ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ବିଦ୍ୟାଳୟ ଉନ୍ନତି ନିମନ୍ତେ ସହାୟତା ପ୍ରଦାନ

ବେଣୁପୁର, ପ୍ରବାହ ନ୍ୟୁଜ୍‌ : ବାଲିଅନ୍ତା ଠାରେ ଅବସ୍ଥିତ ଆଚାର‌୍ୟ୍ୟ ହରିହର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ତରଫରୁ ବିଜ୍ଞାନ ପ୍ରୟୋଗ ଶାଳା ନିମନ୍ତେ ଆବଶ୍ୟକ ଉପକରଣ, ପାଠାଗାର ନିମିତ୍ତ ପୁସ୍ତକ , କମ୍ପ୍ୟୁଟର ଟେବୁଲ୍ ,ଚେୟାର , ଡେସ୍କ ବେଞ୍ଚ୍ , ୩୪ ଟି ପଙ୍ଖା, ସାଉଣ୍ଡ ସିଷ୍ଟମ୍ , ସ୍କୁଲ ବ୍ୟାଗ୍ ସମେତ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇ ଅଛି।
ସ୍କୁଲ ପରିସର ରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ମଣ୍ଡଳ ମୁଖ୍ୟ ଶ୍ରୀଯୁକ୍ତ ଦିନେଶ ପରୁଥି ,ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂହ,ଉଭୟ କର୍ମଚାରୀ ଓ ଅଧିକାରୀ ସଂଘ ର କର୍ମ କର୍ତ୍ତା ସମେତ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ , ଅଭିଭାବକଙ୍କ ଉପସ୍ଥିତି ଥିଲେ । ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଗଣେଶ କରଣ ପୌରହିତ କରିଥିଲେ।

ସ୍ଥାନୀୟ ବରିଷ୍ଠ ନାଗରିକ, ପୁରାତନ ଛାତ୍ର ସଂସଦ ର ସଦସ୍ୟ ଙ୍କ ସମେତ ଉପସ୍ଥିତ ଜନସାଧାରଣ ଓ ଅଭିବାକ ଗଣ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଏହି ମହନୀୟତା ନିମନ୍ତେ ଉଚ୍ଚ କତୃପକ୍ଷ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।
ଏହି ସହାୟତା ବିଦ୍ୟାଳୟ ର ସୈଖିକ ବାତା ବରଣ କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ରେ ଅନେକ ମାତ୍ରା ରେ ସ ହାୟକ୍ ହେବ।
ପ୍ରକାଶ ଥାଉକି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶିକ୍ଷା , ସ୍ବାସ୍ଥ୍ୟ , ଶିଶୁ ଓ ମହିଳା ଙ୍କ ସାମାଜିକ ତଥା ଆର୍ଥିକ ଉନ୍ନତି ନିମନ୍ତେ ନିରବିଛିଣ୍ଣ ଭାବେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଛି।

Leave a Reply

Your email address will not be published. Required fields are marked *