ନାବାଳକର ସନ୍ଦେହଜନକ ମୃତ୍ୟୁ

ଯୋଡା,ପ୍ରବାହ : କେନ୍ଦୁଝର ଜିଲ୍ଲା ଯୋଡା ସ୍ଥିତ ବାଂଶପାଣି ଟୋଲଗେଟ୍ ବସ୍ତିରେ ସୋମବାର ଜଣେ ନାବାଳକର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ନାବାଳକର ନାମ ସୁନିଲ ମୁଣ୍ଡା (୮) । ମିଳିଥିବା ସୂଚନା ଅନୁଯାୟୀ, ଘରେ କେହି ନ ଥିବା ବେଳେ ଏକ ଗାମୁଛାରେ ବେକରେ ଫାଶୀ ଲଗାଇଥିବା ସମୟରେ ତାଙ୍କୁ ଉଦ୍ଧାର କରି ତାଙ୍କ ସମ୍ପର୍କୀୟ ମାନେ କମାରଯୋଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ନେଇ ଯୋଡା ଥାନାରେ ଏକ ଅପମୃତ୍ୟୁ ମାମଲା ନଂ ୩୫/୨୦୨୪ ରୁଜୁ ହୋଇଛି । ଏହି ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟବଚ୍ଛେଦ ପରେ ଏହା ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି । ମୃତ ନାବାଳକ ବାପା ମା’ଛେଉଣ୍ଡ ହୋଇଥିବା ବେଳେ ସେ ତାଙ୍କ ମାଉସୀଙ୍କ ନିକଟରେ ରହୁଥିଲେ ।