ଦୁର୍ଗନ୍ଧ ରେ ଫାଟି ପଡୁଛି ତାଲବସ୍ତ ପଞ୍ଚାୟତ

ପ୍ରବାହ ନ୍ୟୁଜ୍ : କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଞ୍ଚାୟତ ରେ ୨୪ ଗୋଟି ୱାର୍ଡ ରେ ୨୦ ହାଜର ରୁ ଉର୍ଦ୍ଧ୍ବ ଲୋକେ ବସବାସ କରୁଥିବା ଜଣାପଡିଛି । ଜିଲ୍ଲା ମଧ୍ୟରେ ସବୁଠୁ ବଡ ପଞ୍ଚାୟତ ଭାବେ ପରିଚିତ ।ରାଜନୀତି, କଳା, ସାହିତ୍ୟ ସଂସ୍କୁତି ସବୁ କ୍ଷେତ୍ରରେ ତାଳବସ୍ତ ଅଞ୍ଚଳର ସୁନାମ ରହିଛି | ବହୁ ଉଚ୍ଚ ଶିକ୍ଷିତ ବ୍ୟକ୍ତି, ସରକାରୀ ବିଦ୍ୟାଳୟ, ରାଷ୍ଟ୍ରୟତ ବ୍ୟାଙ୍କ ରହିଥିଲେ ମଧ୍ୟ ତାଳବସ୍ତ ମିଲି ଛକ ଠାରୁ କୃଷ୍ଣପଲ୍ଲୀ ଚେକ ଗେଟ ପର୍ଯ୍ୟନ୍ତ ୫୦୦ ମିଟର ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରତିଦିନ ସ୍ଥାନୀୟ ଗ୍ରାମର ବାସିନ୍ଦା ମଳତ୍ୟାଗ କରିଥାନ୍ତି | କୁଢୁ କୁଢୁ ମଇଳା ଗଦା ହେଉଅଛି |ପ୍ରତିଦିନ ସ୍କୁଲ କଲେଜ,ବ୍ୟବସାୟ ପାଇଁ ଉକ୍ତ ବାଙ୍କୀ ଖୋର୍ଦ୍ଧା ରାସ୍ତାରେ ଶହ ଶହ ଲୋକ ଦୈନନ୍ଦିନ ଗମନାଗମନ କରିଥାନ୍ତି | ତାଳବସ୍ତରେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିଲେ ମଧ୍ୟ ଆଶା, ଅଙ୍ଗନୱାଡି ଏବଂ ଜନ ପ୍ରତିନିଧିଙ୍କ ଭିତରେ ସଚେତନତା ନାହିଁ | ସମ୍ପ୍ରତି ହଇଜା,ଡ଼ାଇରିଆ ବ୍ୟାପୁଥିବା ବେଳେ ମେଡିକାଲ ସ୍ବାସ୍ଥ୍ୟ କର୍ମୀ , ଆଶାକର୍ମୀ , ଅଙ୍ଗନବାଡ଼ି କର୍ମୀ ଙ୍କ ତରଫରୁ କୌଣସି ପ୍ରକାର ସଚେତନ କାର୍ଯ୍ୟକ୍ରମ କରୁ ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି | କେବଳ ଫଟୋ ଉଠାରେ ସରକାରୀ ସଚେତନ ହେଉଛି | ||କେବଳ ସଭା ସମିତି କରି ସ୍ଵଛ ଭାରତ ନାମରେ ଫଟୋ ଉଠାଇ ଟଙ୍କା ଚଳୁ କରୁଥିବା ଏବଂ ସ୍ଥାନୀୟ ସରପଞ୍ଚ ଙ୍କୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଲୋକଙ୍କୁ ସଚେତନତା କରିବାରେ ଅନାଗ୍ରହ ପ୍ରକାଶ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ସର୍ବସାଧାରଣ ରାଜରାସ୍ତାକୁ ଅପରିଷ୍କାର କରୁଥିବା ଲୋକମାନଙ୍କ ନମରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲେ ଆଗମୀ ଦିନରେ ଲୋକ ମାନେ ସଚେତନତା ହୋଇପାରିବେ ବୋଲି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି