ଷ୍ଟେଟ ବ୍ୟାଙ୍କରେ ବିଶ୍ଵ ସ୍ଵେଚ୍ଛାସେବୀ ସଂଗଠନ ଦିବସ ପାଳିତ

ପ୍ରବାହ ନ୍ୟୁଜ୍‌ : ଭୁଆରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ଦ୍ଵାରା ତା 27 ଫେବୃୟାରୀ ଦିନ ବିଶ୍ଵ ସ୍ଵେଚ୍ଛାସେବୀ ସଂଗଠନ ଦିବସ ୨୦୨୫ ପାଳିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥି ଓଡିଶାରେ ପ୍ରତିଷ୍ଠିତ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡିଶା ରାଇଜିଙ୍ଗ ଫାଉଣ୍ଡେଶନ , ଆଇନା , ଗ୍ରାମ ବିକାଶ , ଜାଗୃତି ଓ ନିୟତୀ ଆଦି ସଂସ୍ଥାର ପ୍ରତିନିଧି ମାନେ ନିଜ ସଂଗଠନର ଅନୁଭବ ବର୍ଣ୍ଣନା କରିଥିଲେ । ଅପହଞ୍ଚ ଓ ଗ୍ରାମାଞ୍ଚଳରେ ନିସ୍ଵାର୍ଥ ସେବା ଯୋଗାଉଥିବା  ସେଚ୍ଛାସେବୀ ସଂଗଠନମାନଙ୍କୁ ଚିହ୍ନଟ କରି ସମ୍ମାନିତ କରିବାର ପ୍ରୟାସ ପାଇଁ ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳକୁ ଭୂଯସୀ ପ୍ରଶଂସା କରିଥିଲେ । ମହାପ୍ରବନ୍ଧକ ଶ୍ରୀ କୌଶଳ କିଶୋର ସିଂ, ମଣ୍ଡଲ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *