କର୍ମଚାରୀ ସ୍ୱେଚ୍ଛାସେବା ଜରିଆରେ ଗୋଷ୍ଠୀ ସଶକ୍ତୀକରଣ

ଯାଜପୁର, ମାର୍ଚ୍ଚ ୧୩, ୨୦୨୪: ଗୋଷ୍ଠୀସଶକ୍ତୀକରଣ ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣକରିଟାଟାଷ୍ଟିଲରଫେରୋ ଆଲଏଜ୍ ଆଣ୍ଡମିନେରାଲ୍ସଡିଭିଜନ୍ (ଏଫ୍‌ଏଏମଡି)ର କର୍ମଚାରୀମାନେ ଯାଜପୁରଜିଲ୍ଲା ନୂଆଗାଁସ୍ଥିତ ଅନ୍ନପୂର୍ଣ୍ଣାଚାଇଲ୍ଡକେୟାରହୋମ୍‌ର ପିଲାମାନଙ୍କୁସ୍କୁଲବ୍ୟାଗ୍ ଓ ଶିକ୍ଷାସାମଗ୍ରୀ ପ୍ରଦାନ କରିଛନ୍ତି। କର୍ମଚାରୀମାନେ ଅନାଥାଶ୍ରମର ପିଲାମାନଙ୍କୁ ପେନ୍ସିଲବକ୍ସ, ଡ୍ରଇଂଚାର୍ଟ, ସ୍କେଚ୍‌ପେନ୍ ପ୍ୟାକେଟ୍‌ଏବଂଟିଫିନ୍‌ବକ୍ସ ଆଦି ପ୍ରଦାନ କରିଥିଲେ ।

କର୍ମଚାରୀସ୍ୱେଚ୍ଛାସେବା ଅଭିଯାନ ଜରିଆରେସହଯୋଗରହାତବଢ଼ାଇକମ୍ପାନୀର ଯାଜପୁରସ୍ଥିତଫେରୋକ୍ରୋମ ପ୍ଲାଣ୍ଟ, ସୁକିନ୍ଦାକ୍ରୋମାଇଟ୍‌ଖଣି ଓ ଭୁବନେଶ୍ୱରରକର୍ମଚାରୀମାନେ ଅନ୍ତେବାସୀମାନଙ୍କ ପାଇଁବିଭିନ୍ନକୌତୁକକାର୍ଯ୍ୟକ୍ରମ ଆୟୋଜନ କରିବାସହସେମାନଙ୍କସହକିଛିମୂଲ୍ୟବାନ ସମୟବିତାଇଥିଲେ ।ଏହା ବ୍ୟତୀତ କର୍ମଚାରୀମାନେ ସେହି କ୍ୟାମ୍ପସରେ ନିରାଶ୍ରୟମହିଳାମାନଙ୍କ ପାଇଁ ଥିବା ‘ଜାଗୃତିଗୃହ’ର ଅନ୍ତେବାସୀଙ୍କୁଷ୍ଟିଲ ପାଣିବୋତଲ ମଧ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେଫେରୋ ଆଲଏଜ୍ ଓ ମିନେରାଲ୍ସଡିଭିଜନରଏକଜିକ୍ୟୁଟିଭଇନଚାର୍ଜ ପଙ୍କଜସତିଜାଖୁସିବ୍ୟକ୍ତକରିକହିଛନ୍ତି ଯେ, \”ଆମେସ୍ୱେଚ୍ଛାସେବିତାଜରିଆରେରୂପାନ୍ତରଣଉପରେବିଶ୍ୱାସକରୁଏବଂସମାଜର ପଛୁଆବର୍ଗଲୋକଙ୍କଜୀବନରେ ଏକ ସକରାତ୍ମକ ପ୍ରଭାବସୃଷ୍ଟିକରିବାକୁଲକ୍ଷ୍ୟରଖିଛୁ । ଆମେ ଆଶାକରୁଛୁ ଯେ ଆମକର୍ମଚାରୀଙ୍କଏହିପରିଛୋଟଛୋଟ ପଦକ୍ଷେପ ଦ୍ୱାରାକମ୍ପାନୀର ପରିଚାଳନାକ୍ଷେତ୍ର ତଥା ଆଖପାଖରେରହୁଥିବାସ୍ଥାନୀୟଲୋକମାନେ ବିଶେଷଉପକୃତହେବେ ।’’

ବିଶେଷକରି ଆହ୍ୱାନପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହେଉଥିବାବାଳିକା ଓ ମହିଳାମାନଙ୍କ ପାଇଁଶିକ୍ଷା ଓ କଲ୍ୟାଣକୁପ୍ରୋତ୍ସାହନ କରିବାଉପରେଏହିକାର୍ଯ୍ୟକ୍ରମ ପର୍ଯ୍ୟବେସିତ ଥିଲା ।

ଟାଟାଷ୍ଟିଲ୍ ପରିବାରର ଯତ୍ନ ଓ ସହଯୋଗରବାର୍ତା ଦେଇଥିବାଏହି ପଦକ୍ଷେପ ପାଇଁ ଅନାଥାଶ୍ରମରବାଳିକା ଓ ନିରାଶ୍ରୟକେନ୍ଦ୍ରରମହିଳାଙ୍କସମେତ ଅନ୍ୟ ହିତାଧିକାରୀମାନେ ମଧ୍ୟ କୃତଜ୍ଞତାଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ, କର୍ମଚାରୀମାନେ ଭୁବନେଶ୍ୱର, କେନ୍ଦୁଝରରବ୍ରାହ୍ମଣୀପାଳ, ଯାଜପୁରରସୁକିନ୍ଦା ଓ ରାଜ୍ୟରବିଭିନ୍ନସ୍ଥାନରେକର୍ମଚାରୀସ୍ୱେଚ୍ଛାସେବାକାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି ।

Leave a Reply

Your email address will not be published. Required fields are marked *