ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫିସର୍ସ ବହୁମୁଖି ସମବାୟ ସମିତିର ୪୧ ତମ ବାର୍ଷିକ ସାଧାରଣ ସଭା
ଭୁବନେଶ୍ୱର ପ୍ରବାହ ନ୍ୟୁଜ୍ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫିସରମାନଙ୍କ ଦ୍ୱାରା ଗଠିତ ସମବାୟ ସମିତିର ରାଜ୍ୟସ୍ତରୀୟ ୪୧ ତମ ବାର୍ଷିକ ସାଧାରଣ ସଭା ତା: ୦୮-୧୨-୨୦୨୪ରିଖ ଭଞ୍ଜକଳା ମଣ୍ଡପ ଠାରେ ଶ୍ରୀଯୁକ୍ତ ଅରୁଣ କୁମାର ବିଶୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି, ଶ୍ରୀଯୁକ୍ତ ନବ କିଶୋର ସାହୁ ଅତିଥି ମାନଙ୍କର ପରିଚୟ କରିବା ସଙ୍ଗେ ସଙ୍ଗେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ ସମିତିର ଭୂମିକା ଉପରେ ସବିଶେଷ ଆଲୋକପାତ କରିଥିଲେ । ଅଫିସର ସଂଘର ସଭାପତି ଶ୍ରୀଯୁକ୍ତ ଅମିତାଭ ଦାସ ଉଲ୍ଲେଖ କରିଥିଲେ ଯେ , ଐକ୍ୟ ବଦ୍ଧତା ଯୋଗେ ସମିତିର ତଥା ସଂଘର ଉତ୍ତରୋତ୍ତର ଉନ୍ନତି ସମ୍ପାଦିତ ହୋଇପାରିଛି ଏବଂ ଆଗାମୀ ଦିନରେ ମଧ୍ୟ ସମସ୍ତ ସଭ୍ୟଙ୍କର ସହଯୋଗ କାମନା କରିଥିଲେ । ସଭାପତି ଶ୍ରୀଯୁକ୍ତ ଅରୁଣ କୁମାର ବିଶୋଇ ତାଙ୍କର ସ୍ୱାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସଭାଟିକୁ ସୂଚାରୁରୂପେ ପରିଚାଳନା କରି ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥିଲେ । ଷ୍ଟେଟ ବ୍ୟାଙ୍କ ଷ୍ଟାଫ ଆସୋସିଏସନ ଭୁବନେଶ୍ୱର ସର୍କଲର ସଭାପତି ଡ଼ଃ ତପନ କୁମାର ପାଲ ଓ ସମ୍ପାଦକ ଡ଼ଃ ଚିତ୍ତରଞ୍ଜନ ପଣ୍ଡା ଏହି ବୈଠକରେ ଉଦବୋଧନ ଦେଇଥିଲେ । ସର୍ବଶେଷରେ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।