କଟକ ମହାନଗର ନାଗରିକ ମହାସଭା ନୂଆଖାଇ ପାଳିତ

କଟକ, (ପ୍ରବାହ ନ୍ୟୁଜ୍‌) : କଟକ ମହାନଗର ନାଗରିକ ମହାସଭା ଆନୁକୂଲ୍ୟରେ ତେଲେଙ୍ଗା ବଜାରସୁ ରଘୁନାଥଜୀଉ ମନ୍ଦିରଠାରେ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳିତ ହୋଇଯାଇଅଛି । ଅନୁଷ୍ଠାନର ସଭାପତି ଡାକ୍ତର ରର୍ବ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଗାୟକ ସୁରେନ୍ଦ୍ରନାଥ ଛୋଟରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ନୂଆଖାଇ କେବଳ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୁହେଁ, ଏହା ସଂପ୍ରତି ଓ ସଦ୍‌ଭାବନାର ପର୍ବ ବୋଲି ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ମେୟର ସୁବାସ ସିଂ ମତବ୍ୟକ୍ତ କରିଥିଲେ। ସର୍ବଶ୍ରୀ ବୈଷ୍ଣବ ପରିଡ଼ା, ବିଦ୍ୟୁତ୍ କୁମାରୀ ଲାଲା, ନଳିନୀପ୍ରଭା ନାୟକ, ଗୋପାଳଚନ୍ଦ୍ର ମିଶ୍ର, ଭୁବନାନନ୍ଦ ମହାନ୍ତି, ନିବାସଚନ୍ଦ୍ର ମିଶ୍ର, ଶରତଚନ୍ଦ୍ର ଦାସ, ସୁଧାଂଶୁ ଓଝା, ଅରୁଣା ସାମନ୍ତରାୟ, ସୌମେନ୍ଦ୍ର ଶେଖର, ସୁଷମା ବାରିକ, ମାଧବ ମିଶ୍ର, ମୀରା ବେଉରା, ମିଲନ ବଡୁ, ରବୀନ୍ଦ୍ରନାଥ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସାଧାରଣ ସଂପାଦକ ଶ୍ୟାମ ସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *