🌷ପୁରାଣ ଓ ଲୋକକଥାରେ ଶ୍ରୀଜଗନ୍ନାଥ🌷

🔰 ସ୍କନ୍ଦପୁରାଣ

ସଂସ୍କୃତ ପୁରାଣମାନଙ୍କ ମଧ୍ୟରୁ କେବଳ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡ (ବା ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ)ରେ ପୁରୁଷୋତ୍ତମ କ୍ଷେତ୍ର ଓ ମହାପ୍ରଭୁ ଜଗନ୍ନାଥ ଚରିତର ତୁଳନାତ୍ମକ ଭାବରେ ବିସ୍ତୃତ ବର୍ଣ୍ଣନା ରହିଛି । ମହର୍ଷି ବ୍ୟାସଦେବ ସ୍କନ୍ଦ ପୁରାଣର ପ୍ରଣେତା ହେଲେ ହେଁ ଉତ୍କଳ ଖଣ୍ଡର ରଚନା ପରବର୍ତ୍ତୀ କାଳରେ ହୋଇଥିବା କେହି କେହି ମତ ଦିଅନ୍ତି । ତଦନୁସାରେ ବିଦ୍ୱାନ୍ ଲେଖକ ତଥା ଗବେଷକମାନଙ୍କ ମତକୁ ବିଚାରକୁ ନେଇ ଏହି ଖଣ୍ଡର ରଚନାକାଳ ୮୦୦ରୁ ୧୩୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସ୍ଥିର କରାଯାଇପାରେ । ଏହି ଖଣ୍ଡ ବା ‘ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ର ବିଷୟବସ୍ତୁ ସଂକ୍ଷେପରେ ନିମ୍ନରେ ପ୍ରଦାନ କରାଗଲା ।

ସତ୍ୟ ଯୁଗରେ ସୂର‌୍ୟ୍ୟ ବଂଶରେ ଇନ୍ଦ୍ରଦ୍ୟୁମ୍ନ ନାମକ ଜଣେ ମହାରାଜାଥିଲେ । ତାଙ୍କ ରାଜ୍ୟର ନାମ ମାଳବ ଓ ରାଜଧାନୀର ନାମ ଅବନ୍ତୀ ଥିଲା । ସେ ଥିଲେ ପରମ ଭକ୍ତ, ଧାର୍ମିକ , ଜିତେନ୍ଦ୍ରୟ ଓ ପ୍ରଜାବତ୍ସଳ । ଦିନେ ସେ ତାଙ୍କର ଦେବାର୍ଚ୍ଚନ ଗୃହରେ ସମବେତ ସାଧୁସନ୍ଥ, ବ୍ରାହ୍ମଣ ପ୍ରଭୃତିଙ୍କୁ ଏକ ପ୍ରଶ୍ନ ପଚାରିଲେ-
“ଯତ୍ର ସାକ୍ଷାଜ୍ଜଗନ୍ନାଥଂ ପଶ୍ୟାମ୍ୟେତେନ ଚକ୍ଷୁସା ?” ଅର୍ଥାତ୍, (ସେହି ଉତ୍ତମ କ୍ଷେତ୍ର କେଉଁଠାରେ ଅଛି) ଯେଉଁଠାରେ ସାକ୍ଷାତ୍ ଜଗନ୍ନାଥଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କରିହେବ ? ସେଠାରେ ଉପସ୍ଥିତଥିବା ଜଣେ ଜଟାଜୁଟଧାରୀ ସନ୍ନ୍ୟାସୀ ବିନୟପୂର୍ବକ ଉତ୍ତର ଦେଲେ- ହେ ରାଜନ୍ ! ମୁଁ ଅନେକ ତୀର୍ଥ ଭ୍ରମଣ କରିଛି ଏବଂ ଶୁଣିଛି ଯେ ଭାରତବର୍ଷରେ ଓଡ଼୍ର ନାମରେ ଖ୍ୟାତ ଦେଶର ସମୁଦ୍ର ତୀରରେ ପୁରୁଷୋତ୍ତମ ନାମକ ଏକ କ୍ଷେତ୍ର ଅଛି । ସେଠାରେ ଏକ ନୀଳ ପର୍ବତ ବିଦ୍ୟମାନ, ଯା’ର ଚତୁର୍ଦ୍ଦିଗ ନାନା ପ୍ରକାର ବୃକ୍ଷଲତାଦ୍ୱାରା ସମାବୃତ ଓ ଯା’ର ବକ୍ଷସ୍ଥଳରେ ମନୋହର କଳ୍ପବୃକ୍ଷଟିଏ ଅଛି । ଦକ୍ଷିଣ ଦିଗରେ ରୋହିଣୀ ନାମକ ଏକ କୁଣ୍ଡ ଅଛି । ଉକ୍ତ କୁଣ୍ଡର ପୂର୍ବ ଭାଗରେ ନୀଳକାନ୍ତମଣିନିର୍ମିତ ବାସୁଦେବ-ଜଗନ୍ନାଙ୍କର ମୂର୍ତ୍ତିି ବିରାଜିତ । ସେ ଶଙ୍ଖ, ଚକ୍ର ଓ ଗଦା ଧାରଣ ପୂର୍ବକ ଅବସ୍ଥାନ କରିଛନ୍ତି । ସେ କୃପାନିଧି ଦର୍ଶନମାତ୍ରେ ସଭିଙ୍କୁ ମୁକ୍ତି ପ୍ରଦାନ କରନ୍ତି ।
ଶ୍ରୀଜଗନ୍ନାଥ ନିଜ ରାଜପୁରୋହିତଙ୍କ ପରାମର୍ଶରେ ଇନ୍ଦ୍ରଦ୍ୟୁମ୍ନ ରାଜପୁରୋହିତଙ୍କ ଭାଇ ବିଦ୍ୟାପତିଙ୍କୁ ନୀଳମାଧବଙ୍କ ସନ୍ଧାନ କରି ସବିଶେଷ ସମ୍ୱାଦ ଆଣିବାକୁ ଉଡ଼୍ର ଦେଶକୁ ପଠାଇଲେ । ନୀଳାଚଳରେ ବିଦ୍ୟାପତିଙ୍କର ଭେଟ ହେଲା ଶବର ରାଜା ବିଶ୍ୱାବସୁଙ୍କ ସହିତ । ସେ ବିଦ୍ୟାପତିଙ୍କୁ ଆଦର ଅର୍ଭ୍ୟର୍ଥନା କଲେ ଓ ବିଦ୍ୟାପତିଙ୍କ ଆଗମନର ଅଭିପ୍ରାୟ ଜାଣିଲେ । ବିଶ୍ୱାବସୁ ଚିନ୍ତାରେ ପଡ଼ିଲେ । ସେ ଜାଣିିଲେ ଯେ ଦିନେ ନୀଳମାଧବ ଭୂମିତଳେ ଅନ୍ତର୍ହିତ ହେବେ ଓ ଇନ୍ଦ୍ରଦ୍ୟୁମ୍ନ ନାମକ ଏକ ପରାକ୍ରମଶାଳୀ ନରପତି ଏ ସ୍ଥାନକୁ ଆସି ଶହେ ଅଶ୍ୱମେଧ ଯଜ୍ଞ କରି ବିଷ୍ଣୁଙ୍କୁ ଚାରିଗୋଟି ଦାରୁମୂର୍ତ୍ତିିରେ ସ୍ଥାପନ କରାଇବେ । ନିରୁପାୟ ବିଶ୍ୱାବସୁ ବିଦ୍ୟାପତିଙ୍କ ହାତ ଧରି ଦୁର୍ଗମ କଣ୍ଟକମୟ ବାଟରେ କଢ଼ାଇ ନେଇ ନୀଳାଚଳ ଉପରେ ନୀଳମାଧବଙ୍କୁ ଦର୍ଶନ କରାଇଲେ । ବେଦଜ୍ଞ ବ୍ରାହ୍ମଣ ବିଦ୍ୟାପତି ଭାବ ବିହ୍ୱଳ ହୋଇ ସ୍ତୁତି କଲେ ।

ପ୍ରଧାନପୁରୁଷାତୀତଃ ସର୍ବବ୍ୟାପିନ୍ ପରାତ୍ପର !
ଚରାଚର ପରିଣାମ, ପରମାତ୍ମନ୍ନମୋଽସ୍ତୁତେ ।
ନମସ୍ତେ କମଳାକାନ୍ତ ନମସ୍ତେ କମଳାନନ ।
ନମଃ କମଳପତ୍ରାକ୍ଷ ତ୍ରାହି ମାଂ ପୁରୁଷୋତ୍ତମ ।ା

ବିଶ୍ୱାବସୁଙ୍କ ଗୃହରେ ଦିବ୍ୟ ମହାପ୍ରସାଦ ସେବନ କରି ବିଦ୍ୟାପତି ବିଦାୟ ନେଇ ଅବନ୍ତୀ ଯାତ୍ରା କଲେ । ତାଙ୍କଠାରୁ ସମସ୍ତ ସମ୍ୱାଦ ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ ଯାଇ ଶୀଘ୍ର ନୀଳାଚଳ ଅଭିମୁଖେ ପଟୁଆରରେ ବାହାରିଲେ । ତାଙ୍କ ସହିତ ସୈନ୍ୟସାମନ୍ତ, ଆଗ୍ରହୀ ପ୍ରଜାଗଣ, ବ୍ୟବସାୟୀ, ନଟ, ଭାଟ ଏପରିକି କେତେଜଣ ବେଶ୍ୟା ବାହାରିଲେ । ଉତ୍କଳ ଦେଶର ରାଜା ଅବନ୍ତୀରୁ ଆଗତ ରାଜାଙ୍କୁ ସମ୍ୱର୍ଦ୍ଧନା, ସ୍ୱାଗତ ଜଣାଇଲେ । ବିଦ୍ୟାପତିଙ୍କ ପ୍ରତ୍ୟାବର୍ତ୍ତନ ପରେ ଏକ ଝଡ଼ରେ ପ୍ରଭୁ ନୀଳମାଧବ ବାଲୁକା ରାଶିରେ ଅନ୍ତର୍ହିତ ହୋଇଯାଇିଲେ । ଉତ୍କଳାଧିପତିଙ୍କ ଠାରୁ ଏ ଦୁଃସମ୍ୱାଦ ପାଇ. ଇନ୍ଦ୍ରଦ୍ୟୁମ୍ନ ଗଭୀର ଦୁଃଖରେ ଭାଙ୍ଗି ପଡ଼ିଲେ । ତାଙ୍କ ସଙ୍ଗରେ ଆସିିବା ଦେବର୍ଷି ନାରଦ ପ୍ରବୋଧନା ଦେଇ କହିିଲେ ଯେ ଅନ୍ତର୍ହିତ ବିଗ୍ରହ ପୁନରାୟ ଅବତୀର୍ଣ୍ଣ ହୋଇ ଦର୍ଶନ ଦେବେ । ରାଜା ଇନ୍ଦ୍ରଦ୍ୟୁମ୍ନ ଉତ୍କଳ ଦେଶକୁ ପ୍ରବେଶ ପରେ ଚର୍ଚ୍ଚିକା ଠାକୁରାଣୀ (ବାଙ୍କୀର)ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିିଲେ । ଏକାମ୍ରକାନନ (ଭୁବନେଶ୍ୱର)ଠାରେ ଶିବଙ୍କୁ ସ୍ତୁତି କରିବାରୁ ଶିବ ପ୍ରସନ୍ନ ହୋଇ ଇନ୍ଦ୍ରଦ୍ୟୁମ୍ନଙ୍କୁ କହିିଲେ ଯେ ତାଙ୍କର ମନୋବାଞ୍ଛା ଶୀଘ୍ର ପୂରଣ ହେବ । ଶିବ ନାରଦଙ୍କୁ ନିର୍ଦ୍ଦେଶ ଦେଇିଲେ ଯେ ଇନ୍ଦ୍ରଦ୍ୟୁମ୍ନଙ୍କୁ ସେ ପୁରୁଷୋତ୍ତମ କ୍ଷେତ୍ରକୁ ନେଇ ଯାଆନ୍ତୁ । ସେଠାରେ ଇନ୍ଦ୍ରଦ୍ୟୁମ୍ନ ନୃସିଂହ ବିଗ୍ରହ ସ୍ଥାପନା କରି ସହସ୍ର ଅଶ୍ୱମେଧ ଯଜ୍ଞ ସମାପ୍ତ କଲେ ଦାରୁବ୍ରହ୍ମ ଜଗନ୍ନାଥ ପ୍ରକଟ ହେବେ । ଶିବଙ୍କ ଆଦେଶକୁ ପାଳନ କରି ନାରଦ ଇନ୍ଦ୍ରଦ୍ୟୁମ୍ନଙ୍କୁ ନେଇ ନୀଳାଚଳ ଅଭିମୁଖେ ଯାତ୍ରା କଲେ । ବାଟରେ କପୋତେଶ୍ୱର ଶିବଙ୍କୁ ଓ ବିଲେଶ୍ୱରଙ୍କୁ ଦର୍ଶନ କରି ଶ୍ରୀକ୍ଷେତ୍ର ସୀମାରେ ବିରାଜିତ ନୀଳକଣ୍ଠ ମହାଦେବଙ୍କ ନିକଟରେ ପହଞ୍ଚିଲେ ।

