ଷ୍ଟେଟ ବ୍ୟାଙ୍କ ମୁଖ୍ୟ ମହାପ୍ରବନ୍ଧକଙ୍କ କଳାହାଣ୍ଡି ଓ ରାୟଗଡା ଗସ୍ତ

ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥି ଅଗଷ୍ଟ ୧ ରୁ ୨ ତାରିଖ ପର‌୍ୟ୍ୟନ୍ତ ଦୁଇ ଦିନିଆ କଳାହାଣ୍ଡି ଓ ରାୟଗଡା ଗସ୍ତ କରିଛନ୍ତି । ଗସ୍ତର ପ୍ରଥମ ଦିନ ସେ ଷ୍ଟେଟ ବ୍ୟାଙ୍କ ଧର୍ମଗଡର ନବୀକୃତ ଶାଖାର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଗମ୍ଭୀରଗୁଡା ସ୍ଥିତ ଯଶୋଦା ଅନାଥ ଆଶ୍ରମର ପ୍ରତିଷ୍ଠାତା ଶ୍ୟାମ ସୁନ୍ଦର ଜାଲ ଓ ତାଙ୍କ ପତ୍ନୀ କସ୍ତୁରୀ ଜାଲଙ୍କୁ ଅନ୍ତେବାସୀ ମାନଙ୍କ କଲ୍ୟାଣ ନିମିତ୍ତ ଏକ ଲକ୍ଷ ଟଙ୍କା ମୂଲ୍ୟର ସହାୟତା ପ୍ରଦାନ କରିଥିଲେ ତଥା ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଅନ୍ତର୍ଗତ  ବୀମା ସହାୟତା ରାଶି ବୀମା-ଧାରକ ମୃତକ ଶ୍ରୀ ଲଖନ ବାଗଙ୍କ ପତ୍ନୀ ହିମାଦ୍ରି ବାଗଙ୍କୁ ପ୍ରଦାନ କରାଯାଇଥିଲା ।

ଗସ୍ତର ଦ୍ଵିତୀୟ ଦିନ ଶ୍ରୀ ପରୁଥି ରାୟଗଡା ସ୍ଥିତ ଷ୍ଟେଟ ବ୍ୟାଙ୍କ ଗୁମୁଡା ଶାଖା ଉଦ୍ଘାଟନ କରିଥିଲେ ତଥା ଷ୍ଟେଟ ବ୍ୟାଙ୍କ କୋର୍ପୋରେଟ ଦାୟିତ୍ଵ ପାଳନ ଅନୁକ୍ରମେ ରାୟଗଡା ସ୍ଥିତ ଜାଗୃତିଆଶ୍ରୟ ନିବାସର ଅନ୍ତେବାସୀ ମାନଙ୍କ ପାଇଁ ଫ୍ରିଜ ଓ ଗୀଜର ଆଦି ଆବଶ୍ୟକୀୟ ସହାୟତା ପ୍ରଦାନ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ଉପ-ମହାପ୍ରବନ୍ଧକ ବ୍ରହ୍ମପୁର ଶ୍ରୀ ସନ୍ଦୀପ କୁମାର ଚୌବେ ଓ କ୍ଷେତ୍ରୀୟ ପ୍ରବନ୍ଧକମାନେଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *