ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ ଜୈବ ବିିବିଧତା ସଂରକ୍ଷଣ ପଦକ୍ଷେପ ପାଇଁ ସମ୍ମାନିତ
•ଭୁବନେଶ୍ୱରଠାରେ ୬୮ତମ ବନ୍ୟଜନ୍ତୁ ସପ୍ତାହ ଅବସରରେ ସମ୍ମାନ ପ୍ରଦାନଯ
ଯଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍) ସହିତ ଟିଏସ୍ଏମ୍ଏଲ୍ ପକ୍ଷରୁ ଏହା ସମସ୍ତ ଖଣିରେ ଜୈବ ବିବିଧତା ପରିଚାଳନା ଯୋଜନା (ବିଏମ୍ପିଏସ୍)ଯ
ଭୁବନେଶ୍ୱର, ଅକ୍ଟୋବର ୦୭, ୨୦୨୨: ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) କୁ ‘ଗ୍ରୋ ଉଇଥ୍ ନେଚର ଆଣ୍ଡ ନେଚର ଆଣ୍ଡ ୱାଇଲ୍ଡଲାଇଫ୍ କନ୍ଜରଭେସନ୍ ସୋସାଇଟି ଅଫ୍ ଓଡ଼ିଶା (ଏନ୍ଡବ୍ଲ୍ୟସିଏସ୍ଓ) ପକ୍ଷରୁ ସମ୍ମାନିତ କରାଯାଇଛି । ଜୈବ ବିବିଧତାର ସଂରକ୍ଷଣ ଦିଗରେ ପଦକ୍ଷେପ ଏବଂ ପରିବେଶ ସମ୍ପର୍କିତ ସଚେତନତା ସୃଷ୍ଟି ଓ ସ୍ଥାନୀୟ ଲୋକଙ୍କ ସହଯୋଗ ଦ୍ୱାରା ପରିବେଶ ସଂରକ୍ଷଣରେ ସକ୍ରିୟ ଯୋଗଦାନ ପାଇଁ କମ୍ପାନୀକୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଅକ୍ଟୋବର ୫ ତାରିଖ ଦିନ ଭୁବନେଶ୍ୱରରେ ୬୮ତମ ବନ୍ୟଜନ୍ତୁ ସପ୍ତାହ ଅବସରରେ ‘ଆଂଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରାହଳୟ ସହଭାଗିତାରେ ଏନ୍ଡବ୍ଲୁସିଏସ୍ଓ ପକ୍ଷରୁ “ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଦାୟିତ୍ୱବାନ ଅଂଶୀଦାରମାନଙ୍କ ଯୋଗଦାନ” ସମ୍ପର୍କିତ କର୍ମଶାଳାରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଟିଏସ୍ଏମ୍ଏଲ୍ ପକ୍ଷରୁ ସହକାରୀ ମହାପ୍ରବନ୍ଧକ ଶ୍ରୀ ଦେବରାଜ ତିୱାରୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ରାଉରକେଲା ଆଂଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) ଡଃ ଅରୁଣ କୁମାର ମିଶ୍ର ଏବଂ ଏନ୍ଡବ୍ଲୁସିଏସ୍ଓର ସଭାପତି ସରୋଜ କୁମାର ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଏନ୍ଡବ୍ଲୁସିଏସ୍ଓ ଅଧ୍ୟକ୍ଷା ଗାୟତ୍ରୀ ଦେବୀ ମଧ୍ୟ ଉପସ୍ଥିତ ଥିଲେ ।
ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା ଏହି ପୁରସ୍କାର ଉପରେ ମତ ରଖି କହିଛନ୍ତି ଯେ, “ଆମର ସମସ୍ତ ଖନନ କାର୍ଯ୍ୟକ୍ଷେତ୍ର ପାଇଁ ଏକ ସମ୍ପୁର୍ଣ୍ଣ ଜୈବ ବିବିଧତା ପରିଚାଳନା ଯୋଜନା ପ୍ରସ୍ତୁତ ରହିଛି ଏବଂ ଆମେ ଜୈବ ବିବିଧତାରେ ଉନ୍ନତି ଆଣିବା ପାଇଁ ଏହି ଯୋଜନାରେ ସୁପାରିଶ କରାଯାଇଥିବା ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛୁ । ଆମେ ଗ୍ରୁପ୍ କମ୍ପାନୀର ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ କାର୍ଯ୍ୟକ୍ଷେତ୍ରରେ ସଷ୍ଟେନେବିଲିଟି ଓ ସ୍ୱତନ୍ତ୍ର ରୂପେ ଜୈବ ବିବିଧତାରେ ଉତ୍କର୍ଷତା ସୃଷ୍ଟି ଓ ଏହାକୁ ବଜାୟ ରଖିବା ଉପରେ ବିଶେଷ ଗୁରୁତ୍ୱ ଦେଉଛୁ ।
ଏକ ଆଲୋଚନାଚକ୍ରରେ ଜୈବ ବିବିଧତାର ସଂରକ୍ଷଣ ପାଇଁ ଟିଏସ୍ଏମ୍ଏଲ୍ର ବିଭିନ୍ନ ପ୍ରକଳ୍ପ ଯଥା ପ୍ରଜାତୀୟ ଖାଦ୍ୟୋତ୍ସବ, ଜୈବ ବିବିଧତା, ସବୁଜ ଚିକିତ୍ସା ଭଳି ବିଭିନ୍ନ ଶ୍ରେଷ୍ଠ ପଦକ୍ଷେପଗୁଡ଼ିକୁ ଉପସ୍ଥାପନ କରାଯାଇଥିଲା । ଏହାସହିତ ଏହି କର୍ମଶାଳାରେ ବ୍ୟବସାୟିକ କାର୍ଯ୍ୟପ୍ରଣାଳୀରେ ଜୈବ ବିବିଧତାର ସଂରକ୍ଷଣ ଓ ବୃଦ୍ଧି ଦିଗରେ ନିଆଯାଇଥିବା ଭିନ୍ନ ଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା ।
ଟିଏସ୍ଏମ୍ଏଲ୍ ଖନନ ଓ ଫେରୋ ଆଲୟେଜ ଉଦ୍ୟୋଗରେ ଉଦାହରଣ ସୃଷ୍ଟି କରିବା ସହିତ ଉଦ୍ଭିଦ ଓ ପ୍ରାଣୀଜଗତର ସଂରକ୍ଷଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଛି । କମ୍ପାନୀ ପକ୍ଷରୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍) ସହିତ ଏହାର ସମସ୍ତ ଖଣିରେ ଜୈବ ବିବିଧତା ପରିଚାଳନା ଯୋଜନା (ବିଏମ୍ପି) ଆରମ୍ଭ କରାଯାଇଛି । ଟିଏସ୍ଏମ୍ଏଲ୍ ନିଜ କାର୍ଯ୍ୟଧାରାକୁ ଜାତୀୟ ଜୈବ ବିବିଧତା ଲକ୍ଷ୍ୟ, ଆଇଚି ଜୈବ ବିବିଧତା ଲକ୍ଷ୍ୟ ଓ ସଷ୍ଟେନେବିଲିଟି ବିକାଶ ଲକ୍ଷ୍ୟ ସହିତ ସମାନ୍ତରଳ ଭାବେ ରଖି ନିରନ୍ତର ଉଦ୍ୟମ ଜାରି ରଖିଛି । ନିଜ ବ୍ୟବସାୟିକ କାର୍ଯ୍ୟପ୍ରଣାଳୀରେ ଜୈବ ବିବିଧତାକୁ ଅର୍ନ୍ତଭୁକ୍ତ କରିବା ଓ ଆଗାମୀ ପିଢି ପାଇଁ ଏକ ଉନ୍ନତ ଆସନ୍ତାକାଲି ଗଠନ କରିବା ପାଇଁ କମ୍ପାନୀ ପକ୍ଷରୁ ଉକ୍ତ ପଦକ୍ଷେପଗୁଡ଼ିକ ଗ୍ରହଣ କରାଯାଉଛି ।