ହିଣ୍ଡେନ୍ବର୍ଗ ବିରୋଧରେ ସୁପ୍ରିମ୍କୋର୍ଟରେ ମାମଲା

ନୂଆଦିଲ୍ଲୀ : ଆଦାନି ଗ୍ରୁପ୍ରେ ଜାଲିଆତି ହେଉଥିବା ଅଭିଯୋଗ କରିଥିବା ଆମେରିକୀୟ ସଂସ୍ଥା ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଓ ଏହାର ପ୍ରତିଷ୍ଠାତା ନାଥନ୍ ଆଣ୍ଡରସନ୍ଙ୍କ ବିରୋଧରେ ସୁପ୍ରିମ୍କୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏହାର ରିପୋର୍ଟ ଯୋଗୁ ଷ୍ଟକ ବଜାର ଅସ୍ଥିର ହୋଇପଡ଼ିଥିବା ବେଳେ ବହୁ ନିରୀହ ନିବେଶକ କୋଟି କୋଟି ଟଙ୍କା ହରାଇଲେଣି। ତେଣୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଜରିଆରେ ଏହି ଘଟଣାର ତଦନ୍ତ କରାଇବାକୁ ଆବେଦନକାରୀ ସୁପ୍ରିମକୋର୍ଟଙ୍କୁ କହିଛନ୍ତି। କ୍ଷତିଗ୍ରସ୍ତ ନିବେଶକଙ୍କୁ ହିଣ୍ଡେନ୍ବର୍ଗ କ୍ଷତିପୂରଣ ଦେବା ଉଚିତ ବୋଲି ଆବେଦନକାରୀ କହିଛନ୍ତି।