ଯୁବକର ମୃତ ଦେହ ଉଧାର

ଭେଡେନ :-ପ୍ରବାହ ନ୍ୟୁଜ୍ : ବରଗଡ଼ ଜିଲ୍ଲା ଭେଡେନ ଥାନା ପପଙ୍ଗା ପାହାଡ଼ ଜଙ୍ଗଲ ରେ ମଙ୍ଗଳବାର ଦିନ ପୋଲିସ ଦ୍ବାରା ଜଣେ ଯୁବକ ର ମୃତ୍ୟୁ ଦେହ ଉଧାର କରାଯାଇଛି । କନ୍ଧମାଳ ଜିଲ୍ଲା ତୁମୁଲି ବନ୍ଧ ଥାନା ସିଲିକି ଗାଁ ର ମାଧବ ଦିଗାର (୨୨) ପୋଲିସ ସୂଚନା ଦେଇଛି । ପରିବାର ଲୋକଙ୍କ ଅଭିଯୋଗ ମତେ ମାଧବ ବହୁ ବର୍ଷ ହେଲା ବାହାରେ ରହି କାମ କରି ୨୫ତାରିଖ ନୂଆଁଖାଇ ପାଇଁ ଯିବି ବୋଲି ଫୋନରେ ଘର ଲୋକଙ୍କୁ ଖବର ଦେଇଥିଲା । ପୁଣି ତା’ର ପରଦିନ କହିଲା ଯେ ବରଗଡ଼ ଜିଲ୍ଲା କୁଦୋପାଲି ଗ୍ରାମ ର ମୋ ସାଙ୍ଗ ଘରକୁ ଯିବି କହିଲା । ପରେ ଆଉ ସେ ଫୋନ ନ ଉଠାଇ ବାରୁ ପରିବାର ଲୋକେ ମାନସିକ ଚିନ୍ତାଗ୍ରସ୍ତ ହୋଇ ନିକଟସ୍ଥ ଥାନା ରେ ଏକ ନିଖୋଜ ମାମଲା ଦାଏର କରି । ପୁଣି ପରିବାର ଲୋକେ ଭେଡେନ ଥାନା କୁ ଆସି ଥାନା ନିଖୋଜ କେଶ ନମ୍ବର ୧୦ ତାରି୧/୯/୨୦୨୫ଖ କ୍ରମେ ଅଭିଯୋଗ କରେ । ଉକ୍ତ ଅଭିଯୋଗ ଆଧାର କରି ଭେଡେନ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ମାଧବଙ୍କ ମୋବାଇଲ ଲୋକେସନ ଦେଖି ପପଙ୍ଗା ପାହାଡ଼ ରେ ପହଞ୍ଚି ଥିଲେ । ସେଠାରେ ଏକ ମୃତ୍ୟୁ ଦେହ ଝୁଳନ୍ତା ଅବସ୍ଥା ଥିବା ଦେଖିବାକୁ ପାଇଲେ । ପ୍ରଥମେ ପରିବାର ଲୋକେ ମୃତ୍ୟୁ ଦେହ ଟି ପଚିସଢି ଯାଇ ମଧ୍ୟ ଚିହ୍ନଟ କରି ପାରିଥିଲେ ।

ଏ ନେଇ ଭେଡେନ ଥାନା ଅଧିକାରୀ ଙ୍କୁ ପଚାରି ଯିବାରୁ ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥିବା ଜଣାପଡୁଛି । ସେହି ଆଧାରରେ ଏକ ମାମଲା ରୁଜୁ କରାଯାଇ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବି ତଦନ୍ତ ଜାରି ରହିଥିବା କହିଛନ୍ତି । ଘଟଣା ସ୍ଥଳରୁ ପୋଲିସ ମୋବାଇଲ,ସାର୍ଟ ପ୍ୟାଣ୍ଟ ସହ କାଗଜପତ୍ର ଥିବା ଫାଇଲ ଜବତ କରିଛି ।