ଇନ୍ଦ୍ରଦ୍ୟୁମ୍ନ ଯାଉଥିବା ସମୟରେ ଅଶ୍ୱମେଧ ଯଜ୍ଞ କରାଇଲେ । ଯଜ୍ଞାନୁଷ୍ଠାନ ପୂର୍ବରୁ ସେ ନରସିଂହ ମୂର୍ତ୍ତିିଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ । ଯଜ୍ଞର ଶେଷ ରାତ୍ରରେ ବିଷ୍ଣୁ ଦାରୁ ରୂପରେ ମହୋଦଧି କୂଳରେ ଦର୍ଶନ ଦେବେ ବୋଲି ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନରେ ଜଣାଇଥିଲେ । ସତକୁ ସତ ବିଶେଷ ଲକ୍ଷଣଯୁକ୍ତ ଦାରୁ ସମୁଦ୍ରରେ ଭାସି ଆସିଲା । ରାଜା ମହା ଉତ୍ସବ ସହକାରେ ପବିତ୍ର ଦାରୁକୁ ନେଇ ମହାବେଦୀ ଉପରେ ସ୍ଥାପନ କରାଇଲେ । ସ୍ୱପ୍ନବାଣୀ ଅନୁସାରେ ଜଣେ ବୃଦ୍ଧ ବର୍ଦ୍ଧକୀ ଉପସ୍ଥିତ ହୋଇ ଚତୁର୍ଦ୍ଧାମୂର୍ତ୍ତିି ନିର୍ମାଣ କରିବାର ଦାୟିତ୍ୱ ନେଲେ । ଏହି ବର୍ଦ୍ଧକୀ ଥିଲେ ସ୍ୱୟଂ ବିଷ୍ଣୁ । ଗୋପନରେ ବିଗ୍ରହ ମାନ ନିର୍ମାଣର ପନ୍ଦର ଦିନ ପରେ ଚତୁର୍ଦ୍ଧାମୂର୍ତ୍ତି ଅର୍ଥାତ୍ ବଳଭଦ୍ର ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନ ପ୍ରକାଶମାନ ହେଲେ । କିନ୍ତୁ ଶିଳ୍ପୀ ଅନ୍ତର୍ଦ୍ଧାନ ହୋଇଗଲେ । ପୁନର୍ବାର ଦୈବୀବାଣୀ ହେଲା “ରାଜନ୍‍ ! ଚତୁର୍ଦ୍ଧାମୂର୍ତ୍ତିିଙ୍କୁ ପଟବସ୍ତ୍ର ଦ୍ୱାରା ଆବୃତ କରି ଚିତ୍ରକର ଦ୍ୱାରା ନିଜ ନିଜ ବର୍ଣ୍ଣରେ ଚିତ୍ରିତ କର । ନୀଳାଚଳର ଉପରିଭାଗରେ କଳ୍ପବୃକ୍ଷର ବାୟୁକୋଣରେ ଶତହସ୍ତ ଦୂରରେ ବିରାଜିତ ନୃସିଂହଙ୍କ ଉତ୍ତର ଭାଗରେ ଥିବା ପ୍ରଶସ୍ତ ଭୂମିରେ ସହସ୍ର ହାତ ଉଚ୍ଚ ଓ ତାହାର ଉପଯୋଗୀ ଆୟତନଦ୍ୱାରା ଏକ ସୁଦୃଢ଼ ପ୍ରାସାଦ ନିର୍ମାଣ କରି ତହିଁରେ ମୂର୍ତ୍ତିମାନଙ୍କୁ ସ୍ଥାପନ କର । ପୂର୍ବେ ନୀଳମାଧବଙ୍କୁ ବିଶ୍ୱାବସୁ ଶବର ଗଭୀର ଭକ୍ତିର ସହିତ ପୂଜାର୍ଚ୍ଚନା କରୁଥିଲା । ତା’ର ଓ ବିଦ୍ୟାପତିଙ୍କ ବଂଶଜାତ ସନ୍ତାନମାନେ ଏହି ବିଗ୍ରହମାନଙ୍କର ଲେପ, ସଂସ୍କାର ଓ ସକଳ ଯଜ୍ଞୀୟ ଉତ୍ସବାଦି କର୍ମରେ ସେବକ ଭାବେ ନିଯୁକ୍ତ ହେବେ ।”

ଦୈବାଦେଶ ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ଅନ୍ୟାନ୍ୟ ରାଜାମାନଙ୍କ ସହାୟତାରେ ଓ ନିଜର ସମସ୍ତ ସମ୍ପତ୍ତି ବ୍ୟୟରେ ଏକ ଅଭୂତପୂର୍ବ ମନ୍ଦିର ନିର୍ମାଣ କଲେ । ତା’ପରେ ବିଗ୍ରହମାନଙ୍କ ପ୍ରତିଷ୍ଠାପାଇଁ ବ୍ରହ୍ମାଙ୍କୁ ପୁରୋହିତ ଭାବରେ ନିମନ୍ତ୍ରଣ କରିବାପାଇଁ ନାରଦଙ୍କ ସହିତ ବ୍ରହ୍ମଲୋକକୁ ଗମନ କଲେ । ବ୍ରହ୍ମାଙ୍କୁ ଭେଟିଲା ବେଳକୁ ବ୍ରହ୍ମା ସଂଗୀତ ଶୁଣୁଥିଲେ । ଦେବଲୋକରେ ଯାହା ସ୍ୱଳ୍ପକାଳ, ମର୍ତ୍ତ୍ୟଲୋକରେ ତାହା ମନ୍ୱନ୍ତର । ଦେବଲୋକରେ ଥିବା ଭିତରେ କେବଳ ଇନ୍ଦ୍ରଦ୍ୟୁମ୍ନଙ୍କ ବଂଶରୁ ନୁହେଁ ଅନ୍ୟାନ୍ୟ ନୃପତିଙ୍କ ବଂଶରୁ କେତେ ଯେ ନୃପତି ଲୋପ ପାଇଗଲେଣି ଓ ସତ୍ୟଯୁଗ ଅତିକ୍ରାନ୍ତ ହୋଇଗଲାଣି । ବ୍ରହ୍ମାଙ୍କ ସାନ୍ନିଧ୍ୟରେ ଥିବାରୁ ଇନ୍ଦ୍ରଦ୍ୟୁମ୍ନ ଜରା ଓ ମୃତ୍ୟୁର ବଶୀଭୂତ ହୋଇ ନାହାନ୍ତି । କିନ୍ତୁ ମର୍ତ୍ତ୍ୟଲୋକରେ ବିଷ୍ଣୁଙ୍କର ଦାରୁମୂର୍ତ୍ତି ଓ ପ୍ରାସାଦ ବିଦ୍ୟମାନ ରହିଛି । ବ୍ରହ୍ମା ନିର୍ଦ୍ଦେଶ ଦେଲେ ଇନ୍ଦ୍ରଦ୍ୟୁମ୍ନଙ୍କୁ – “ଶୀଘ୍ର ତୁମେ ମର୍ତ୍ତ୍ୟଲୋକକୁ ଯାଇ ଦେବ ଓ ଦେବମନ୍ଦିରକୁ ସ୍ୱୀୟ ଆୟତ୍ତକୁ ଆଣ ଓ ପ୍ରତିଷ୍ଠା ପାଇଁ ଦ୍ରବ୍ୟ ଆୟୋଜନ କର । ମୁଁ ତୁମ ପଛେ ପଛେ ଯାଇ ସେଠାରେ ପହଞ୍ଚିବି ।” ନାରଦ, ବୃହସ୍ପତି ଓ ଅନ୍ୟ ଦେବଗଣଙ୍କ ସଂଗେ ଇନ୍ଦ୍ରଦ୍ୟୁମ୍ନ ଭୂତଳକୁ ଆସିଲେ । ସେ ଫେରିବା ପରେ ଦେଖିଲେ ଯେ, ମନ୍ଦିରଟି ଇତିମଧ୍ୟରେ ପୂର୍ଣ୍ଣାଙ୍ଗ ପ୍ରାପ୍ତି ହୋଇଅଛି । ନାରଦଙ୍କ ପରାମର୍ଶରେ ରାଜା ପୂଜା ସାମଗ୍ରୀ ସଂଗ୍ରହ କଲେ । ନାରଦ ନିଜେ ତିନୋଟି ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠା କଲେ । ସେହି ମନ୍ଦିରମାନଙ୍କରେ ମୂର୍ତ୍ତିିମାନଙ୍କୁ ବସାଇ ମହାବେଦୀକୁ ଆଣିଲେ ।

ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକରେ ଥିବା ସମୟରେ ଗାଲ ନାମକ ଜଣେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମନ୍ଦିରକୁ କରାୟତ୍ତ କରି ମାଧବ ନାମକ ଦାରୁ ମୂର୍ତ୍ତିି ସେଠାରେ ସ୍ଥାପନ କରି ପୂଜା କରୁିଲେ । ଇନ୍ଦ୍ରଦ୍ୟୁମ୍ନ ଫେରି ଆସିବା ପରେ ଅନ୍ୟ ଏକ ଛୋଟିଆ ମନ୍ଦିର ନିର୍ମାଣ କରି ଗାଲ ରାଜାଙ୍କଦ୍ୱାରା ସ୍ଥାପିତ ମାଧବ ମୂର୍ତ୍ତିିଙ୍କୁ ସେଠାରେ ରଖିବା ଖବର ପାଇ କ୍ରୋଧରେ ଗାଲ ରାଜା ସୈନ୍ୟସାମନ୍ତ ନେଇ ନୀଳାଚଳରେ ପହଞ୍ଚିଲେ । କିନ୍ତୁ ପହଞ୍ଚିବା ପରେ ଇନ୍ଦ୍ରଦ୍ୟୁମ୍ନଙ୍କ ବ୍ରହ୍ମଲୋକ ଯାତ୍ରା ଖବର ଶୁଣି ଦେବତାଙ୍କ ଉପସ୍ଥିତି ଦେଖି ଓ ବ୍ରହ୍ମା ସ୍ୱୟଂ ପ୍ରତିଷ୍ଠାପାଇଁ ଆସୁଛନ୍ତି ଜାଣିବା ପରେ ସେ ବିବାଦ ସୃଷ୍ଟି ନକରି ଇନ୍ଦ୍ରୁଦ୍ୟୁମ୍ନଙ୍କୁ ପ୍ରଣତି ଜଣାଇଲେ ଏବଂ ସହଯୋଗ କଲେ । ପ୍ରତିଷ୍ଠା ପରେ ମନ୍ଦିରଟି ଗାଲଙ୍କ ଦାୟିତ୍ୱରେ ରଖି ବ୍ରହ୍ମଲୋକ ଚାଲିଯିବେ ବୋଲି ଇନ୍ଦ୍ରଦ୍ୟୁମ୍ନ ଆଶ୍ୱାସନା ଦେଇଥିଲେ । ବ୍ରହ୍ମା ମନ୍ଦିରକୁ ପ୍ରତିଷ୍ଠା କରିବାକୁ ପହଞ୍ଚିଲେ । ଚତୁର୍ଦ୍ଧାମୂର୍ତ୍ତିିଙ୍କୁ ମହାବେଦୀ (ଗୁଣ୍ଡିଚା ଘର)ରୁ ପ୍ରାସାଦକୁୁ ନିଆଗଲା । ବୈଶାଖ ଶୁକ୍ଲ ଅଷ୍ଟମୀ ତିିଥିରେ (ନୀଳାଦ୍ରି ମହୋଦୟ ଦିନ) ମନ୍ଦିର ପ୍ରତିଷ୍ଠା ହେଲା । ସେଦିନ ଥିଲା ଗୁରୁବାର । ପ୍ରତିଷ୍ଠା କର୍ମ ସମାପନ ପରେ ନିଜ ପ୍ରତିଶ୍ରୁତି ରକ୍ଷାକରି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ୱେତବଂଶୀୟ ଗାଲ ରାଜାଙ୍କୁ ମନ୍ଦିର ଭାର ଅର୍ପଣ କରି ସ୍ୱଦେହରେ ନାରଦଙ୍କ ସହ ବ୍ରହ୍ମଲୋକକୁ ପ୍ରସ୍ଥାନ କଲେ ।

🔰ପଦ୍ମପୁରାଣ (ପାତାଳ ଖଣ୍ଡ)

ଏଥିରେ ଉଲ୍ଲେଖ ଅଛି ଯେ ଗଙ୍ଗାସାଗର ସଙ୍ଗମଠାରେ ପୁରୁଷୋତ୍ତମ କ୍ଷେତ୍ର ଅନ୍ତର୍ଗତ ନୀଳଗିରି ଅବସ୍ଥିତ । ଏହି ନୀଳଗିରି ଉପରେ ପୁରୁଷୋତ୍ତମ ବିରାଜିତ । ଶ୍ରୀରାମଚନ୍ଦ୍ରଙ୍କ ଯଜ୍ଞ ଅଶ୍ୱ ରକ୍ଷା କରିବା ବେଳେ ଭ୍ରାତା ଶତ୍ରୁଘ୍ନ ବହୁ ସ୍ଥାନ ଭ୍ରମଣ କରି ଏହି ନୀଳଗିରି ଦର୍ଶନ କଲେ । ଏହି ନୀଳଗିରି ନିବାସୀ ଭିଲମାନେ ମଧ୍ୟ ଭଗବାନ ପୁରୁଷୋତ୍ତମଙ୍କ ମହିମା ବଳରେ ଚତୁର୍ଭୁଜ ହୋଇଛନ୍ତି । କାଞ୍ଚି ନଗରର ରାଜା ରତ୍ନଗ୍ରୀବ ଏହି କ୍ଷେତ୍ରରେ ଶ୍ରୀହରିଙ୍କୁ ଦର୍ଶନ କରି ଚତୁର୍ଭୁଜତ୍ୱ ପ୍ରାପ୍ତ ହୋଇଥିଲେ ।(ଏଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନାମ କିମ୍ୱା ଜଗନ୍ନାଥ ନାମ ନାହିଁ । କଳ୍ପବଟ, ରୋହିଣୀକୁଣ୍ଡ, ମହାବେଦୀ, ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ନାହିଁ । ଏ କ୍ଷେତ୍ରରେ ବିରାଜିତ ଓ ପୂଜିତ ପୁରଷୋତ୍ତମ ହିଁ ଶ୍ରୀରାମ, ଏହା କୁହାଯାଇଛି ।)

🔰 ବ୍ରହ୍ମପୁରାଣ

ଏଥିରେ ଲେଖାଅଛି ଯେ ସତ୍ୟ ଯୁଗରେ ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ଶଙ୍ଖ, ଚକ୍ର, ଗଦାଧାରୀ ଚତୁର୍ଭୁଜ ବିଷ୍ଣୁଙ୍କୁ ଆରାଧନା କରିବାପାଇଁ ଅବନ୍ତୀନଗର ତ୍ୟାଗକରି ପୁରୁଷୋତ୍ତମ କ୍ଷେତ୍ରକୁ ଆସିିଲେ । ପୂର୍ବେ ଏ କ୍ଷେତ୍ରର କଳ୍ପବଟ ନିକଟରେ ନୀଳକାନ୍ତମଣିଙ୍କ ମୂର୍ତ୍ତିି ପୂଜିତ ହେଉଥିଲା । ସାକ୍ଷାତ ଭଗବାନ ନୀଳମାଧବଙ୍କୁ ଦର୍ଶନ କରୁଥିବାରୁ ଏଠାରେ ଯେତେ ଲୋକ ମୃତ୍ୟୁବରଣ କରୁଥିଲେ ସମସ୍ତେ ବିଷ୍ଣୁଲୋକ ପ୍ରାପ୍ତ ହେଉଥିଲେ । ଯମରାଜଙ୍କ ପଦୋଚିତ କାର‌୍ୟ୍ୟରେ ବାଧା ହେବାରୁ ନୀଳକାନ୍ତମଣିମୟ ପ୍ରତିମାକୁ ସେଠାରୁ ଅପସାରଣ କରିବାକୁ ସେ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ବିଷ୍ଣୁ ତେଣୁ ଏହି ପ୍ରତିମାକୁ ବାଲୁକାରାଶି ଦ୍ୱାରା ଆଚ୍ଛାଦିତ କରିଦେଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ଇନ୍ଦ୍ରନୀଳମୟ ମୂର୍ତ୍ତିି ନ ଦେଖି ଏହି କ୍ଷେତ୍ରରେ ଏକ ହରି ପ୍ରାସାଦ (ମନ୍ଦିର) ନିର୍ମାଣ କରିବାକୁ ସ୍ଥିର କଲେ । କଳିଙ୍ଗ, ଉତ୍କଳ ଓ କୋଶଳ ରାଜାମାନଙ୍କ ସାହାଯ୍ୟରେ ବିନ୍ଧ୍ୟପର୍ବତରୁ ଉପଯୁକ୍ତ ଶିଳା ଅଣାଇ ମନ୍ଦିର ନିର୍ମାଣ କରାଇଲେ । ଅନ୍ୟାନ୍ୟ ଦେଶର ରାଜାମାନେ ମଧ୍ୟ ସହାୟତା କଲେ । ମନ୍ଦିର ନିର୍ମାଣ ପରେ ଏଥିରେ କିଭଳି ମୂର୍ତ୍ତିି- ଶିଳା, ମୃତ୍ତିକା ନା ଦାରୁରେ ଗଠିତ ହେବ ଏହା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଚିନ୍ତାରେ ପକାଇଲା । ଭଗବାନ ବିଷ୍ଣୁ ରାଜାଙ୍କୁ ସ୍ୱପ୍ନରେ ଦେଇଥିବା ଆଦେଶାନୁସାରେ ରାଜା ସାଗରକୂଳକୁ ଯାଇ ଏକ ବୃକ୍ଷ ଦେଖିଲେ । ରାଜା ବୃକ୍ଷକୁ ନିଜେ କୁଠାର ଦ୍ୱାରା କାଟିଲେ । ହଠାତ୍‍ ବିଷ୍ଣୁ ଓ ବିଶ୍ୱକର୍ମା ବ୍ରାହ୍ମଣ ରୂପ ଧାରଣ କରି ସେଠାରେ ଉପସ୍ଥିତ ହେଲେ । ବିଷ୍ଣୁ ରାଜାଙ୍କୁ କହିଲେ ଯେ, ଏହି ବ୍ରାହ୍ମଣ (ବିଶ୍ୱକର୍ମା) ବୃକ୍ଷଟିରୁ ପ୍ରତିମା ନିର୍ମାଣ କରିଦେବେ । ବିଶ୍ୱକର୍ମା ଚତୁର୍ଦ୍ଧାମୂର୍ତ୍ତିି ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନଙ୍କୁ ଗଠନ କଲେ । ଗଠନ ପରେ ବିଗ୍ରହମାନଙ୍କୁ ପାଟବସ୍ତ୍ର ଓ ଅଳଙ୍କାରରେ ଭୂଷିତ କଲେ । ଛଦ୍ମବେଶୀ ବିଷ୍ଣୁ ସ୍ତବରେ ସନ୍ତୁଷ୍ଟ ହୋଇ ସ୍ୱରୂପ ପ୍ରକାଶ କଲେ ଓ ତାଙ୍କୁ ବର ଦେଇ ଅନ୍ତର୍ଦ୍ଧାନ ହେଲେ । ରାଜା ପ୍ରତିମାମାନଙ୍କୁ ମହା ସମାରୋହରେ ପ୍ରତିଷ୍ଠା କରାଇ ମନ୍ଦିରରେ ସ୍ଥାପନ କରାଇଲେ । ରାଜା ଅଶ୍ୱମେଧ ଯଜ୍ଞାଦି କଲେ । ମରଣାନ୍ତେ, ପରମପଦ ଲାଭ କଲେ ।

(ବ୍ରହ୍ମପୁରାଣରେ ନୀଳଗିରି, ନୀଳମାଧବ, ବିଦ୍ୟାପତି, ବିଶ୍ୱାବସୁ ନାମ ଉଲ୍ଲେଖ ନାହିଁ । ଶବର ଉପାସନା ପ୍ରସଙ୍ଗ ନାହିଁ । ନୀଳମାଧବଙ୍କ ନାମ ନଥାଇ ଇନ୍ଦ୍ରନୀଳମଣିମୟ, ଇନ୍ଦ୍ରମଣିମୟ ମୂର୍ତ୍ତିିର ବର୍ଣ୍ଣନା ଅଛି । ମହାବେଦୀ ନାମ ପରିବର୍ତ୍ତେ ଏକ ଶୁଭ ସ୍ଥାନ ଲେଖାଅଛି ।

🔰 ସାରଳା ମହାଭାରତ

ସାରଳାଦାସ (୧୫ଶ ଶତାବ୍ଦୀ)ଙ୍କ ପୂର୍ବରୁ ଅନ୍ୟ କୌଣସି ଓଡ଼ିଆ କବିଙ୍କ ରଚନାରେ ଜଗନ୍ନାଥ ଚରିତ ଉଲ୍ଳେଖ ନାହିଁ । ସାରଳା ଦାସ ଓଡ଼ିଆ ମହାଭାରତର ବନପର୍ବ ଓ ମୂଷଳୀ ପର୍ବରେ ଜଗନ୍ନାଙ୍କ ବିଷୟରେ ଲେଖିଛନ୍ତି । ଏହି ମହାଭାରତରୁ ଜଗନ୍ନାଥଙ୍କ ଚରିତ ଅତି ସଂକ୍ଷେପରେ ନିମ୍ନରେ ପ୍ରଦତ୍ତ ହେଲା ।

ଜାରା ଶବର ଭୁଲରେ ଶ୍ରୀକୃଷ୍ଣଙ୍କୁ ଶରବିଦ୍ଧ କରିବାରୁ ଶ୍ରୀକୃଷ୍ଣ ଦେହତ୍ୟାଗ କଲେ । ଦେହତ୍ୟାଗ ପୂର୍ବରୁ ଅନୁତପ୍ତ ଜାରାକୁ ସେ ନିର୍ଦ୍ଦେଶ ଦେଲେ ଅର୍ଜୁନଙ୍କୁ ଡାକି ଆଣିବାକୁ । ଅର୍ଜୁନ ପହଞ୍ଚିବା ପରେ ଶ୍ରୀକୃଷ୍ଣ ଦେହତ୍ୟାଗ କଲେ । ଅର୍ଜୁନ ଓ ଜାରା ଖୋଜି ଖୋଜି ଗୋଟିଏ ଅଗରୁ ବୃକ୍ଷ ଆଣି ସେଥିରେ ଜୁଇ ତିଆରି କଲେ ଏବଂ ଶ୍ରୀକୃଷ୍ଣଙ୍କ ଶରୀରର ଦହନପାଇଁ ଅଗ୍ନି ସଂଯୋଗ କଲେ । ଅଗରୁ ବୃକ୍ଷର କାଠ ଶେଷ ହୋଇଗଲା, କିନ୍ତୁ ଦିବ୍ୟ ପିଣ୍ଡ ଦଗ୍ଧ ହୋଇ ପାରିଲା ନାହିଁ । କେବଳ ଦୁଇ ହାତ, ଦୁଇ ଗୋଡ଼ ଓ ମସ୍ତକ ପୋଡ଼ିଯାଇିଲା । ଏହି ସମୟରେ ଶୂନ୍ୟରୁ ଦୈବୀବାଣୀ ହେଲା –

