ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳଠାରେ ଚାନ୍ଦୁଆ ହସ୍ତଶିଳ୍ପପ୍ରଶିକ୍ଷଣ କାର୍ଯ୍ୟକ୍ରମ

-ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ସହାୟତାରେ ଆୟୋଜିତ
ବାଲିଆପାଳ, ଜାନୁଆରୀ ୧୯, ୨୦୨୩: ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ମହିଳା ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତାର ପ୍ରଦର୍ଶନ ସ୍ୱରୁପ ବାଲିଆପାଳଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ
କରାଯାଇଛି । ମହିଳାମାନଙ୍କ ସଶକ୍ତିକରଣକୁ ଗୁରୁତ୍ୱାରୋପ କରି ସ୍ଥାନୀୟ ଅଚାଳରେ ଆତ୍ମ-ନିଯୁକ୍ତି ଏବଂ ଜୀବନଜୀବିକା ସୁଯୋଗରେ ଉନ୍ନତି ଆଣିବା ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଦୁଇମାସିଆ ଚାନ୍ଦୁଆ ହସ୍ତଶିଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

ଏହି କାର୍ଯ୍ୟକ୍ରମକୁ ଶ୍ରୀରାମପୁର ସରପଚା ଶ୍ରୀ ଦେବ କୁମାର ଦେ ଉଦ୍ଘାଟନ କରିଥିବାବେଳେ ଚୌମୁଖ ଗ୍ରାମ ପଚାାୟତ ସ୍ତରୀୟ ସଂଘ ସଭାପତି ଓ ବାଲିଆପାଳ ବ୍ଲକ୍ ସ୍ତରୀୟ ସଂଘ ସଚିବ ସୁଶମା ଦଚା ଏବଂ ଟାଟା ଷ୍ଟିଲ ଫାଉଣ୍ଡେସନ୍ ବାଲେଶ୍ୱରର ଲିଡ଼ ପ୍ରମୋଦ କୁମାର ପାତ୍ର ଏବଂ ଟାଟା ଷ୍ଟିଲ ସିଏସ୍ଆର ଟିମ୍ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଏହି କର୍ମଶାଳା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ର ସଦସ୍ୟମାନେ ଚାନ୍ଦୁଆ ହସ୍ତଶିଳ୍ପ ଉପରେ ନିଜର ଦକ୍ଷତା ବୃଦ୍ଧି କରିବା ଦ୍ୱାରା ନିଜ ପାଇଁ ଅତିରିକ୍ତ ଆୟର ସୁଯୋଗ ସୃଷ୍ଟି କରିପାରିବେ ।
ଏହି ପ୍ରଶିକ୍ଷିତ ସଦସ୍ୟମାନେ ଅନ୍ୟ ଏସ୍ଏଚ୍ଜି ସଦସ୍ୟମାନଙ୍କୁ ଏହା ଉପରେ ପ୍ରଶିକ୍ଷଣ ପ୍ରଦାନ କରିପାରିବେ । ଏସ୍ପିପିଏଲ୍ ପକ୍ଷରୁ ଜୀବିକା କ୍ଷେତ୍ରରେ ନିଆଯାଉଥିବା ବିଭିନ୍ନ ଯୋଜନା ମଧ୍ୟରୁ ଏହା ଅନ୍ୟତମ ଓ ଭବିଷ୍ୟତରେ ମଧ୍ୟ ଆହୁରି ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ
ରଖାଯାଇଛି ।