅନ୍ତିମ ଦିନ

ତାଳଚେର: ୧୩/୦୬/୨୦୨୩: ତାଳଚେର ଥର୍ମାଲ ଠାରେ ବିଗତ ଚରି ସପ୍ତାହ ଧରି ଚାଲୁଥିବା ବାଳିକା ସଶକ୍ତି କରଣ କାର୍ଯ୍ୟକ୍ରମ ଅନ୍ତିମ ଦିନରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଦେଶାତ୍ମବୋଧ ନାଚ, ଭାଙ୍ଗଡ଼ା ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ବେଟି ବଚା ଓ ଇତ୍ୟାଦି ଚିତାକର୍ଷକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଅଭିଭୂତ କରିଥିଲା ! ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ପରେ ଏକ ପ୍ରାରମ୍ଭିକ ଓଡିଶୀ ନୃତ୍ୟ ବାଳିକା ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା ! ପରେ ପରେ କାର୍ଯ୍ୟ ନିର୍ବାହୀ ନିର୍ଦେଶକ ଶ୍ରୀ ଗୌତମ ଦେବ ନିଜର ବକ୍ତବ୍ୟ ରେ NTPC ଏହି କାର୍ଯ୍ୟକ୍ରମ ଦ୍ୱାରା ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳ ର ବିକାଶରେ ଏକ ଦୃଢ଼ ଭିତିଭୂମି ସ୍ଥାପନା କରିଥିବାର ସୂଚନା ଦେଇଥିଲେ ! ଏହି କାର୍ଯ୍ୟକ୍ରମ ରେ ଜି ଏମ ପ୍ରୋଜେକ୍ଟ ଶ୍ରୀ ଆର କେ ସିଂ, ଜି ଏମ ଚନ୍ଦ୍ର ଶେଖର, ଜି ଏମ ଶ୍ରୀ କୌଶିକ ମଣ୍ଡଳ, ସି ଆଇ ଏସ ଏଫ ର ଅଧିକାରୀ, ସାଗରୀକା ମହିଳା କ୍ଳବ ର ସଦସ୍ୟା ମାନେ, ସ୍ଥାନୀୟ ସ୍କୁଲ ଓ କଲେଜ ର ପ୍ରିନସିପାଲ, ସମସ୍ତ କର୍ମଚାରୀ ଓ ପରିବାର ବର୍ଗ, ୟୁନିଅନ ର କର୍ମକର୍ତା, ଅଭିଭାବକ ମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇଥିଲେ ! ସନ୍ଧ୍ୟା ରେ ପ୍ରବଳ ଝଡ଼ ତୋଫାନ ସତ୍ୱେ କାର୍ଯ୍ୟକ୍ରମ ଅତ୍ୟନ୍ତ ସୁନ୍ଦର ଭାବେ ସମାପିତ ହୋଇଥିଲା