ଟାଟା ଏଆଇଜି ପକ୍ଷରୁ ମହିଳା, ମାନସିକ ସ୍ୱାସ୍ଥ୍ୟ ଓ କ୍ୟାନସର କେୟାର ଉପରେ ଗୁରୁତ୍ୱ ସହ ରାଇଡରର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ସାଧାରଣ ବୀମା କମ୍ପାନି ଟାଟା ଏଆଇଜି ଜେନେରାଲ ଇନସ୍ୟୁରାନ୍ସ କମ୍ପାନି ପକ୍ଷରୁ ପାଂଚ ନୂଆ ରାଇଡର ସମ୍ପର୍କରେ ଘୋଷଣା କରାଯାଇଛି ଯେଉଁଥିରେ ୬୦ରୁ ଅଧିକ ପ୍ରକାର ଲାଭ ପ୍ରଦାନ କରାଯାଉଛି । ଏହି ରାଇଡରଗୁଡ଼ିକ ଖୁଚୁରା ସ୍ୱାସ୍ଥ୍ୟ ବୀମା ଉତ୍ପାଦରେ ନମନୀୟତା ଓ ବ୍ୟାପକତାକୁ ବଢ଼ାଇବ । ମେଡିକାଲ ଖର୍ଚ୍ଚ ବଢ଼ୁଥିବା ବେଳେ ଏହି ରାଇଡରଗୁଡ଼ିକୁ ଏଭଳି ପ୍ରସ୍ତୁତ କରାଯାଇଛି ଯାହା ସ୍ୱାସ୍ଥ୍ୟ ସମସ୍ୟାର ଯତ୍ନ ନେବା ସହିତ ନିଜକୁ ସୁହାଇବା ଭଳି ବୀମା ସୁରକ୍ଷା ପ୍ରଦାନ କରିବ ।
ଏହି ନୂଆ ରାଇଡରଗୁଡ଼ିକ ହେଉଛି ମେଂଟାଲ ୱେଲବିଂ, ଏମ୍ପାୱାର ହର, ଓପିଡି କେୟାର, କ୍ୟାନକେୟାର ଓ ଫ୍ଲେକ୍ସି ସିଲଡ । ମାନସିକ ସ୍ୱାସ୍ଥ୍ୟ, ମହିଳା ସ୍ୱାସ୍ଥ୍ୟ ଓ କ୍ୟାନସର ସୁରକ୍ଷା ଭଳି ଆବଶ୍ୟକତାକୁ ନଜରରେ ରଖି ଏଗୁଡ଼ିକୁ ପ୍ରସ୍ତୁତକରାଯାଇଛି । ଏମ୍ପାୱାର ହର ରାଇଡରରେ ବନ୍ଧ୍ୟା, ପିସିଓଏସ ଓ ଅନ୍ୟାନ୍ୟ ପ୍ରଜନନ ସମସ୍ୟା ସାମ୍ନା କରୁଥିବା ମହିଳାମାନଙ୍କ ଲାଗି ବୀମା ସୁରକ୍ଷା ରହିଛି । ସେହିପରି ମେଂଟାଲ ୱେଲବିଂରେ ଶିଳ୍ପର ପ୍ରଥମ ମାନସିକ ସ୍ୱାସ୍ଥ୍ୟ ପ୍ରତିରୋଧକ ପରୀକ୍ଷଣ ଓ ଥଇଥାନ ସୁବିଧା ରହିଛି । କ୍ୟାନକେୟାର ପକ୍ଷରୁ ଉନ୍ନତ କ୍ୟାନସର ଯତ୍ନ ପ୍ରଦାନ କରାଯାଉଥିବା ବେଳେ ଓପିଡି କେୟା ର ଓ ଫ୍ଲେକ୍ସି ସିଲଡ ଲୋକମାନଙ୍କୁ ବର୍ଦ୍ଧିତ ମେଡିକାଲ ଖର୍ଚ୍ଚରୁ ସୁରକ୍ଷା ପ୍ରଦାନ କରିବ ।
ଟାଟା ଏଆଇଜି ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡର ବରିଷ୍ଠ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ଏଜେନ୍ସି ମୁଖ୍ୟ ପ୍ରତୀକ ଗୁପ୍ତା କହିଛନ୍ତି ଯେ, ‘‘ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆମ ରଣନୀତିରେ ଏହି ନୂତନ ରାଇଡର ଶୁଭାରମ୍ଭଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମେ ସମଗ୍ର ଭାରତରେ ବିଶେଷକରି ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ସହରଗୁଡ଼ିକରେ ସମ୍ପ୍ରସାରଣ କରିବା ଉପରେ ଧ୍ୟାନ ଦେଉଛୁ ଯେଉଁଠାରେ ସ୍ୱାସ୍ଥ୍ୟସେବା ଉପଲବ୍ଧତା ଏବଂ ସଚେତନତା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆମର ଶାଖା, ଏଜେଣ୍ଟ ଏବଂ ଡାକ୍ତରଖାନା ସହଯୋଗୀଙ୍କ ନେଟୱାର୍କକୁ ବୃଦ୍ଧି କରି ଆମେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ଅଧିକ ଉପଲବ୍ଧ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ସ୍ୱାସ୍ଥ୍ୟ ବୀମାରେ ଆମର ଅଭିବୃଦ୍ଧିକୁ ସମର୍ଥନ କରିବ ।’’
ଟାଟା ଏଆଇଜି ମଧ୍ୟ ଏହାର ଦାବି ସମାଧାନ ପ୍ରକ୍ରିୟାରେ ଉଲ୍ଲେଖନୀୟ ଉନ୍ନତି ଆଣିଛି । ୨୦୨୨-୨୩ ଆର୍ôଥକ ବର୍ଷରେ କଂପାନିର ନଗଦ ବିହୀନ ଦାବି ବ୍ୟବହାର ୬୭.୭% ଥିବାବେଳେ ୨୦୨୪-୨୫ ଆର୍ôଥକ ବର୍ଷରେ ଏହା ୭୬.୯୫%କୁ ବୃଦ୍ଧି ପାଇଛି । ସେଥିରେ ୯୬% କ୍ୟାସଲେସ୍ ଦାବି ୪ ଘଣ୍ଟା ମଧ୍ୟରେ ପ୍ରକ୍ରିୟା ହୋଇଛି ଏବଂ ୮୫% କ୍ଷତିପୂରଣ ଦାବି ପାଂଚ ଦିନ ମଧ୍ୟରେ ସମାଧାନ ହୋଇଛି । ଆଗାମୀ ବର୍ଷଗୁଡ଼ିକରେ ଯେକୌଣସି ସ୍ଥାନରେ କ୍ୟାସଲେସ୍ ମାଧ୍ୟମରେ ଶତ ପ୍ରତିଶତ ଲକ୍ଷ୍ୟ ରଖିବାକୁ କମ୍ପାନି ଲକ୍ଷ୍ୟ ରଖିଛି ।
ସମଗ୍ର ଭାରତରେ ୧୧,୭୦୦ରୁ ଅଧିକ ନେଟୱାର୍କ ହସ୍ପିଟାଲ ସହିତ ଟାଟା ଏଆଇଜି ଏହାର ଉପସ୍ଥିତି ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ । ୫,୦୦୦ରୁ ଅଧିକ ତାଲିକାଭୁକ୍ତ ଡାକ୍ତର ଏବଂ ୩,୦୦୦ରୁ ଅଧିକ ଡାଇଗ୍ନୋଷ୍ଟିକ୍ ପ୍ରଦାନକାରୀଙ୍କୁ ନେଇ ଗଠିତ ଓପିଡି ନେଟୱାର୍କ, ୧୦ରୁ ଅଧିକ ଭାଷାରେ ଏକ ଦୃଢ଼ ଟେଲିକନସଲଟେସନ ସେବା ବ୍ୟାପକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରୁଛି ।

Leave a Reply

Your email address will not be published. Required fields are marked *