ତାପଙ୍ଗ ହାତିଆ ମୁଣ୍ଡିଆ ପାହାଡ ନିକଟରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ତିନି ଗିରଫ : ପ୍ରେସମିଟ ରେ ସୂଚନା ଦେଲେ ଖୋର୍ଦ୍ଧା ଏସ୍.ପି

ଖୋର୍ଦ୍ଧା : ୦୭/୦୮(ପ୍ରବାହ ନିଉଜ୍) ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନିଜିଗଡ ତାପଙ୍ଗ ହାତିଆ ମୁଣ୍ଡିଆ ପାହାଡ ନିକଟ କବାଟଶୁଣି ମନ୍ଦିର ପଛପଟୁ ପୋଲିସ ଜଣେ ବୃଦ୍ଧଙ୍କ  ମୃତ ଦେହ ଉଦ୍ଧାର ଘଟଣାର ରହସ୍ୟ ଉନ୍ମୋଚନ କରିଛି ଖୋର୍ଦ୍ଧା ପୋଲିସ । ପୂର୍ବ ସୂଚନା ମୁତାବକ ଚଳିତ ମାସ ୫ତାରିଖ ସକାଳେ ସଦର ଥାନା ଅନ୍ତର୍ଗତ ତାପଙ୍ଗ ଗ୍ରାମର  ବାଘଟାଙ୍ଗି ସାହିର ୫୫ବର୍ଷର ରାଉଳ ନାୟକଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ ଏବଂ ଏ ସମ୍ପର୍କରେ ପୋଲିସ କୁ ଅବଗତ କରାଇଥିଲେ ।

ସୂଚନା ପାଇ ଏସ୍.ପି ରାଜକିଶୋର ଦୋରା, ଏସ.ଡି.ପି.ଓ ସୁଶିଲ କୁମାର ମିଶ୍ର, ଥାନାଧିକାରୀ ଅନିତା ସାହୁ ପ୍ରମୁଖଙ୍କ ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବାରେ ରାଉଳ ନାୟକଙ୍କୁ ହତ୍ୟା କରାଯାଇଛି ବୋଲି ଜାଣିବାକୁ ପାଇଥିଲେ । ମୃତ ରାଉଳ ନାୟକଙ୍କ ପୁଅ ମିଥୁନ ନାୟକଙ୍କ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଆଜି ଏହି ଘଟଣାରେ ସଦର ଥାନା ପୋଲିସ ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ଅନ୍ତର୍ଗତ ସାପୁଆଝର ଅଞ୍ଚଳର ଗୋବିନ୍ଦ ବେହରା, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ର ମାମି ନାୟକ ଏବଂ କୋରାପୁଟ ଜିଲ୍ଲା କୋଟପାଡ଼ କେରଲା ଗ୍ରାମର ମାଳତୀ ବିନ୍ଧାଣିଙ୍କୁ ଗିରଫ କରିଛି । ଏମାନେ ସମସ୍ତେ ଶ୍ରମିକ ଶ୍ରେଣୀର ଓ ଏମାନେ ମଧ୍ୟ କବାଟଶୁଣି ମନ୍ଦିର ନିକଟରେ ରହିବା ସହ ସ୍ଥାନୀୟ ଷ୍ଟୋନ କ୍ରସରରେ ଶ୍ରମିକ ଭାବେ କାମ କରୁଥିବା ଜଣାପଡିଥିବା ବେଳେ ମୃତ ରାଉଳଙ୍କ ସହିତ ବିଭିନ୍ନ କାରଣରୁ ପୂର୍ବରୁ ଅନେକ ଥର ଏମାନଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଅଛି । ଘଟଣା ଦିନ ମୃତକ ରାଉଳ ମାମି ନାୟକ ଓ ମାଳତୀ ବିନ୍ଧାଣିଙ୍କ ସହ ଅସଦ ଆଚରଣ କରିବାରୁ କ୍ରୋଧାନିତ୍ୱ ହୋଇ ମିଳିତ ଭାବେ ହତ୍ୟାକାଣ୍ଡ ଘଟାଇଥିବା ସମ୍ପର୍କରେ ଆଜି ନିଜ କାର୍ଯ୍ୟାଳୟରେ ଏକ ପ୍ରେସମିଟରେ ଖୋର୍ଦ୍ଧା ଏସ୍.ପି ରାଜକିଶୋର ଦୋରା ସୂଚନା ଦେଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *