ଚମକିଲେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଭଲିବଲ୍ ପ୍ରତିଭା

ନରେନ୍ଦ୍ରପୁର : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ବାଦିବାହାଲ ଗ୍ରାମର ବର୍ଷାରାଣୀ ନାୟକ ପୁଲିସ ବାହିନୀରେ ଯୋଗ ଦେବାର ସ୍ୱପ୍ନ ଥିଲା । ପାରିକୂଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀରେ ପଢୁଥିବା ବର୍ଷା ଜାଣିଥିଲେ ଯେ ତାଙ୍କର ସ୍ୱପ୍ନ ସାକାର ହେବା କଷ୍ଟ ସାଧ୍ୟ ଅଟେ । କିନ୍ତୁ ୨୦୨୩ରେ ଯେତେବେଳେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଖଲିବେରଣା ଗ୍ରାମରେ ଭଲିବଲ୍‌କେନ୍ଦ୍ର ଆରମ୍ଭ କଲାସେଥିରେ ବର୍ଷାରାଣୀଯୋଗ ଦେଇଥିଲେ ଏବଂ ତାଙ୍କ ଜୀବନର ଲକ୍ଷ୍ୟ ଅନ୍ୟ କିଛିବୋଲି ହୃଦୟଙ୍ଗମ କରିଥିଲେ । ତାହା ପରଠାରୁସେ ଆଉ ପଛକୁଫେରି ଚାହିନଥିଲେ । ଜାତୀୟ ସ୍ତରର ଭଲିବଲ୍ ଅଭିଜ୍ଞ ପ୍ରଶିକ୍ଷକ ଆଶୁତୋଷ ଦାସଙ୍କ ପରାମର୍ଶ ଓ ପ୍ରଶିକ୍ଷଣ ନେଇ ସେ ଜଣେ ପେସାଦାର ଖେଳାଳିଭାବେ ଉଭା ହୋଇଥିଲେ । ଏହାପରେ ୨୦୨୩ରେ ପଶ୍ଚିମବଙ୍ଗର ହଗୁଳିଠାରେ ଅନୁଷ୍ଠିତ ୪୫ତମ ସବ୍ ଜୁନିୟର ଜାତୀୟ ଭଲିବଲ୍ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।

ଜୀବନରେ ଭଲିବଲ୍‌ର ପ୍ରଭାବ ବିଷୟରେ ଆଲୋକପାତ କରି ବର୍ଷା କହିଛନ୍ତି, ପ୍ରଥମେ ପୁଲିସ ବାହିନୀରେ ଯୋଗ ଦେବା ଲକ୍ଷ୍ୟ ଥିଲେ ମଧ୍ୟ ଏହାକୁ ପରିତ୍ୟାଗ କରି ଭଲିବଲ୍‌ଖେଳକୁ ଅଦାରିନେଇ ମୁଁ ଆନ୍ତର୍ଜାତୀୟ ସ୍ତରରେ ଦେଶପାଇଁଖେଳି ଦିନେ ଦେଶକୁ ଗର୍ବିତ କରିବାର ସ୍ୱପ୍ନଦେଖିଥିଲି ।ମୋର ଆତ୍ମବିଶ୍ୱାସ ହେଉଛିମୋର ଶକ୍ତିର ଉତ୍ସ । ପ୍ରଥମେ ମୁଁ ଭଲିବଲ୍‌ର କୋର୍ଟରେ ଛୋଟ (ଶର୍ଟସ) ପୋଷାକ ପିନ୍ଧି ଲଜ୍ଜା ଅନୁଭବ କରୁଥିଲି । ସମୟ କ୍ରମେ ଏହା ଦୂର ହୋଇଯାଇଥିଲା । ବିଭିନ୍ନ ଜାତୀୟ ସ୍ତରର ଟୁର୍ଣ୍ଣାମେଂଟ୍‌ରେ ରାଜ୍ୟକୁ ପ୍ରତିନିଧିତ୍ୱ କରି ଉଲ୍ଲେଖନୀୟ ପ୍ରଦର୍ଶନ କରିବା ପରେ ମୁଁ ଏବେ ଯେକୌଣସି ପ୍ରତିଯୋଗିତାରେ ଭାଗ ନେବାର ଆତ୍ମବିଶ୍ୱାସ ହାସଲ କରିପାରିଛି ।’’

ଏହାବ୍ୟତୀତ ର୍ସପା-ରଘୁନାଥପୁର ଓ ଖଲିବେରଣା ଗ୍ରାମର ଦୁଇ ପ୍ରତିଭାବାନ ଖେଳାଳି ଯଥାକ୍ରମେ ବିକାଶ ପାତ୍ର ଓ ସମ୍ବିତ ବେହେରା ମଧ୍ୟ ଭାରତ କନିଷ୍ଠ ଶିବିର ପାଇଁ ମନୋନୀତ ହୋଇଛନ୍ତି । ଏହା ଟିଏସଏଫର ମାର୍ଗଦର୍ଶନରେ ପ୍ରସ୍ତୁତ ସ୍ଥାନୀୟ ପ୍ରତିଭାଙ୍କ ସମ୍ଭାବନାକୁ ଦର୍ଶାଉଛି । ଶାରୀରିକ ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଭଲିବଲ୍ ଉତ୍ସାହୀମାନଙ୍କୁ ଆବଶ୍ୟକୀୟ ପୋଷଣ ସହାୟତା ଏବଂ ଖାଦ୍ୟ ସପ୍ଲିମେଂଟ୍ ପ୍ରଦାନ କରିବାରେ ଟିଏସଏଫ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

Leave a Reply

Your email address will not be published. Required fields are marked *