କୋଣାର୍କ ଉତ୍ସବରେ ମନ ଟାଣୁଛି ସୁଭଦ୍ରା ଶକ୍ତି ମେଳା

0
IMG_20251204_183925

filter: 0; fileterIntensity: 0.0; filterMask: 0; module: j; hw-remosaic: 0; touch: (-1.0, -1.0); modeInfo: ; sceneMode: NightHDR; cct_value: 0; AI_Scene: (-1, -1); aec_lux: 278.99783; hist255: 0.0; hist252~255: 0.0; hist0~15: 0.0;

କୋଣାର୍କ, ପ୍ରବାହ ନ୍ୟୁଜ୍ : ସୁଭଦ୍ରା ଶକ୍ତି ମେଳା ଆମ ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ ର ଶକ୍ତି କ୍ଷେତ୍ର ପାଲଟିଛି। ଆମେ ଯେଉଁ ଉତ୍ପାଦ କରୁଛୁ ତାହାର ପ୍ରଦର୍ଶନ ଓ ବିକ୍ରି ସୁଭଦ୍ରା ଶକ୍ତି ମେଳାରେ କରିବା ସହ ଆମ ଆର୍ଥିକ ସ୍ଥିତି କୁ ମଜବୁତ କରି ପାରୁଛୁ ବୋଲି କହିଛନ୍ତି ଉତ୍ପାଦକ ଗୋଷ୍ଠୀର ମା ମାନେ।କୋଣାର୍କ ଚନ୍ଦ୍ରଭାଗା ଠାରେ ଆୟୋଜିତ ହେଉଛି ସୁଭଦ୍ରା ଶକ୍ତି ମେଳା।ଗତ ୧ ତାରିଖ ଠାରୁ ଏହାର ଶୁଭାରମ୍ଭ ହୋଇଥିବା ବେଳେ ଚଳିତ ମାସ ୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ରାଜ୍ୟର ବିଭିନ୍ନ ଜିଲ୍ଲା ର ସ୍ବୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଉତ୍ପାଦକ କୁ ଏଠାରେ ପ୍ରଦର୍ଶିତ କରି ଲୋକ ମାନଙ୍କୁ ଆକୃଷ୍ଟ କରୁଛନ୍ତି। ବ୍ୟବସାୟୀ ମାନେ ପାରମ୍ପରିକ ଖାଦ୍ୟ ଶସ୍ୟ ଓ ମସଲା,ଦେଶୀ ନାଲି ଚାଉଳ ହଳଦୀ,ମାଣ୍ଡିଆ ଇତ୍ୟାଦି ବିକ୍ରି କରି ଖୁସି ଅଛନ୍ତି। ଏଠାରେ ପ୍ରଥମ ଥର ମେଳା ହେଉଛି। ବିକ୍ରି ଯେଉଁ ଭଳି ହେଉଛି ତାହା ସନ୍ତୋଷଜନକ । ଏଠାରେ ଯଦି ନିୟମିତ ମେଳା ହୁଅନ୍ତା ତେବେ ଲୋକ ଙ୍କୁ ଆକୃଷ୍ଟ କରିବ ଓ ଆମର ବ୍ୟବସାୟ ଭଲ ହେବ ବୋଲି କହିଛନ୍ତି ଏହି ସ୍ବୟଂ ସହାୟକ ଗୋଷ୍ଠୀର ମା ମାନେ। ଖାଦ୍ୟ ମେଳା ମଧ୍ୟ ପର୍ଯ୍ଯଟକ ଙ୍କ ଆକର୍ଷଣ ର କେନ୍ଦ୍ର ସାଜିଛି। ମିଶନ ଶକ୍ତି ତଥା ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମିଶନ ଶକ୍ତି ର ସମ୍ପୂର୍ଣ୍ଣ ଟିମ ମେଳା କୁ ସରସ ସୁନ୍ଦର କରିବାକୁ ଯତ୍ନବାନ ଅଛନ୍ତି। ୨୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ଦର୍ଶକ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ପ୍ରତି ସଂଧ୍ୟାରେ ସୁଭଦ୍ରା ଶକ୍ତି ମେଳା ଷ୍ଟେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଧ୍ୟ ଆୟୋଜନ କରାଯାଇଛି। 

ଗ୍ରାହକ, ବ୍ୟବସାୟୀ ଓ ପର୍ଯ୍ୟଟକ ମାନଙ୍କ ନିମନ୍ତେ ସମସ୍ତ ସୂ ବନ୍ଦୋବସ୍ତ କରାଯାଉଛି। କୋଣାର୍କ ଏନଏସି ପକ୍ଷରୁ ବିଦ୍ୟୁତ୍ ଯୋଗାଣ, ସ୍ବଚ୍ଛତା ଅବଲମ୍ବନ କରାଯାଇଥିବା ବେଳେ ପୁରୀ ଜିଲ୍ଲା ୱାଟକୋ ପକ୍ଷରୁ ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ଭାବରେ ପାନୀୟ ଜଳ ବ୍ୟବସ୍ଥା ଓ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଏହାର ରକ୍ଷଣା ବେକ୍ଷଣ ପାଇଁ ଅହରହ କର୍ମଚାରୀ ନିୟୋଜିତ ହୋଇ ପାନୀୟ ଜଳ ଓ ଶୌଚାଳୟ ପରିମଳ କାର୍ଯ୍ୟ କରୁଛନ୍ତି। ଜିଲ୍ଲା ୱାଟକୋ ସାଧାରଣ ପରିଚାଳକ ବିକ୍ରମ ରାଉତ, ନିମାପଡ଼ା ଏସଡିଓ ପ୍ରଫୁଲ୍ଲ କୁମାର ବେହେରା, କୋଣାର୍କ କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ପଟ୍ଟନାୟକ  ପ୍ରମୁଖ ଦୈନିକ ଉପସ୍ଥିତ ରହି ସମସ୍ତ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ତଦାରଖ କରୁଛନ୍ତି।

Leave a Reply

Your email address will not be published. Required fields are marked *