ମାନବିକ ମୂଲ୍ୟବୋଧର ଅଧୋଗତି ଏବଂ ପୈଗମ୍ବରଙ୍କ ଶାନ୍ତିର ବାର୍ତ୍ତା
ଇନ୍ସା ୱାରସୀ
ଦୃତ ପ୍ରଯୁକ୍ତିବିଦ୍ୟା ଏବଂ ଭୌତିକ ପ୍ରଗତିର ଯୁଗରେ ସମାଜରେ ମୂଳ ମାନବୀୟ ମୂଲ୍ୟବୋଧର ତୀବ୍ର ହ୍ରାସ ଏକ ବିଡମ୍ବନାର ବିଷୟ । ସାର୍ଥ ଲାଭ ଦ୍ୱାରା ଦୟା ଏବଂ କରୁଣା ଗଭୀର ଭାବରେ ପ୍ରଭାବିତ ହୋଇ ଭ୍ରାନ୍ତ ତଥ୍ୟ ଦ୍ୱାରା ସତ୍ୟତା ଦୁର୍ବଳ ହେଉଛି । କ୍ଷମତା ଏବଂ ଶକ୍ତି ମାଧ୍ୟମରେ ଜୀବନର ପବିତ୍ରତ ସହିତ ସାଲିସ୍ କରାଯାଉଛି । ଘୃଣା କୈନ୍ଦ୍ରିକ ଅପରାଧ, ଶୋଷଣ ଏବଂ ଯୁଦ୍ଧର ବୃଦ୍ଧି ସହିତ ବଢ଼ୁଥିବା ବ୍ୟକ୍ତିବାଦ ଏବଂ ନୈତିକ ଉଦାସୀନତା ଇତ୍ୟାଦି ମାନବତାର ଏହିସବୁ ନୈତିକ ମୂଲ୍ୟବୋଧ ଗୁଡିକର ଅବକ୍ଷୟ କେବଳ ସମାଲୋଚନାର ବିଷୟ ନୁହେଁ ବରଂ କାର୍ଯ୍ୟାନୁଷ୍ଠାନ, ସତ୍ୟନିଷ୍ଠତା ଏବଂ ଦିଗ୍?ଦର୍ଶନର ଏକ ମିଳିତ ପ୍ରତିକ୍ରିୟା ଦାବୀ କରେ । ଏହି ପରିପ୍ରେକ୍ଷୀରେ ସ୍ପଷ୍ଟ ଭାବରେ ମୁସଲମାନ ଭାଇଭଉଣୀ ମାନଙ୍କ ଗୁରୁଦାୟିତ୍ୱ ହେଲା ପୈଗମ୍ବର ମହମ୍ମଦଙ୍କର କାଳଜୟୀ ଶିକ୍ଷାକୁ ପୁନର୍ଜୀବିତ କରିବା, ଯାହାଙ୍କ ଜୀବନ କ୍ଷମା, ଶାନ୍ତି, ନ୍ୟାୟ ଏବଂ ମାନବିକ ମୂଲ୍ୟବୋଧର ମହାନ୍ ଦୃଷ୍ଟାନ୍ତ ଅଟେ ।
ପୈଗମ୍ବର ମହମ୍ମଦ କେବଳ ଜଣେ ଧାର୍ମିକ ମୂଖ୍ୟ ନଥିଲେ ବରଂ ଏକାଧାରରେ ଜଣେ ସଂସ୍କାରକ, ରାଜନୀତିଜ୍ଞ, ଗୃହକର୍ତ୍ତା ଏବଂ ସର୍ବୋପରି ସେ ସମସ୍ତ ବିଶ୍ୱ ପାଇଁ ଦୟା ଏବଂ କରୁଣାର ପ୍ରତିମୂର୍ତ୍ତି ଥିଲେ । ପବିତ୍ର କୁରାନ୍ରେ ଉଲ୍ଲେଖ ଅଛି “ଆମେ ଆପଣ (ମହମ୍ମଦ) ଙ୍କୁ ଜଗତର କଲ୍ୟାଣ ପାଇଁ ପଠାଇଛୁ (କୁରାନ୍ ୨୧:୧୦୭) । ତାଙ୍କର ବାଆଁ ସାର୍ବଜନୀନ ତଥା ଜଗତର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଥିଲା । ବାଣିଜ୍ୟରେ ସଛୋଟପଣିଆ, ନୈତୃତ୍ୱରେ କରୁଣା, କଠିନ ସମୟରେ ଧୈଯ୍ୟ, କ୍ଷମତାରେ କ୍ଷମା ଏବଂ ମୁସଲିମ-ଅଣ ମୁସଲିମ୍ , ଧନୀ-ଗରିବ ସମସ୍ତଙ୍କର ସମ୍ମାନ କରିବା ପାଇଁ ସେ ଶିକ୍ଷା ଦେଉଥିଲେ । ଅନ୍ୟାୟ, ଦୁର୍ନୀତି, ପାରିବାରିକ ବିଚ୍ଛେଦ ଏବଂ ନୈତିକ ଦ୍ୱନ୍ଦ ପ୍ରକୃତରେ ମାନବୀୟ ମୂଲ୍ୟବୋଧର ହ୍ରାସର ପ୍ରତିଫଳନ ଅଟେ କାରଣ ସହାନୁଭୁତି ସ୍ପୃହାହୀନତାର ଶୀକାର ହୋଇଛି ଓ ବ୍ୟକ୍ତିଗତ ଲାଭପାଇଁ ସତ୍ୟ ସହିତ ସାଲିସ୍ କରାଯାଉଛି । ସାମାଜିକ ଗଣମାଧ୍ୟମ ଆତ୍ମ-ବିକାଶ ଅପେକ୍ଷା ଆତ୍ମଛବିକୁ ବେଶି ଗୁରୁତ୍ୱପ୍ରଦାନ କରୁଛି । ଏପରିକି ପବିତ୍ର ଅନୁଷ୍ଠାନ ଗୁଡିକ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇ ଲୋଭ ଏବଂ ଛଳନାର ଛିଟା ଲାଗିଛି। ଏହା କେବଳ ସାମାଜିକ ସମସ୍ୟା ନୁହେଁ ବରଂ ଏହା ଆଧ୍ୟାତ୍ମିକ ସଙ୍କଟ ଅଟେ କାରଣ ମୂଲ୍ୟବୋଧ ବିନା ମାନବିକତା ବିଶୃଙ୍ଖଳା ପ୍ରତି ଅଗ୍ରସର ହେବାର ସମ୍ଭାବନା ରହିଛି । ଏହି ଅନ୍ଧକାରର ସମୟରେ ଆଲୋକର ଅନ୍ୱେଷଣ କରୁଥିବା ମାନବ ସମାଜ ପାଇଁ ପୈଗମ୍ବରଙ୍କ ଜୀବନୀ ହେଉଛି ଏକ ପ୍ରେରଣାର ସ୍ରୋତ । ମୁସଲମାନ ମାନେ କେବଳ ଇସଲାମକୁ ଅନୁସରଣ କରନ୍ତି ନାହିଁ ବରଂ ସେମାନେ ହେଉଛନ୍ତି ପ୍ରକାଶର ଧ୍ୱଜବାହକ । ତେଣୁ ଏହି ଅଜ୍ଞାନତା ଏବଂ ବିଦ୍ୱେଷ ସମୟରେ ସେମାନଙ୍କ ଭୂମିକା କେବଳ ଶବ୍ଦରେ ନୁହେଁ ବରଂ ଚରିତ୍ର ଏବଂ ଆଚରଣରେ ପ୍ରତିଫଳିତ ହେବା ଉଚିତ୍ । ପୈଗମ୍ବର କହିଥିଲେ ମୋତେ କେବଳ ଗୁଣବାନ୍ ଚରିତ୍ର ଗଠନ ପାଇଁ ଧରାପୃଷ୍ଠକୁ ପଠାଯାଇଛି” ଏବଂ ବର୍ତ୍ତମାନ ଏହି ଦାୟିତ୍ୱ ଉମ୍ମାଙ୍କ (ସମଗ୍ର ମୁସଲିମ୍ ସମୁଦାୟ) ଉପରେ ନ୍ୟସ୍ତ । ବାଣିଜ୍ୟରେ ସଚ୍ଚାଟପଣିଆ, ସମ୍ପକରେ ଅନୁକମ୍ପା, ନ୍ୟାୟରେ ସମାନତା ଓ ବାଣୀରେ ସତ୍ୟତାକୁ ବଜାୟ ରଖିବା ହେଲା ଦାୱାର ରୂପ । କାରଣ ପୈଗମ୍ବର ଶିକ୍ଷା ଦେଇଥିଲେ ଯେ ସାମାନ୍ୟ ଟିକେ ହସ ମଧ୍ୟ ପରୋପକାର ଅଟେ । ଜାତିଭେଦ, ଅନ୍ୟାୟ, ଅନୀତି ଏବଂ ଅସମାନତା ବିରୁଦ୍ଧରେ ଠିଆ ହେବା ସହିତ ସମସ୍ତଙ୍କ ପାଇଁ ସମ୍ମାନ, ସାହାଯ୍ୟ, ସମନ୍ୱୟ ଓ ସେବାଭାବକୁ ପ୍ରୋତ୍ସାହିତ କରିବା ପାଇଁ ମୁସଲମାନ ସମୁଦାୟକୁ ଦୃଷ୍ଟାନ୍ତମୂଳକ ନେତୃତ୍ୱ ନେବାକୁ ପଡିବ । ସେମାନେ ନିଜ ସନ୍ତାନ ମାନଙ୍କୁ ମାନବିକ ମୁଲ୍ୟବୋଧ, ଧୈର୍ଯ୍ୟ, ଶାଳୀନତା, କୃତଜ୍ଞତା