ଟାଟା ପାୱାର ପକ୍ଷରୁ ଏହାର ସ୍ୱଚ୍ଛ ଶକ୍ତି ଉତ୍ପାଦ ଓ ସମାଧାନ ସହ “ମେକ୍ ଇନ୍ ଓଡ଼ିଶା’କୁ ସମର୍ଥନ

• ଆସନ୍ତା ୫ ବର୍ଷରେ ୧୦୦୦ ଇଭି ଚାର୍ଜିଂ ପଏଂଟ, ୧,୦୦,୦୦୦ ସୋଲାର ପମ୍ପ୍, ମାଇକ୍ରୋଗ୍ରିଡ୍ ଏବଂ ଫ୍ଲୋଟିଂ ସୋଲାର ସ୍ଥାପନ କରିବ
• କନ୍କ୍ଲେଭ୍ରେ ଉନ୍ମୋଚିତ ଓଡ଼ିଶା ସରକାରଙ୍କ ଅକ୍ଷୟ ଶକ୍ତି ନୀତି ୨୦୨୨କୁ ଟାଟା ପାୱାର ର ସ୍ୱାଗତ
• ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଜରିଆରେ ସହଜ ବ୍ୟବସାୟ ଲାଗି ପ୍ରତିବଦ୍ଧ; ବଂଟନ ବ୍ୟବସାୟରେ ୬,୦୦୦ କୋଟି ଟଙ୍କାର ପୁଂଜି ନିବେଶ ଘୋଷଣା
• ବିଦ୍ୟୁତ ବଂଟନ କ୍ଷେତ୍ରରେ ଯୁବପିଢ଼ିଙ୍କୁ ୨,୦୦୦ ନିଯୁକ୍ତି ସୁଯୋଗ ପ୍ରଦାନ; ନୂଆ ପୁଂଜିନିବେଶ ଓ ସ୍ୱଚ୍ଛ ତଥା ସବୁଜ ଶକ୍ତି ସମାଧାନ ଏବଂ ଉତ୍ପାଦ ଜରିଆରେ ଆସନ୍ତା ୫ ବର୍ଷରେ ଏହି ସଂଖ୍ୟା ୫,୦୦୦ରେ ପହଂଚିପାରେ
ଭୁବନେଶ୍ୱର: ଭାରତର ସର୍ବବୃହତ ସମନ୍ୱିତ ବିଦ୍ୟୁତ୍ କଂପାନି ଏବଂ ଓଡ଼ିଶାରେ ରାଜ୍ୟ ସରକାରଙ୍କ ସହଯୋଗରେ ବିଦ୍ୟୁତ୍ ବଂଟନର ପରିଚାଳନା କରୁଥିବା ଟାଟା ପାୱାର ମେକ୍ ଇନ୍ ଓଡ଼ିଶାରେ ଅଂଶଗ୍ରହଣ କରି ଏହାର ସବୁଜ ଶକ୍ତି ସମାଧାନ ଏବଂ ସେବା ଜରିଆରେ ଓଡ଼ିଶାକୁ ଏକ ସ୍ୱଚ୍ଛ ଶକ୍ତି ହବ୍ରେ ରୂପାନ୍ତରିତ କରିବା ଲାଗି ଏହାର ରହିଥିବା ଲକ୍ଷ୍ୟ ଘୋଷଣା କରିଛି ।
ଇଭି ଚାର୍ଜିଂ ଷ୍ଟେସନ୍, ସୋଲାର ରୁଫଟପ୍, ସୋଲାର ପମ୍ପ୍ ଏବଂ ମାଇକ୍ରୋଗ୍ରିଡ୍ ଆଦିକୁ ନେଇ ସମଗ୍ର ସ୍ୱଚ୍ଛ ଶକ୍ତି ମୂଲ୍ୟ ଶୃଙ୍ଖଳାରେ କଂପାନି ଏହାର ଉପସ୍ଥିତି ଜାହିର କରିସାରିଛି ।
ସ୍ୱଚ୍ଛ ଗମନାଗମନର ପ୍ରସାର କରିବା ଲାଗି ଆସନ୍ତା ପାଂଚ ବର୍ଷରେ ୧,୦୦୦ ଚାର୍ଜିଂ ପଏଂଟ୍ ସ୍ଥାପନ କରିବାକୁ କଂପାନି ଯୋଜନା ରଖିଛି । ଏହା ୫୦ ଇଭି ଚାର୍ଜିଂ ପଏଂଟ୍ ସ୍ଥାପନ କରିସାରିଥିବା ବେଳେ ଆଉ ୯୭ ଚାର୍ଜିଂ ପଏଂଟ୍ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି । ସ୍ୱର୍ଣ୍ଣ ଚର୍ତୁଭୂଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଜାତୀୟ ରାଜପଥ ୧୬ରେ ଚାର୍ଜର, ପ୍ରମୁଖ ପର୍ଯ୍ୟଟନ କରିଡର୍ ଏବଂ ଓଡ଼ିଶାକୁ ଯୋଡ଼ୁଥିବା ପ୍ରମୁଖ ଆନ୍ତଃ ରାଜ୍ୟ ରାଜପଥ ଆଦି ବିଭିନ୍ନ ଅଭିଯାନ ଜରିଆରେ କଂପାନି ପକ୍ଷରୁ ଇଭି ଚାର୍ଜିଂ ପରିବ୍ୟବସ୍ଥାକୁ ସୁବିଧା ପ୍ରଦାନ କରାଯାଉଛି । ପାର୍କିଂ ସ୍ଥଳ ଏବଂ ହସ୍ପିଟାଲ୍, ବିଶ୍ୱବିଦ୍ୟାଳୟ, ମଲ୍ ଏବଂ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଚାର୍ଜିଂ ଭିତିଭୂମି ମୂତୟନ କରିବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍) ସହ ମିଶି ଟାଟା ପାୱାର କାର୍ଯ୍ୟ କରୁଛି ।
ଶିଳ୍ପ ଚାହିଦା ପୂରଣ କରିବା ଲାଗି ପାରାଦୀପରେ ଗ୍ରିନ୍ ହାଇଡ୍ରୋଜେନ୍ ହବ୍ ବିକାଶର ସମ୍ଭାବନାକୁ ସନ୍ଧାନ କରିବାର ପ୍ରାରମ୍ଭିକ ପର୍ଯ୍ୟାୟରେ କଂପାନି ରହିଛି ।
ରାଜ୍ୟ ସରକାରଙ୍କ ସହଯୋଗରେ କୃଷି କ୍ଷେତ୍ରରେ ସୌର ଶକ୍ତିର ବ୍ୟବସ୍ଥା (ସୋଲାରାଇଜେସନ୍) କରିବା ଦିଗରେ ଟାଟା ପାୱାର କାର୍ଯ୍ୟ କରୁଛି । ସାରା ରାଜ୍ୟରେ ଗୋଷ୍ଠୀ ପାନୀୟ ଜଳ ପ୍ରୟୋଗ ୧୨୦୦ ଦ୍ୱେତ ପମ୍ପ ସହ ୭୦୦ରୁ ଅଧିକ ସୌର ପମ୍ପ୍ ମୂତୟନ କରାଯାଇଛି । ଆସନ୍ତା ପାଂଚ ବର୍ଷରେ ୧,୦୦,୦୦୦ ସୌର ପମ୍ପ୍ ସ୍ଥାପନ କରିବାକୁ ଏହା ଯୋଜନା ରଖିଛି ।
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨କୁ ସମ୍ବୋଧିତ କରି ଟାଟା ପାୱାରର ସିଇଓ ଓ ଏମ୍ଡି ଡକ୍ଟର ପ୍ରବୀର ସିହ୍ନା କହିଛନ୍ତି ଯେ, “ଶିଳ୍ପ ବିକାଶ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଉଚ୍ଚ ମାନର ଏବଂ ସୁଲଭ ବିଦ୍ୟୁତ୍ ଯୋଗାଣ ଜରିଆରେ ଉଦ୍ୟୋଗରୁ ପ୍ରଗତିକୁ ନିଶ୍ଚିତ କରୁଛି ଟାଟା ପାୱାର । ଇ-ମୋବିଲିଟି କ୍ଷେତ୍ରରେ ଆମର ସ୍ୱଚ୍ଛ ଏବଂ ସବୁଜ ଶକ୍ତି ଉତ୍ପାଦ ଏବଂ ସମାଧାନ, ବିକେନ୍ଦ୍ରୀକରଣ ଉତ୍ପାଦନ, କୃଷି ଏବଂ ଡିମାଣ୍ଡ୍ ସାଇଡ୍ ମ୍ୟାନେଜମେଂଟ୍ ରାଜ୍ୟର ସାମଗ୍ରିକ ବିକାଶକୁ ନିଶ୍ଚିତ କରିବାରେ ଆହୁରି ସହାୟକ ହେବ ।’’
ଅକ୍ଷୟ ଶକ୍ତିରେ ଓଡ଼ିଶାର ରହିଥିବା ବ୍ୟାପକ ସୁଯୋଗ ବିଚାରକୁ ନେଇ ଟାଟା ପାୱାର ରାଜ୍ୟର ଅକ୍ଷୟ ତଥା ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ଅଂଶଗ୍ରହଣ କରିାକୁ ଚାହୁଛି ।
ରୁଫ୍ଟପ୍ ସୋଲାର କ୍ଷେତ୍ରରେ କଂପାନି ପକ୍ଷରୁ ସାରା ରାଜ୍ୟରେ ୨୫ ମେଗାୱାଟ୍ରୁ ଅଧିକ ବ୍ୟବସ୍ଥା ସ୍ଥାପନ କରାଯାଇଛି ଯାହା ୭.୦୭ ଲକ୍ଷ ଟନ୍ର ସିଓ୨ ନିର୍ଗମନ ଏବଂ ୧୧.୩୧ ଲକ୍ଷ ଗଛ ଲଗାଇବା ସହ ସମାନ । କାଜୁ ପ୍ରକ୍ରିୟାକରଣ ୟୁନିଟ୍, ଅଏଲ୍ ମିଲ୍ସ, ହସ୍ତତନ୍ତ, ଇସ୍ପାତ ଏବଂ ମାନୁଫାକ୍ଚରିଂ ଭଳି ବିଭିନ୍ନ ଶିଳ୍ପରେ କଂପାନିର ରୁଫଟପ୍ ସୋଲାର ବ୍ୟବସ୍ଥାକୁ ହାସଲ କରାଯାଇଛି । ରାଜ୍ୟରେ ବାସଗୃହ, କମର୍ସିଆଲ୍ ଓ ଶିଳ୍ପ ସଂସ୍ଥା ପାଖରେ ପହଂଚାଇବା ଲାଗି ରୁଫଟପ୍ ଓ ଭୂପୃଷ୍ଠରେ ସ୍ଥାପନ ହେଉଥିବା ସୌର ବ୍ୟବସ୍ଥାକୁ ଗ୍ରହଣ କରିବା ଲାଗି ରାଜ୍ୟରେ ୧୦୦୦ ମେଗାୱାଟ୍ ରୁଫଟପ୍ ସୋଲାର ସ୍ଥାପନ କରିବାର ସୁଯୋଗ ରହିଛି ।
ସୌର ଶକ୍ତିର ବ୍ୟାପକ ଲାଭ ହାସଲ କରିବାରେ ଓଡ଼ିଶାର ଦକ୍ଷିଣ-ପଶ୍ଚିମାଚଂଳର ୯ଟି ଜିଲ୍ଲା ଅଗ୍ରଣୀ ହେବେ । ଏହି ଜିଲ୍ଲାଗୁଡ଼ିକର ୨୫% ଅନାବାଦି ଜମି ଉପଲବ୍ଧ ହେଲେ ପ୍ରାୟ ୪୪ ଗିଗାୱାଟ୍ର ସୌର ଶକ୍ତି ପ୍ଲାଂଟ୍ ସ୍ଥାପନ ହୋଇପାରିବ ।
ସେହିପରି, ଓଡ଼ିଶାର ବିଭିନ୍ନ ହ୍ରଦରେ ଥିବା ଭାସମାନ ସୌର କ୍ଷମତା ପ୍ରାୟ ୫୦୦୦ ମେଗାୱାଟ୍ ହେବା ଆକଳନ କରାଯାଇଛି ଏବଂ ଏଭଳି ପ୍ଲାଂଟ୍ ସ୍ଥାପନ କରିବାରେ ଟାଟା ପାୱାର ଏହାର ବିଶେଷତାକୁ ବ୍ୟବହାର କରିବ ।
ଡକ୍ଟର ସିହ୍ନା ଓଡ଼ିଶା ସରକାରଙ୍କ ଅକ୍ଷୟ ଶକ୍ତି ନୀତି ୨୦୨୨କୁ ସ୍ୱାଗତ କରିଛନ୍ତି ଯାହାକୁ ଆଜି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଉନ୍ମୋଚନ କରାଯାଇଛି । ଅକ୍ଷୟ ଶକ୍ତି ନୀତିରେ ବିଦ୍ୟୁତ ଶୁଳକରେ ଛାଡ଼, ହ୍ୱିଲିଂ ଚାର୍ଜ, କ୍ରସ୍ ସବ୍ସିଡି ସରଚାର୍ଜ, ରାଜ୍ୟ ଟ୍ରାନ୍ସମିସନ ୟୁଟିଲିଟି ଚାର୍ଜ ଭଳି ଥିବା ପ୍ରୋତ୍ସାହନ ବେଶ ଉତ୍ସାହଜନକ ଏବଂ ଯାହା ସ୍ୱଚ୍ଛ ଓ ସବୁଜ ଶକ୍ତି ସମାଧାନକୁ ଦ୍ରୁତ ଗତିରେ ମୂତୟନ କରିବ ।
ରାଜ୍ୟରେ ସର୍ବାଧିକ ବିଦ୍ୟୁତ ଚାହିଦା ରହୁଥିବା ସମୟର ଆବଶ୍ୟକତାକୁ ପୂରଣ କରିବା ଲାଗି ଟାଟା ପାୱାର ଏହାର ପମ୍ପଡ୍ ଷ୍ଟୋରେଜ୍ ପାୱାର ଷ୍ଟେସନ (ପିଏସ୍ପିଏସ୍)କୁ ବ୍ୟବହାର କରିବ ଏବଂ ପିଏସ୍ପିଏସ୍ର ବିକାଶ ଲାଗି ଓଏଚ୍ପିସି ସହ ମିଶି କାର୍ଯ୍ୟ କରିବ ।
ଶକ୍ତି ବିଭାଗ ଏବଂ ଓଇଆର୍ସି ସହାୟତାରେ ମାଇକ୍ରୋଗ୍ରିଡ୍ ସ୍ଥାପନ କରି ଗ୍ରାମୀଣ ଜିଲ୍ଲାଗୁଡ଼ିକର ବିଦ୍ୟୁତକରଣ ଦିଗରେ ଟାଟା ପାୱାର କାର୍ଯ୍ୟ କରୁଛି । ଗ୍ରାମୀଣ/ ଆଦିବାସୀ ଅର୍ଥନୀତିର ରୂପାନ୍ତରଣ ଲାଗି ମୟୂରଭଞ୍ଜ ଜିଲ୍ଲାର ବହୁ ଗ୍ରାମରେ ମାଇକ୍ରୋଗ୍ରିଡ୍ ସ୍ଥପନ କରିବା ଲାଗି ଏକ ବୈଷୟିକ ଟେକ୍ନିକାଲ୍ ଫିଜିବିିଲିଟି ସର୍ବେକ୍ଷଣ କରାଯାଇଛି ।
ନିରନ୍ତର ଶକ୍ତି ଉପଯୋଗିତାକୁ ନିଶ୍ଚିତ କରିବା ଲାଗି ଟାଟା ପାୱାର ଡିସ୍କମ୍ଗୁଡ଼ିକର ଏହାର ଆବାସିକ ଏବଂ କମର୍ସିଆଲ୍ ଗ୍ରାହକଙ୍କୁ ସ୍ମାର୍ଟ ଆଇଓଟି ସମାଧାନ ପ୍ରଦାନ କରୁଛି । ରୁଫ୍ଟପ୍ ସୋଲାର ସ୍ଥାପନରେ ଲୋଡ୍ ବାଲାନ୍ସିଂ ପାଇଁ ଏହା ସହାୟକ ହେଉଛି । କଂପାନି ପକ୍ଷରୁ ଡିଜିଟାଲ୍ ମୋସନ୍ ସେନ୍ସର୍ ଏବଂ ସେନ୍ସର୍ ଭିତିକ ଏଲ୍ଇଡି ଲାଇଟିଂ ପ୍ରଦାନ କରାଯାଉଛି ଯାହା ଶିଳ୍ପ ଗ୍ରାହକଙ୍କକାରଖାନା, ଗୋଦାମ, ଶୀତଳଭଣ୍ଡାର ଶିଳ୍ପ ଆଦିର ୮୦% ଶକ୍ତି ସଂଚୟରେ ସହାୟକ ହେଉଛି ।
ଆସନ୍ତା ୫ ବର୍ଷରେ ବଂଟନ ବ୍ୟବସାୟରେ ୬,୦୦୦ କୋଟି ଟଙ୍କାର ପୁଂଜିନିବେଶ ପ୍ରତିବଦ୍ଧତା ଜରିଆରେ ରାଜ୍ୟରେ ବିଦ୍ୟୁତ ବଂଟନ ଦୃଶ୍ୟପଟ୍ଟର ରୂପାନ୍ତରଣ କରୁଛି ଟାଟା ପାୱାର । ରାଜ୍ୟରେ ସହଜ ବ୍ୟବସାୟ ବାତାବରଣକୁ ସହାୟତା ସ୍ୱରୂପ ଟାଟା ପାୱାର ପକ୍ଷରୁ ଏମ୍ଏସ୍ଏମ୍ଇ ସମେତ ଶିଳ୍ପ ଗ୍ରାହକମାନଙ୍କ ଲାଗି ସମନ୍ୱିତ ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର, ବାତ୍ୟା ସହନଶୀଳ ନେଟୱର୍କ, ଅନଲାଇନ୍ ମାଧ୍ୟମ ( ହ୍ୱାଟସ୍ଆପ୍ ଓ ଇ-ମେଲ), ମିସ୍ଡ କଲ ଏବଂ କମ୍ କାଗଜପତ୍ର, ମୋବାଇଲ୍ ଆପ୍ ଜରିଆରେ ନୂଆ ସଂଯୋଗ, ନେଟୱର୍କରେ ଉନ୍ନତି ଏବଂ ରକ୍ଷଣାବେକ୍ଷଣ ପାଇଁ ଭିତିଭୂମିକୁ ସଠିକ୍ ଭାବେ ଦେଖିପାରିବା ଲାଗି ଜିଆଇଏସ୍ ମ୍ୟାପିଂ ଏବଂ ସ୍ମାର୍ଟ ମିଟର ବ୍ୟବସ୍ଥା ଭଳି ବହୁ ପ୍ରକାର କାର୍ଯ୍ୟକ୍ରମ ଟାଟା ପାୱାର ଡିସକମ୍ଗୁଡ଼ିକ ପକ୍ଷରୁ ଆରମ୍ଭ କରାଯାଇଛି ।
ଶିଳ୍ପ କ୍ଷେତ୍ର ଲାଗି ୧୦୦% ଅକ୍ଷୟ ଶକ୍ତି ଗ୍ରହଣୀୟତା ପାଇଁ ଡିସ୍କମ୍ଗୁଡ଼ିକ ବିକଳ୍ପ ପ୍ରଦାନ କରୁଛନ୍ତି । ଶିଳ୍ପ ଗ୍ରାହକମାନଙ୍କୁ ସୁହାଇବା ଭଳି ଶକ୍ତି ସମାଧାନ ପ୍ରଦାନ କରିବା ଲାଗି ଡିସକମ୍ଗୁଡ଼ିକ ପ୍ରମୁଖ ଶିଳ୍ପ ବେଲ୍ଟ ପାଇଁ କ୍ଲାଏଂଟ୍-ରିଲେସନ୍ସିପ୍ ମ୍ୟାନେଜର ନିଯୁକ୍ତ କରିଛନ୍ତି ।
ଡିସକମ୍ଗୁଡ଼ିକର ପରିଚାଳନା, ରକ୍ଷଣାବେକ୍ଷଣ ଏବଂ ମିଟରିଂ କାର୍ଯ୍ୟରେ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ଟାଟା ପାୱାର ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ରାଜ୍ୟର ପୂର୍ବ ଡିସକମ୍ଗୁଡ଼ିକୁ ଅଧିଗହଣ କରିବା ପରେ ୪ଟି ଓଡ଼ିଶା ଡିସକମ୍ରେ କାର୍ଯ୍ୟ କରୁଥିବା ୧୧,୦୦୦ କର୍ମଚାରୀଙ୍କ ବାଦ ୨୦୦୦ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି । ନୂଆ ନିବେଶ ଏବଂ ସ୍ୱଚ୍ଛ ଓ ସବୁଜ ଶକ୍ତି ସମାଧାନ ତଥା ଉତ୍ପାଦ ପ୍ରଦାନ ଜରିଆରେ ଏହି ସଂଖ୍ୟା ଆସନ୍ତା ୫ ବର୍ଷରେ ୫୦୦୦ ସ୍ପର୍ଶ କରିପାରେ ।
ଟାଟା ପାୱାର ଏହାର ଡିସକମ୍ ଏବଂ ସବୁଜ ଶକ୍ତି ସମାଧାନ ଜରିଆରେ ଓଡ଼ିଶା ପ୍ରଗତିର ଗତିଶୀଳତାକୁ ବଢ଼ାଇବା ଲାଗି ପ୍ରସ୍ତୁତ ରହିଛି ଏବଂ ରାଜ୍ୟର ସାମାଜିକ ତଥା ଅର୍ଥନୈତିକ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ସହ ସଂପୃକ୍ତ ହେବାକୁ ଏହା ଚାହିରହିଛି ।
ନିଜେ ପରିଚାଳିତ ହେଉଥିବା ସମାଜର ସେବା ଲାଗି ରହିଥିବା ମୂଲ୍ୟବୋଧ ଅନୁସାରେ ଟାଟା ପାୱାର ପକ୍ଷରୁ ନିଯୁକ୍ତି, ଶିକ୍ଷା ଏବଂ ଅତ୍ୟାବଶ୍ୟକ ସେବା ଉପରେ ଗୁରୁତ୍ୱାରୋପ କରାଯାଉଛି । ସ୍ଥାନୀୟ ଗ୍ରାମ ପଂଚାୟତଗୁଡ଼ିକରେ ଡିସକମ୍ଗୁଡ଼ିକର ବିଲିଂ ଏବଂ କଲେକ୍ସନ କାର୍ଯ୍ୟ ପାଇଁ କଂପାନି ଏହାର ଆଭା ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଗୁଡ଼ିକର ମହିଳାମାନଙ୍କୁ ନିଯୁକ୍ତ କରିଛି ଯାହା ସାମାଜିକ ଓ ଅର୍ଥନୈତିକ ସଶକ୍ତୀକରଣରେ ସହାୟକ ହୋଇଛି ।
ସ୍ଥାନୀୟ ଯୁବବର୍ଗଙ୍କୁ ଆବଶ୍ୟକ କୌଶଳ ପ୍ରଦାନ କରିବା ଏବଂ ସେମାନଙ୍କୁ ନିଯୁକ୍ତି ଲାଗି ସକ୍ଷମ କରିବା ନିମନ୍ତେ ଓଡ଼ିଶାର ଡିସକମ୍ଗୁଡ଼ିକ ପକ୍ଷରୁ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି । କଂପାନି ପକ୍ଷରୁ ମହିଳା ସାକ୍ଷରତା କେନ୍ଦ୍ର ସ୍ଥାପନ କରାଯାଇଛି ଏବଂ ଗ୍ରାମୀଣ ଅଂଚଳରେ ସ୍ୱାସ୍ଥ୍ୟ ଭିତିଭୂମିକୁ ସହାୟତା ଲାଗି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍ପେନ୍ସେରିର ଶୁଭାରମ୍ଭ କରାଯାଇଛି ।
ଶକ୍ତିର ଉପଯୋଗୀ ବ୍ୟବହାର ଲାଗି ରହିଥିବା ମୂଲ୍ୟବୋଧର ପ୍ରସାର କରିବା ଲାଗି ଓଡ଼ିଶା ଡିସକମ୍ଗୁଡ଼ିକ ପକ୍ଷରୁ ସ୍କୁଲରେ କ୍ଲବ ଏନର୍ଜି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଟାଟା ପାୱାର ପକ୍ଷରୁ ଓଡ଼ିଶାରେ ଜୈବ ବିବିଧତା ସଂରକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜଙ୍ଗଲ ଅଂଚଳଗୁଡ଼ିକରେ ହାତୀ ଚଳପ୍ରଚଳ କରିଡର୍ର ସୁରକ୍ଷା ଓ ସଂରକ୍ଷଣ ଲାଗି ଓଡ଼ିଶା ସରକାରଙ୍କ ସହ ମିଶି କଂପାନି କାର୍ଯ୍ୟ କରୁଛି ।