ପାଶ୍ଚାତ୍ୟ ସାମ୍ରାଜ୍ୟବାଦର ଦୋହରାନୀତି
ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ଆର୍ନ୍ତଜାତୀୟ ଧାର୍ମିକ ସାଧୀନତା USCIRF), ଭାରତରେ ଧାର୍ମିକ ଅସହିଷ୍ମତାରେ ବୃଦ୍ଧି ପାଉଛି ବୋଲି ଗୋଟିଏ ଏକତରଫା ରିପୋଟ ପ୍ରକାଶ କରିଥିଲେ ଯାହାର ପ୍ରକୃତ ଉଦ୍ଦେଶ୍ୟ ଥିଲା ଭାରତକୁ ଅସ୍ଥିର ତଥା ଦୁର୍ବଳ କରିବା । କିନ୍ତୁ ଭାରତର ଆଭ୍ୟନ୍ତରୀଣ ଶାନ୍ତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ପାଶ୍ଚାତ୍ୟ ଦେଶ ମାନଙ୍କର ଏହା ଯେ ଏକ ଷଡଯନ୍ତ୍ର ତାହା ବିଷୟରେ ଭାରତୀୟ ମୁସଲମାନ ମାନେ ଭଲଭାବରେ ଅବଗତ । ଗୋଟିଏ ପଟେ ପାଶ୍ଚାତ୍ୟ ଦେଶମାନେ ଗାଜାର ମୁସଲମାନ ମାନଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଯୋଗାଇ ସେମାନଙ୍କ ଦୁର୍ଦ୍ଦଶାକୁ ବୃଦ୍ଧି କରୁଥିବା ବେଳେ ଧାର୍ମିକ ଅସହିଷ୍କୃତାର ଦ୍ୱାହି ଦେଇ ଭାରତୀୟ ମୁସଲମାନମାନଙ୍କୁ । ଉତ୍ତେଜିତ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏହି ଦୋହାଲା ନୀତି ପାଶ୍ଚାତ୍ୟ ଦେଶମାନଙ୍କର ବିଶ୍ୱାସନାୟତ ତଥା ଉଦ୍ଦେଶ୍ୟ । ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଭାରତ ଭଳି ସାଂସ୍କୃତିକ ବିବିଧ ସମ୍ପନ୍ନ ଦେଶରେ ଅନେକ ଧର୍ମର ଶାନ୍ତିପୂର୍ଣ ସହାବସ୍ଥାନ ଦେଖାଯାଇଥାଏ ଓ ଧାର୍ମିକ ବିବିଧତା ଏହାର ଶୋଭାକୁ ଅନେକ ବୃଦ୍ଧି କରିଥାଏ । ଭାରତୀୟ ମାନେ ଧର୍ମ ନିର୍ବିଶେଷରେ ପାରସ୍ପରିକ ସମ୍ମାନ ଉପରେ ବିଶ୍ୱାସ କରିଥାଆନ୍ତି ଓ ଆଇନ ତଥା ଦେଶର ମାର୍ଗଦର୍ଶିକା ନୀତିରେ ସବୁ ଧର୍ମକୁ ସମାନ ଅଧୀକାରର ସିଦ୍ଧାନ୍ତକୁ ପାଳନ କରିଥାଆନ୍ତି । ଏହି ସହଭାଗିତାକୁ ପ୍ରୋତ୍ସାହିତ କରିଥାଏ ଯାହା ସାଂସ୍କୃତିକ ବିବିଧତା ଶାନ୍ତି, ସମନ୍ୱୟ ଏବଂ USCIRF ରିପୋଟରେ ସଂଖ୍ୟାଲଘୁ ମାନଙ୍କ ପ୍ରତି ଅତ୍ୟାଚାରର ଅଭିଯୋଗକୁ ଖଣ୍ଡନ କରେ । ତେଣୁ ପୃଥକ ଘଟଣା ଏବଂ ଧାର୍ମିକ ଉପୀଡନର ବ୍ୟାପକ ଅଭିଯୋଗ ମଧ୍ୟରେ ପାର୍ଥକ୍ୟ କରିବା ଏକାନ୍ତ ଆବଶ୍ୟକ ।
ଉଦାହରଣ ସରୂପ ଭାରତରେ ଖ୍ରୀଷ୍ଟିଆନ ଧର୍ମ ନିଜର ସୁଧାରବାଦୀ ଯାତ୍ରା ଆରମ୍ଭ କରି ଦେଶର ବିକାଶରେ ଏକ ଚିରସ୍ଥାୟୀ ଛାପ ଛାଡି ପାରିଛି । ଭାରତରେ ଖ୍ରୀଷ୍ଟିଆନ ଧର୍ମ ଏକ ସଂଖ୍ୟା ଲଘୁ ଧର୍ମ ହୋଇ ମଧ୍ୟ, ଶିକ୍ଷାର ମାନଦଣ୍ଡ ବୃଦ୍ଧି, ସାସ୍ଥ୍ୟ, ସାମାଜିକ ସଂସ୍କାର କ୍ଷେତ୍ରରେ ବିକାଶ ପାଇଁ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଖ୍ରୀଷ୍ଟିଆନ ମିଶନାରୀ ମାନେ ଶିକ୍ଷା କ୍ଷେତ୍ରରେ ଉଚ୍ଚପିତା ଏବଂ ଭାଷାଗତ ବିବିଧତାର । ପୋତ୍ସାହନ ପାଇଁ ଅନେକ ବିଦ୍ୟାଳୟ ସ୍ଥାପନ କରି ଶିକ୍ଷାର ଉନ୍ନତି କରୁଛନ୍ତି । ସେଣ୍ଟ କ୍ୟାରିୟର କଲେଜ କୋଲକାତା ଏବଂ’ ମାଡ୍ରାସ ଖ୍ରୀଷ୍ଟିଆନ କଲେଜ ଶିକ୍ଷାର ମାନଦଣ୍ଡକୁ ଉଚ୍ଚ ସ୍ତରରେ ପହଂଚାଇଛନ୍ତି । ଖ୍ରୀଷ୍ଟିଆନ ସାସ୍ଥ୍ୟ ସେବା ସଂସ୍ଥାଗୁଡିକ HIV AIDS ଦୂରୀକରଣ ତଥା ପଡ଼ୁଅ ତଥା ଅବହେଳିତ ସମୁଦାୟକ ଉନ୍ମାନ ପାଇଁ କାର୍ଯ୍ୟ କରୁଛନ୍ତି । ମଦର ଟେରେସାଙ୍କ ପରି ବ୍ୟକ୍ତିତ୍ୱ ଥିଲେ କରୁଣାର ପ୍ରତୀକ ଯିଏ ନିସାର୍ଥପର ସେବାର ଏକ ଉଦାହରଣ ସୃଷ୍ଟି କରିଯାଇଛନ୍ତି । ଖାଆନ ଧର୍ମ ସତୀଦାହ ପ୍ରଥା, କନ୍ୟା ଭୃଣ ହତ୍ୟା ଏବଂ ଜାତିଗତ ଭେଦଭାବ ଭଳି କୁସଂସ୍କାର ବିରୋଧରେ ସାମାଜିକ ସଂସ୍କାର ଆଣିବାର ପ୍ରଚେଷ୍ଟାରେ ଅନେକ ଯୋଗଦାନ ଦେଇଥିଲେ ।
ଗୋ-ସୁରକ୍ଷା ଆଳରେ ଅପରାଧ କରୁଥିବା ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ଭାରତ ସରକାର ଦୃଢ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହିପରି ହିଂସାକୁ ଦୃଢ ନିନ୍ଦା କରାଯିବା, ଅହିଂସା ଏବଂ ଏକତା ପ୍ରତି ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି । ଗୋ-ସୁରକ୍ଷା ସମ୍ପନ୍ଧିତ ମାମଲା ପରିଚାଳନା କରିବାରେ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ପ୍ରମୁଖ ଭୂମିକା ଗ୍ରହଣ କରିଛି ଉଦାହରଣ ସ୍ୱରୂପ ରକବାର ଖାନ୍ ହତ୍ୟା ମାମଲାର ନିଷ୍ପଶି, ଯାହା ସୂଚିତ କରେ ଯେ ଗୋ-ସୁରକ୍ଷା ଆଳରେ ହିଂସା କେବେ ମଧ୍ୟ ଗ୍ରହଣୀୟ ନୁହେଁ । ନିକଟରେ ଭାରତୀୟ ନ୍ୟାୟ ସଂହିତାରେ ଭିତ ଦ୍ୱାରା ହିଂସା ପାଇଁ ଅର୍ନ୍ତଭୁକ୍ତ କରାଯାଇଥିବା । ନୂତନ ନିୟମରୁ ପୀଡିତ ମାନଙ୍କୁ ନ୍ୟାୟ ଯୋଗାଇବା ପାଇଁ ସରାକାରଙ୍କ ପ୍ରତିବଦ୍ଧତା ପ୍ରତିଫଳିତ ହୁଏ । ଯୁକ୍ତରାଷ୍ଟ୍ର ଆମେରିକା – ଉକ୍ତ ରିପୋର୍ଟରେ ଧର୍ମ ପରିବର୍ଶନ ବିରୋଧା ଆଇନ ଗୁଡିକର ପ୍ରଣୟନର ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଛି । ହେଲେ ଟଝଉଓଜୠ ରିପୋଟ ଏହା ଦର୍ଶାଇ ନାହିଁ ଯେ ଏହି ନିୟମ ଗୁଡିକ ବାଧ୍ୟତା ମୂଳକ ଧର୍ମ ପରିବର୍ତ୍ତନକୁ ରୋକିବା ସହିତ ସଇଚ୍ଛାରେ ଧର୍ମ ପରିବର୍ତ୍ତନ ଉପରେ ଗୁରତ୍ୱାରୋପ କରିଥାଏ । ଏହି ନିୟମ ଗୁଡିକ ବାହ୍ୟ ପ୍ରଭାବ କିମ୍ବା ବିନା ଚାପରେ ସୁକ୍ତ ଭାବରେ ନିଜ ଧର୍ମକୁ ବାନ୍ଧିବା ପାଇଁ ବ୍ୟକ୍ତିର ଅଧୀକାରକୁ ସୁରକ୍ଷିତ କରୁଛି । ଉନ୍ନତି କରି ଏହା ପ୍ରମାଣିତ ନିର୍ବାରିତ ହୁଏ ନାହିଁ । ଭାରତୀୟ ସାମ୍ବିଧାନିକ ପ୍ରକ୍ରିୟା ମାଧ୍ୟମରେ ପ୍ରଚାରିତ ଭୁଲ ଧାରଣାର ବିପରୀତ କର୍ଣାଟକରେ ହିଜାବ ପରିଧାନ ଯୋଗୁଁ ମୁସଲିମ ଛାତ୍ରୀ ମାନଙ୍କୁ ଏକ ଶିକ୍ଷାସ୍ଥଳକୁ ଫେରାଇ ଦିଆଯାଇଥିବା ପ୍ରସଙ୍ଗକୁ ଉକ୍ତ ରିପୌଟରେ ନଳାରାତ୍ମକ ଭାବରେ ଉପସ୍ଥାପିତ କରାଯାଇଛି । ହେଲେ ଆମକୁ ଏହା ମନେ ରଖିବାକୁ ହେବ ଯେ, ଏହିପରି ବିବାଦ ସତ୍ତ୍ୱେ ମୁସଲିମ ମହିଳା ମାନେ ଅନେକ କ୍ଷେତ୍ରରେ ସୁନାମ ଅର୍ଜନ କରୁଛନ୍ତି । ଯେପରିକି ନକ୍ରିୟା ପରବୀନ ଏବଂ ସାବଲ୍ୱନ ଖାଡ଼ୁନ୍ ନ୍ୟାସନଲ ଫ୍ଲୋରେନ୍? ନାଇଟଙ୍ଗଲ ପୁରସ୍କାରରେ ସମ୍ମାନିତ ହେବା, ଝାଡ଼ଖଣ୍ଡ ଲୋକସେବା ଆୟୋଗରେ ନୁସରତ ନୁର ପ୍ରଥମ ସ୍ଥାନ ଅଧୀକାର କରିବା, ତଥା ଆରିବା ଖାନ ଏବଂ ନିଖତ୍ କରିନ୍ କ୍ରୀଡା କ୍ଷେତ୍ରରେ ଉଚ୍ଚକୋଟିର ପ୍ରଦର୍ଶନ କରିବା ଦର୍ଶାଏ ଯେ, ଶିକ୍ଷା ଏବଂ ବ୍ୟକ୍ତିଗତ ଅଭିବୃଦ୍ଧି କ୍ଷେତ୍ରରେ ମୁସଲିମ ମହିଳାମାନେ ଅନ୍ୟ ସମୁଦାୟର ମହିଳା ମାନଙ୍କଠାରୁ କୌଣସି ପ୍ରକାରେ ପଛରେ ନାହାନ୍ତି । ଏହିସବୁ ସଫଳତା କାହାଣୀ ଦର୍ଶାଏ ଯେ ସୁସଲିମ ମହିଳା ମାନେ ପାରମ୍ପାରିକ ଧାରଣାକୁ ପଛରେ ପକାଇ ବିଭିନ୍ନ କ୍ଷେତ୍ରରେ କରୁଛନ୍ତି ଯେ ସେମାନଙ୍କ ପରିଚୟ କେବଳ ହିଜାବ ଦ୍ୱାରା ସୁସଲମାନ ମାନେ ନିଜର ପ୍ରସଙ୍ଗ ଗୁଡିକୁ ଗଣତାନ୍ତ୍ରିକ ତଥା ନିରାକରଣ କରିବାରେ ସର୍ମଥ । ଟଝଉଓଜୠ ରିପୋଟ ଦ୍ୱାରା ନାଗରିକତା ସଂଶୋଧନ ଅଧୀନିୟମ ମୁସଲିମ କିମ୍ବା ଭାରତର ଅନ୍ୟ କୌଣସି ସମୁଦାୟ ମଧ୍ୟରେ ଭେଦଭାବ କରେ ନାହିଁ । ଏହି ନିୟମ ପ୍ରତ୍ୟେକ ଭାରତୀୟର ଅଧୀକାରକୁ ସୁନିଶ୍ଚିତ କରିବା ସହ ବିଦେଶରେ ନିର୍ଯାତନାର ଶିକାର ହେଉଥିବା ଜନସାଧାରଣକୁ ସାହଯ୍ୟର ହାତ ବଢାଇଥାଏ । ଏହା ବୁଝିବା ଜନ୍ମର ଯେ ନାଗରିକତା ସଂଶୋଧନ ଅଧୀନିୟମ ଭାରତୀୟ ମାନଙ୍କ ନାଗରିକତାରେ ବାଧା ସୃଷ୍ଟି କରେ ନାହିଁ । ବରଂ ଅବହେଲିତ ସମୁଦାୟର ଏକତା ରକ୍ଷା କରି ସାରା ବିଶ୍ୱରେ । ମାନବିକ ମୂଲ୍ୟବୋଧ ପ୍ରତି ଭାରତର ପ୍ରତିବଦ୍ଧତାକୁ ସୂଚିତ କରେ । USCIRF ରିପୋଟ ଭାରତରେ ଧାର୍ମିକ ସାଧୀନତା ସମ୍ବନ୍ଧରେ ନିଜର ଏକତରଫା ଦୃଷ୍ଟିକୋଣକୁ ଉପସ୍ଥାପିତ କରିଛି ଯାହା ସମ୍ବିଧାନିକ ବ୍ୟବସ୍ଥା ଦ୍ୱାରା ଏକ ସମାବେଶୀ ସମାଜ ଗଠନ ପାଇଁ ଭାରତର ନିରନ୍ତର ପ୍ରଚେଷ୍ଟାକୁ ଚିହ୍ନିବାରେ ବିଫଳ ହେଇଛି । ଭାରତୀୟ ଗଣତନ୍ତ୍ର, ମାନବିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତା । ଏବଂ ଧାର୍ମିକ ସଂଖ୍ୟାଲଘୁଙ୍କ ସଫଳତା ଏପରି ଏକ ରାଷ୍ଟ୍ରର ପ୍ରତିଛବିକୁ ଉପସ୍ଥାପିତ କରେ ଯାହା ବିବିଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିଥାଏ । ତେଣୁ ଅନ୍ୟ ଦେଶରେ ଅଶାନ୍ତି ସୃଷ୍ଟି କରିବା ପୂର୍ବରୁ ପାଶ୍ଚାତ୍ୟ ଦେଶଗୁଡିକ ନିଜର ଆଭ୍ୟନ୍ତରୀଣ ବିବାଦର ସମାଧାନ କରିବା ଉଚିତ୍ ।
(ଇନସା ୱାରସୀ)
ଜର୍ନାଲିଜମ୍ ଓ ଫ୍ରାଙ୍କୋଫୋନ୍ ଅଧ୍ୟୟନ ବିଭାଗ,
ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