ଏବଂ ସଟତା ବିଷୟରେ କେବଳ ପୁସ୍ତକ ମାଧ୍ୟମରେ ନୁହେଁ ବରଂ ଦୈନନ୍ଦିନ ଆଚରଣରେ ମଧ୍ୟ ଶିକ୍ଷା ଦେବାକୁ ପଡିବ । ପୈଗମ୍ବର ଶକ୍ତି ପ୍ରୟୋଗ କରି କାହାର ହୃଦୟ ଜିତି ନଥିଲେ ବରଂ ସେ ତାଙ୍କର ଅକ୍ଷୁର୍ଣ ଚରିତ୍ର ମାଧ୍ୟମରେ ଲୋକଙ୍କର ହୃଦୟ ଜିତିଥିଲେ । ବିଶ୍ୱାସ ଯୋଗ୍ୟ ଗୁଣ, ଅନୁକମ୍ପା, ଶାନ୍ତି ଏବଂ ନ୍ୟାୟ ପାଇଁ ଅକ୍ଳାନ୍ତ ପରିଶ୍ରମ ମାଧ୍ୟମରେ ତାଙ୍କର ବାଆଁ ସାରା ବିଶ୍ୱରେ ଗୁଞରିତ ହୋଇଥିଲା । ତାଙ୍କର ଏହି ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ ମୁସଲମାନ ମାନଙ୍କୁ ପବୀତ୍ର କୁରାନ୍ ସହିତ ପୁନଃ ସମ୍ପିକ ସ୍ଥାପନ କରି ଶିକ୍ଷା, ଗଣମାଧ୍ୟମ ରାଜନୀତି ଏବଂ ପାରିବାରିକ ଜୀବନ ଭଳି ସବୁକ୍ଷେତ୍ରରେ ପୈଗମ୍ବରଙ୍କ ମୂଲ୍ୟବୋଧକୁ ପ୍ରତିଫଳିତ କରିବାକୁ ପଡିବ । ମୁସଲମାନମାନେ କେବଳ ନିଜର ପରମ୍ପରାକୁ ନିର୍ବାହନ କରିବା ପାଇଁ ଏକତ୍ର ହେବା ବ୍ୟତୀତ ସମାଜ ଉଦ୍ଦେଶ୍ୟରେ ଶାନ୍ତି ଏବଂ ମାନବିକତା ପାଇଁ ବାର୍ତ୍ତାବହକ ହେବା ଉଚିତ୍ ।
ଏହାଦ୍ୱାରା ବ୍ୟାକୁଳତାର ସହିତ ଚାହିଁ ବସିଥିବା ବିଶ୍ୱକୁ, ସେମାନେ ତାଙ୍କର ଶିକ୍ଷା ମାଧ୍ୟମରେ ଦିଗ୍ ଦର୍ଶନ ଦେବା ସହିତ ସତ୍ୟ, ସମ୍ମାନ ଏବଂ ଦିବ୍ୟ ପ୍ରଦର୍ଶିତ ରାସ୍ତାକୁ ଆପଣେଇ ପାରିବେ । ମାନବୀୟ ମୁଲ୍ୟବୋଧର ଅବକ୍ଷୟକୁ ଆନ୍ତରିକ ଇଚ୍ଛାଶକ୍ତି ଏବଂ ଦୃଢ ମନୋବଳ ମାଧ୍ୟମରେ ରୋକାଯାଇ ପାରିବ । ପୈଗମ୍ବର ମହମ୍ମଦ ଏହାର ଜୀବନ୍ତ ଉଦାହରଣ ଆମମାନଙ୍କ ପାଇଁ ଛାଡିଯାଇଛନ୍ତି । ବର୍ତ୍ତମାନ ମୁସଲମାନମାନଙ୍କର କର୍ତ୍ତବ୍ୟ ହେଉଛି ଯେ, କେବଳ ପ୍ରଚାର ମାଧ୍ୟମରେ ନୁହେଁ ବରଂ ଏହାକୁ ଜୀବନରେ ପାଳନ କରିବା ପାଇଁ ପ୍ରୟାସ କରିବା ଉଚିତ୍ ଯାହା ଫଳରେ ଶାନ୍ତି ଓ ସୌହାର୍ଯ୍ୟ ପ୍ରତିଷ୍ଠାରେ ଉତ୍କଣ୍ଠା ରଖୁଥିବା ବିଶ୍ୱପାଇଁ ସେମାନେ ଆଲୋକର ଉତ୍ସ ହୋଇପାରିବେ ।
ଜର୍ନାଲିଜମ୍ ଓ ଫ୍ରାଙ୍କୋଫୋନ୍ ଅଧ୍ୟୟନ ବିଭାଗ, ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