ଭାରତୀୟ ଷ୍ଟେଟ ବ୍ୟାଙ୍କର ଅକ୍ଷିମୁଠି ଅନୁକୂଳ

ଭାରତୀୟ ଷ୍ଟେଟ ବ୍ୟାଙ୍କ ବିଦ୍ୟାଧରପୁର ଓ ବୟାଲିଶ ମଉଜା ଶାଖା ଦ୍ଵାରା ମିଳିତ ଆନୁକୁଲ୍ୟରେ କଦମପଡା ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଅକ୍ଷିମୁଠି ଅନୁକୂଳ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର‌୍ୟ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ସ୍ଥାନୀୟ ପ୍ରଧାନ କାର‌୍ୟ୍ୟାଳୟ ଭୁବନେଶ୍ବରର ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ମୁରୂଗନ ଓ ପ୍ରଶାସନିକ କାର‌୍ୟ୍ୟାଳୟର ଉପମହାପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ଝା ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଶ୍ରୀ ମୁଗୁଗନ ଚାଷୀ ମାନଙ୍କୁ ଉତ୍ସାହିତ କରି ଅକ୍ଷିମୁଠି ଅନୁକୂଳ କରିଥିଲେ ଓ କୃଷି କାର‌୍ୟ୍ୟକୁ ଆଗେଇନେବା ପାଇଁ ଆହ୍ଵାନ ଦେଇଥିଲେ । ଏହି ଅବସରରେ କୃଷକ ମାନଙ୍କୁ ପ୍ରୋତ୍ସାହନ ପୂର୍ବକ କୃଷିଋଣ ପ୍ରଦାନ କରାଯାଇଥିଲା । ଷ୍ଟେଟ ବ୍ୟାଙ୍କ କଟକ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ଭବାନୀ ଶଙ୍କର ମହାନ୍ତି ଏହି କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *