ଷ୍ଟେଟ ବ୍ଯାଙ୍କ ପ୍ରୋପର୍ଟି ଏକ୍ସପୋ 2023 ଉଦ୍ଘାଟିତ

ଭାରତୀୟ ଷ୍ଟେଟ ବ୍ଯାଙ୍କ ତରଫରୁ ଭୁବନେଶ୍ବର ୟୁନିଟ୍ -1 ସ୍ଥିତ  ମୁଖ୍ୟ ଶାଖା ପ୍ରାଙ୍ଗଣରେ 3 ନଭେମ୍ବରରୁ 5 ନଭେମ୍ବର 2023 ପର୍ଯ୍ୟନ୍ତ Property EXPO-2023 ଆୟୋଜିତ  ହୋଇଛି  | 30 ରୁ ଅଧିକ ଖ୍ୟାତିସମ୍ପନ୍ନ ବିଲଡରମାନେ ଅଂଶଗ୍ରହଣ କରିଛନ୍ତି  ଏବଂ ସେମାନଙ୍କର ନୂତନ ତଥା ଆଗାମୀ ଗୃହ ପ୍ରକଳ୍ପଗୁଡିକ ପ୍ରଦର୍ଶନ କରିଛନ୍ତି  |

ଏହି ପ୍ରଦର୍ଶନୀକୁ 3 ନଭେମ୍ବର 2023 ରେ ସନ୍ଧ୍ୟା 6 ଟା ସମୟରେ ସମ୍ମାନିତ ବିଲଡରମାନେ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା,  ମହାପ୍ରବନ୍ଧକ ଶ୍ରୀ ଏମ.ପୋନମ୍ବଲମ୍,  ଉପ ମହାପ୍ରବନ୍ଧକ (କୋଠାବାଡି ଓ ଗୃହ ନିର୍ମାଣ) ଶ୍ରୀ ଅଭିନ୍ନ ଚନ୍ଦ୍ର ବରାଲ, ଭୁବନେଶ୍ବର ଅଞ୍ଚଳର ଉପ ମହାପ୍ରବନ୍ଧକ (ବ୍ୟବସାୟ ଓ ପରିଚାଳନା ) ଶ୍ରୀ ସଞ୍ଜୟ କୁମାର ଝାଙ୍କ ଉପସ୍ଥିତିରେ  ଉଦଘାଟନ କରିଥିଲେ ।  ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମା ଗୃହ ପ୍ରକଳ୍ପ ପାଇଁ ଜନସାଧାରଣଙ୍କ ଆଗ୍ରହକୁ ନେଇ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ କିଛି ଦିନ ତଳୁ ଲାଗୁ ହୋଇଥିବାରୁ ଏହି ଏକ୍ସପୋ ଠିକ୍ ସମୟରେ ଆୟୋଜିତ ହେଉଛି ଏବଂ ଷ୍ଟେଟ ବ୍ଯାଙ୍କର ସମସ୍ତ ଅନୁମୋଦିତ ପ୍ରକଳ୍ପକୁ ଗୋଟିଏ ଛାତ ତଳେ ପାଇ ଓଡିଶାର ଲୋକମାନେ ଉପକୃତ ହେବେ  ।

Leave a Reply

Your email address will not be published. Required fields are marked *