ଟାଟାଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସୁକିନ୍ଦା ଯୁବକଯୁବତୀଙ୍କ ପାଇଁ ଆଉଟଡୋର ଲିଡରଶିପ କ୍ୟାମ୍ପର ଶୁଭାରମ୍ଭ

ସୁକିନ୍ଦା : ପ୍ରବାହ ନ୍ୟୁଜ୍‌ : ଟାଟାଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ୍‌) ପକ୍ଷରୁକିଶୋରକିଶୋରୀମାନଙ୍କ ପାଇଁଉଦ୍ଦିଷ୍ଟ ପ୍ରଜନନ ଓ ଯୌନ ସ୍ୱାସ୍ଥ୍ୟ ଉପକ୍ରମ ବା ରିସ୍ତା ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଯୁବକ ଯୁବତୀମାନଙ୍କ ପାଇଁ ଏକ ଆଉଟ୍‌ଡୋର୍‌ ଲିଡରସିପ୍‌ କ୍ୟାମ୍ପ (ଓଏଲ୍‌ସି) ବାବାହ୍ୟ ନେତୃତ୍ୱ ଶିବିରର ଶୁଭାରମ୍ଭ କରାଯାଇଛି। ଏଥିରେ ଭାଗ ନେବାକୁ ଯାଉଥିବା ସୁକିନ୍ଦା ଅଞ୍ଚଳର୪୦ଜଣ ଯୁବକଯୁବତୀଙ୍କ ଯାତ୍ରାକୁଟିଏସଏଫ ର କର୍ମଚାରୀ ମାନଙ୍କ ଉପସ୍ଥିତିରେ ଟାଟାଷ୍ଟିଲ ଫେରୋ ଆଲଏଜ୍ ଏଣ୍ଡ ମିନେରାଲ ସଡିଭିଜନର (ଏଫ୍‌ଏଏମଡି) ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର ଉଦ୍‌ଘାଟନ କରିଥିଲେ।

‘ପ୍ରୋଜେକ୍ଟରିସ୍ତା’ ହେଉଛିଟାଟାଷ୍ଟିଲ୍ ଫାଉଣ୍ଡେସନର ଏକ ପ୍ରମୁଖ କାର୍ଯ୍ୟକ୍ରମ। ଏଥିରେ ଟାଟାଷ୍ଟିଲ୍‌ର କାର୍ଯ୍ୟକ୍ଷେତ୍ର ପାରିପାଶ୍ୱିର୍କ ଅଞ୍ଚଳରେ ଥିବା ଗ୍ରାମ ଗୁଡ଼ିକରେ କିଶୋର କିଶୋରୀ ଓ ଯୁବ ଦମ୍ପତିଙ୍କ ପ୍ରଜନନ ଓ ଯୌନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥାଏ।

ଯୁବାବର୍ଗଙ୍କ ନେତୃତ୍ୱ ଦକ୍ଷତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଝାଡ଼ଖଣ୍ଡର ତୁମୁଙ୍ଗ ଠାରେ ଏହି ବାହ୍ୟ ନେତୃତ୍ୱ ଶିବିରର ଆୟୋଜନ କରାଯାଇଛି। ଦଳଗତ କାର୍ଯ୍ୟର ପ୍ରସାର କରିବା ଏବଂ ଗୋଷ୍ଠୀରେ ସକରାତ୍ମକ ପରିବର୍ତନ ସୃଷ୍ଟି କରିବା ଲାଗି ଅଂଶ ଗ୍ରହଣ କାରୀଙ୍କୁ ଏଠାରେ ତାଲିମ ଦିଆଯିବ।

ଶିବିର ଅଂଶ ଗ୍ରହଣ କାରୀମାନଙ୍କୁ ଏକ କଠିନ ପ୍ରକ୍ରିୟାରେଚୟନ କରାଯାଇଛି। ପ୍ରତି ଯୁବକ ଯୁବତୀ ନିଜଗାଁର୩୦କିଶୋରକିଶୋରୀଙ୍କ ପ୍ରତିନିଧିତ୍ୱକରୁଛନ୍ତି।ସମସ୍ତ ଅଂଶ ଗ୍ରହଣକାରୀ ପୂର୍ବରୁ ଟିଏସ୍‌ଏଫର ସାଥିୟା ତାଲିମ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିଛନ୍ତି, ଯେଉଁଥିରେକିଶୋରକିଶୋରୀଙ୍କସ୍ୱାସ୍ଥ୍ୟସମ୍ପର୍କରେ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ବିକାଶ ଲାଗି ତାଲିମ ଦିଆଯାଇଛି । ସେହି ମୁଳଦୁଆ ଆଧାରରେଜଣେ ଦକ୍ଷ ଲିଡରଙ୍କ ଦ୍ୱାରା ତାଲିମ ଅଧିବେଶନ ଓ ଦଳ ଗଠନ କାର୍ଯ୍ୟ ଉପରେ ଏହି କ୍ୟାମ୍ପରେ ଅଂଶ ଗ୍ରହଣ କାରୀଙ୍କୁ ଟ୍ରେନିଂ ଦିଆଯିବ । ନିଜଗ୍ରାମରେ ସେମାନେ ଲକ୍ଷ୍ୟ କରୁଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ଅଂଶ ଗ୍ରହଣକାରୀ ମାନେ ପ୍ରତ୍ୟକ୍ଷ ତାଲିମ ହାସଲ କରିବେ, ଯାହା ସ୍ଥାୟୀ ଗୋଷ୍ଠୀ ବିକାଶ ଲାଗି ଉତ୍ସର୍ଗୀ କୃତ ଏକ ସଶକ୍ତ ଯୁବବର୍ଗ ଗଠନ କରିବାରେ ରିସ୍ତାର ଲକ୍ଷ୍ୟକୁ ଆଗକୁ ବଢ଼ାଇବ।

ଏହି ଅଭିଯାନ ଯୁବଗୋଷ୍ଠୀଙ୍କ ସମ୍ଭାବନାକୁ ସୁଦୃଢ଼ କରିବା ଏବଂ ସାମାଜିକ ରୂପାନ୍ତରଣକୁ ଆଗକୁ ବଢ଼ାଇବାରେ ଟାଟାଷ୍ଟିଲ୍ ଫାଉଣ୍ଡେସନର ରହିଥିବା ଦୃଢ଼ ପ୍ରତିବଦ୍ଧ ତାକୁ ଆହୁରି ସୁଦୃଢ଼ କରିବ। ଯୁବବର୍ଗଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରି ଏବଂ ନେତୃତ୍ୱ ନେବା ଲାଗି ସେମାନଙ୍କୁ ଅନୁପ୍ରାଣିତ କରିଟିଏସ୍‌ଏଫ୍‌ ଏହାର କାର୍ଯ୍ୟକ୍ଷେତ୍ର ଅଂଚଳରେ ସକାରାତ୍ମକ ଓ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ଜାରି ରଖିଛି।

Leave a Reply

Your email address will not be published. Required fields are marked *