ଡ୍ରିଙ୍କ ଫ୍ରମ ଟ୍ୟାପ ଉଦଘାଟିତ

ବଡ଼ବିଲ: ରାଜ୍ୟସରକାରଙ୍କ ଜଳ ଯୋଗାଣ ବିଭାଗ ଦ୍ଵାରା ଘରକୁ ଘର ପାନୀୟ ଜଳ ଯୋଗାଇଦେବାପାଇଁ, ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାକୁ ଭରଚୁଆଲ ମୋଡ଼ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବାବେଳେ, ବଡ଼ବିଲ ପୋୖରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ଆଜି ଏହି ପ୍ରକଳ୍ପର ଶୁଭାରମ୍ବ କରିଥିଲେ ।

ଏହି ଯୋଜନାରେ ବଡ଼ବିଲର ୧୩, ୧୪ ଓ ୧୫ ନମ୍ବର ୩ ଗୋଟି ୱାର୍ଡର ପାଖାପାଖି ୮ ହଜାର ୱାର୍ଡବାସୀ ଏହି ସେବା ପାଇପାରିବେ ବୋଲି Uber କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେପୋୖରାଧ୍ୟକ୍ଷ ଶ୍ରୀ ମହାନ୍ତ, ଉପାଧ୍ୟକ୍ଷା ଶ୍ରୀମତୀ ସରସ୍ୱତୀ ନାଏକ, ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡାଙ୍କ ସହ ପୌରପରିଷଦର ମୁଖ୍ୟ କିରାଣୀ ରାଜେନ୍ଦ୍ର ସିଂ, ପୋୖରାଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ସହକାରୀ ଯନ୍ତ୍ରୀ ମାନସ ମାଝୀ, ପ୍ରକଳ୍ପର ପ୍ରୋଜେକ୍ଟ ମୁଖ୍ୟ ଚିରଞ୍ଜୀବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *