ଟାଟା ପାୱାର ପକ୍ଷରୁ ଅଟୋ ଏକ୍ସପୋ ୨୦୨୩ରେ ହାଇ-ଟେକ୍ ଇଜେଡ୍ ଚାର୍ଜ ସମାଧାନ ପ୍ରଦର୍ଶିତ

୫ ବର୍ଷରେ ୨୫,୦୦୦ ଚାର୍ଜିଂ ପଏଂଟ୍ ସ୍ଥାପନ କରିବ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଟାଟା ପାୱାର ପକ୍ଷରୁ ଗ୍ରେଟର ନୋଏଡାରେ ଆୟୋଜିତ ଅଟୋ ଏକ୍ସପୋ ୨୦୨୩ରେ ବ୍ୟାପକ ଏବଂ ହାଇ-ଟେକ୍ ଇଭି ଚାର୍ଜିଂ ସମାଧାନକୁ ପ୍ରଦର୍ଶିତ କରାଯାଇଛି । ଏହି ଅବସରରେ ପରିଦର୍ଶନକାରୀମାନଙ୍କୁ କଂପାନି ପକ୍ଷରୁ ସହଜରେ ବ୍ୟବହାର ହୋଇପାରୁଥିବା ଇଜେଡ୍ ଚାର୍ଜର ପ୍ରଦାନ କରଯାଇଛି । ଟାଟା ପାୱାର ଇଜେଡ୍ ଚାର୍ଜ ମୋବାଇଲ୍ ଆପ୍ ଡାଉନ୍ଲୋଡ୍ ବିଷୟରେ ମଧ୍ୟ ଲୋକମାନଙ୍କୁ ଅବଗତ କରାଯାଇଛି ଯାହାକୁ ବ୍ୟବହାର କରି ସେମାନେ ସହଜରେ ନିକଟତମ ଚାର୍ଜିଂ ଷ୍ଟେସନ୍ ସନ୍ଧାନ କରିପାରିବେ, ଚାର୍ଜିଂ ପଏଂଟ୍ର ବାସ୍ତବ ସ୍ଥିତି ଜାଣିପାରିବେ, ଚାର୍ଜିଂର ଅପ୍ଡେଟ୍ ଆଦି ପାଇପାରିବେ ।
ଟାଟା ପାୱାରର ମୁମ୍ବାଇରେ ଥିବା ନେଟ୍ୱର୍କ ଅପରେସନ୍ସ ସେଂଟର୍ (ଏନ୍ଓସି)କୁ ଏହି ଅବସରରେ ପ୍ରଦର୍ଶିତ କରାଯାଇଛି । ଚାର୍ଜିଂ ଭିତିଭୂମିର ପ୍ରଭାବୀ କାର୍ଯ୍ୟକାରିତାକୁ ଏହା ନିଶ୍ଚିତ କରୁଛି । ଏନ୍ଓସିକୁ ଅନ୍ଲାଇନ୍ ପ୍ଲାଟ୍ଫର୍ମ ସହ ଯୋଡ଼ାଯାଇଛି ଯାହା ଟାଟା ପାୱାର ଇଜେଡ୍ ଚାର୍ଜ ସେବାକୁ ସମର୍ଥନ କରୁଛି ଏବଂ ସବୁ ଚାର୍ଜର ପାଇଁ ବାସ୍ତବ ସମୟ ଯୋଗାଯୋଗ ଲିଙ୍କ୍ ପ୍ରଦାନ କରୁଛି ।
ଇ-ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଆସନ୍ତା ୫ ବର୍ଷରେ ଦେଶରେ ୨୫,୦୦୦ ଇଭି ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବା ଲାଗି କଂପାନିର ରଖିଥିବା ମହତ୍ୱକାଂକ୍ଷୀ ଯୋଜନାକୁ ମଧ୍ୟ ଏହି ଅବସରରେ ଟାଟା ପାୱାର ପକ୍ଷରୁ ଘୋଷଣା କରାଯାଇଛି ।
ଟାଟା ପାୱାର ପକ୍ଷରୁ ଘର, କର୍ମକ୍ଷେତ୍ର, ଫ୍ଲିଟ୍ ଷ୍ଟେସନ, ସାର୍ବଜନୀନ ସ୍ଥାନ, ଇ-ବସ୍ ଚାର୍ଜିଂ ଷ୍ଟେସନ୍ ପାଇଁ ଇଭି ଚାର୍ଜିଂ ସମାଧାନ ପ୍ରଦାନ କରାଯାଉଛି । ମଲ୍, ହୋଟେଲ୍, ବିମାନବନ୍ଦର ଏବଂ କାର୍ଯ୍ୟାଳୟ ପରିସର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ କଂପାନି ଫାଷ୍ଟ୍ ଚାର୍ଜିଂ ପ୍ରଯୁକ୍ତି ମୂତୟନ କରିଛି ।

ଟାଟା ପାୱାରର ବ୍ୟବସାୟ ବିକାଶ ଓ ଇଭି ଚାର୍ଜିଂ ମୁଖ୍ୟ ଶ୍ରୀଯୁକ୍ତ ବିରେନ୍ଦ୍ର ଗୋୟଲ କହିଛନ୍ତି ଯେ, “ଭାରତରେ ଇଲେକ୍ଟ୍ରିକ୍ ଯାନର ଗ୍ରହଣୀୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ତେଣୁ ଏକ ସୁଦୃଢ଼ ସର୍ବଭାରତୀୟ ଚାର୍ଜିଂ ନେଟ୍ୱର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ଆମର ଉତ୍ପାଦ ଓ ପ୍ରଯୁକ୍ତିକୁ ଉପସ୍ଥାପନ କରି ବେଶ ଉଲ୍ଲସିତ ମନେ କରୁଛୁ ଯାହା ଟାଟା ପାୱାରକୁ ଭାରତର ଅଗ୍ରଣୀ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀରେ ପରିଣତ କରିଛି । ଭବିିଷ୍ୟତରେ ନିରନ୍ତର ଗମନାଗମନ ବିଷୟରେ ଗ୍ରାହକମାନେ ଯେଭଳି ବିଚାର କରିବେ ସେଥିରେ ଗ୍ରାହକଙ୍କୁ ସହାୟତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବା ଲାଗି ଟାଟା ପାୱାର ପ୍ରତିବଦ୍ଧ ରହିଛି ।’’
ଭାରତର ସରକାରଙ୍କ ଜାତୀୟ ଇଲେକ୍ଟ୍ରିକ୍ ଗମନାଗମନ ମିସନ୍ ପ୍ଲାନ୍ ଅନୁସାରେ ଟାଟା ପାୱାର ପକ୍ଷରୁ ଇଭି ଚାର୍ଜିଂ ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି । ଦେଶର ପ୍ରମୁଖ ସହର ଓ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ଇଭି ଚାର୍ଜିଂ ବ୍ୟବସ୍ଥା ବିକାଶ କରାଯାଇଛି ।