ଏ ପିଣ୍ଡ ବିଜେ କରିବ ନୀଳସୁନ୍ଦର ପରବତେ
ତହିଁରେ ପୂଜା ପାଇବେ ଦଶ ସହସ୍ର ବରଷ ପରିଯନ୍ତେ ।

ଅଗ୍ନି ଲିଭାଅ ତୁମ୍ଭେ କର ଆମ୍ଭର ବୋଲ କାଢ଼ି ଆଣି ପିଣ୍ଡ ମଉଦଧିରେ ମେଲ । ଦୈବୀବାଣୀ ପ୍ରକାରେ ଅର୍ଜୁନ ଓ ଜାରା ଶବର ଚିତା ମଧ୍ୟରୁ ଅପୋଡ଼ା ପିଣ୍ଡକୁ ବାହାର କରିନେଇ ମହୋଦଧିରେ ଭସାଇ ଦେଲେ । ଏହି ପିଣ୍ଡ ସମୁଦ୍ରକୂଳରେ କେଉଁଠାରେ ଲାଗିବ ସେି ପ୍ରତି ନଜର ଦେବାକୁ ଜାରାକୁ କହି ଅର୍ଜୁନ ଫେରିଗଲେ । କେତେଦିନ ପରେ ତାଙ୍କର ପିଣ୍ଡ ପୂଜା କରିବାକୁ ଜାରା ଶବରକୁ ସ୍ୱପ୍ନରେ ଭଗବାନ ଶ୍ରୀକୃଷ୍ଣ ଆଦେଶ ଦେଲେ । ନିଦ୍ରାଭଙ୍ଗ ପରେ ଜାରା ପାଖରେ ଗୋଟିଏ ବିଷ୍ଣୁ ପ୍ରତିମାକୁ ଦେଖିଲେ । ତାହାଙ୍କୁ ନେଇ ଧଉଳି ପର୍ବତ ଉପରେ ଏକ ଅଗରୁ ବୃକ୍ଷ ମୂଳେ ସ୍ଥାପନ କରି ଗୋପନରେ ପୂଜା କଲେ । କେତେବର୍ଷ ପରେ କାଞ୍ଚି ନଗରର ବିଷ୍ଣୁଭକ୍ତ ରାଜା ଗାଲମାଧବ ଶ୍ରୀକୃଷ୍ଣଙ୍କ ଅପୋଡ଼ା ପିଣ୍ଡର ଅନ୍ୱେଷଣପାଇଁ ଚତୁର୍ଦ୍ଦିଗକୁ ଲୋକ ପଠାଇଲେ । ଦକ୍ଷିଣ ଦିଗକୁ ବାସୁଦେବ ନାମକ ବ୍ରାହ୍ମଣ ଗଲେ । ବାସୁଦେବ ବହୁ ଅନୁସନ୍ଧାନ ପରେ ଜାରା ଶବର ପଲ୍ଲୀରେ ପହଞ୍ଚିଲେ । ଜାରା ଶବରର ପୁତ୍ର ବାସୁଦେବ ସହିତ ବାସୁଦେବ ବ୍ରାହ୍ମଣ ମୈତ୍ର ବସିଲେ (ମତାନ୍ତରେ ଜାରା ଶବର ସହିତ) । ଜାରା ଶବର ବାସୁଦେବଙ୍କୁ ପୂଜା କରୁଥିବା ପ୍ରତିମା ଦେଖାଇବାକୁ ରାଜିହୋଇ ତାଙ୍କ ଆଖିରେ ଅନ୍ଧପୁଟଳ ବାନ୍ଧି ସେଠାକୁ ନେଲେ । ବ୍ରାହ୍ମଣ ବାଟରେ ଯବଧାନ ଓ ତିଳ ପକାଇ ପକାଇ ଯାଇିଲେ। ବିଷ୍ଣୁ ପ୍ରତିମାକୁ ଦର୍ଶନ କରିବାର ଛଅ ସାତ ମାସ ପରେ ବାସୁଦେବ କାଞ୍ଚିନଗରକୁ ଫେରିଯାଇ ଗାଲମାଧବଙ୍କୁ ସମସ୍ତ ବୃତ୍ତାନ୍ତ କହିଲେ ।ରାଜା ଗାଲମାଧବ ଧଉଳି ପର୍ବତକୁ ଆସି ଯବଧାନ ଗଛର ସଂକେତକୁ ଅନୁସରଣ କରି ବିଷ୍ଣୁ ବିଗ୍ରହ ପାଖକୁ ଆସି ଦେଖିଲେ ଯେ ବିଗ୍ରହ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । କେବଳ ଛଡ଼ାଫୁଲ ଗୁଡ଼ିଏ ପଡ଼ିଛି । ଶବରମାନେ ବିଗ୍ରହଙ୍କୁ ଲୁଚାଇ ରଖିିବେ ମନେ କରି ସେ ଅନେକ ଶବରଙ୍କୁ ମାରିଦେଲେ । ଜାରା ଶବର ସେତେବେଳେ ସେଠାରେ ଅନୁପସ୍ଥିତ ଥିଲେ । ଗାଲମାଧବଙ୍କ ଏ ନିଷ୍ଠୁର କାର‌୍ୟ୍ୟରେ ଭଗବାନ ଅସନ୍ତୁଷ୍ଟ ହୋଇ ଅଭିଶାପ ଦେଲେ ଯେ ଜାରା ଶବରର ବଂଶବୃଦ୍ଧି ଘଟୁ, ରାଜା ଗାଲମାଧବଙ୍କ ବଂଶରେ କେହି ନ ରହନ୍ତୁ । ସେ ଯାହାହେଉ, ପ୍ରଭୁଙ୍କ ଇଚ୍ଛାରେ ଗାଲମାଧବ ଓ ଜାରାଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ପ୍ରଭୁଙ୍କ ଆଦେଶରେ ଗାଲମାଧବ ବିଷ୍ଣୁ ପ୍ରତିମାଙ୍କୁ ଆଣି ନୀଳଗିରିେର ସ୍ଥାପନ କରି ପୂଜା କଲେ । ପୂର୍ବେ ଏହି ପ୍ରତିମାଙ୍କୁ ଶବରମାନେ ଶବରୀ-ନାରାୟଣ ରୂପରେ ପୂଜା କରୁିଲେ। ବିରାଟ ବଂଶର ରାଜା ମଧୁ କେଶରୀଙ୍କ ପୁତ୍ର ଇନ୍ଦ୍ରଦ୍ୟୁମ୍ନ ନୀଳଗିରିରେ ଭଗବାନ ଅବସ୍ଥାନ କରିବେ ବୋଲି ଖବର ପାଇ ବିଶ୍ୱାବସୁ ନାମକ ଏକ ବ୍ରାହ୍ମଣଦ୍ୱାରା ଭଗବାନଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କଲେ ା ସେ ଜାରା ଶବରଙ୍କୁ ଭେଟି ଶ୍ରୀକୃଷ୍ଣଙ୍କ ଅପୋଡ଼ା ପିଣ୍ଡ କାହିଁ ପଚାରିଲେ। ଜାରାକୁ ଧ୍ୟାନରେ ଦର୍ଶନ ଦେଇ ଭଗବାନ କହିଲେ ଯେ, କଳିଯୁଗରେ ବୌଦ୍ଧ ରୂପରେ ସେ କାୟା ଦେଖାଇବେ ଓ ତାଙ୍କର ଅପୋଡ଼ା ପିଣ୍ଡ ଦାରୁ ପାଲଟିଯିବ ।

କୃଷ୍ଣ ବୋଇଲେ ଇନ୍ଦ୍ରଦ୍ୟୁମ୍ନକୁ ଘେନିଯାଆ,
କାଲି ପ୍ରଭାତେ ରୋହିଣୀ କୁଣ୍ଡ ଜଗଅ ା
ରୋହିଣୀ କୁଣ୍ଡେ ଆମ୍ଭେ କାୟା ଯେ ବିସ୍ତାରୁ
ୟେ ପିଣ୍ଡ ଗୋଟିକ କାଳେ ହୋଇବକି ଦାରୁ ା

ଇନ୍ଦ୍ରଦ୍ୟୁମ୍ନକୁ ସାଙ୍ଗରେ ନେଇ ଜାରା ଶବର ନୀଳଗିରିରେ ପହଞ୍ଚିଲା । ରୋହିଣୀ କୁଣ୍ଡରେ ଭଗବାନ ଦାରୁ ରୂପରେ ଆବିର୍ଭୂତ ହେଲେ । ଜାରା ଓ ବାସୁଦେବ ବ୍ରାହ୍ମଣ କୁଣ୍ଡରୁ ଦାରୁଙ୍କୁ ବାହାର କରି ଆଣିଲେ । ଜାରା ବିଗ୍ରହ ନିର୍ମାଣ ଭାର ନେଲେ । ତାଙ୍କୁ ଛଦ୍ମବେଶୀ ବିଶ୍ୱକର୍ମା ବ୍ରାହ୍ମଣ ରୂପରେ ସାହାଯ୍ୟ କଲେ । ମୀନ ମାସ ପଞ୍ଚମୀ ଶ୍ରବଣା ନକ୍ଷତ୍ର ଗୁରୁବାର ଦିନ ବିଗ୍ରହ ଗଠନପାଇଁ ଜାରା ମନ୍ଦିର ଭିତରକୁ ଗଲେ । ମନ୍ଦିରର ସବୁ ଦ୍ୱାର ବନ୍ଦ ରଖବ ,ତାଙ୍କ ନିର୍ଦ୍ଦେଶ ବିନା ନ ଖୋଲିବ – ଜାରା ରାଜାଙ୍କୁ କହିଲେ ।
ପନ୍ଦର ଦିନ ଅତିକ୍ରାନ୍ତ ହୋଇଯିବା ପରେ ଓ ଭିତରୁ କୌଣସି ସ୍ୱର ଶବ୍ଦ ଶୁଣା ନଯିବାରୁ ରାଜା ଦ୍ୱାର ଖୋଲିଦେଲେ । ଦେଖିଲେ ସିଂହାସନ ଉପରେ ତିନି ମୂର୍ତ୍ତିି ବସିଛନ୍ତି । ପରେ ଜାରା ଶାଳ ବୃକ୍ଷରୁ ଝୁଣ। ଆଣି ପିଣ୍ଡରେ ଲେପଦେଇ ପିଣ୍ଡକୁ ଦାରୁ ମୂର୍ତ୍ତି ଦେହରେ ଗୋପ୍ୟ କରିଦେଲେ । ବିଷ୍ଣୁ, ଶିବ ଓ ବ୍ରହ୍ମା ଯାକ୍ରମେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏପରି ତ୍ରିମୂର୍ତ୍ତିି ଭାବରେ ବିରାଜିତ ହେଲେ । (ସାରଳା ଦାସଙ୍କ ମହାଭାରତର ବନପର୍ବ ଓ ମୂଷଳୀ ପର୍ବରେ ଜଗନ୍ନାଥ ଚରିତ ଉଲ୍ଲେଖ ଅଛି । କିନ୍ତୁ ଦୁଇ ପର୍ବରେ ଥିବା ବିଷୟବସ୍ତୁରେ କିଛି ଅମେଳ ରହିଛି । ବନ ପର୍ବରେ ଗାଲମାଧବଙ୍କୁ ସୋମବଂଶର ରାଜା ଓ ସେ ସାକଲ୍ୟ ଦ୍ୱୀପରେ ରାଜତ୍ୱ କରୁିଲେ ବୋଲି ଲେଖା ଅଛି । ଇନ୍ଦ୍ରଦ୍ୟୁମ୍ନ ଗାଲମାଧବଙ୍କ ପୁତ୍ର । ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାମ ଗୁଣ୍ଡିକୋରା । ବନପର୍ବରେ ଯଦୁ ବିପ୍ର ଜାରା ସହିତ ମୈତ୍ର ହୋଇ ଦିଅଁଙ୍କୁ ଠାବ କରିିଲେ । ମୂଷଳୀ ପର୍ବରେ ବାସୁଦେବ ବ୍ରାହ୍ମଣ ବସୁ ଶବରର ପୁତ୍ର ବାସୁଦେବଙ୍କ ସହିତ ମୈତ୍ର ହୋଇଥିଲେ । ଇନ୍ଦ୍ରଦ୍ୟୁମ୍ନ ଜାରା ଶବର ବଂଶ ଧ୍ୱଂସ କରିିଲେ ବୋଲି ମୂଷଳୀ ପର୍ବରେ ଅଛି । ଏହିପରି କେତେ ତଫାତ୍‍ ପରିଲକ୍ଷିତ ହୁଏ । କୃଷ୍ଣଙ୍କ “ଅପୋଡ଼ା ପିଣ୍ଡ’ ସାରଳା ଦାସଙ୍କ ନିଜସ୍ୱ ପରିକଳ୍ପନା । )
🔰 “ଦେଉଳ ତୋଳା’
🌷🌷ଶିଶୁ କୃଷ୍ଣ ଦାସଙ୍କ “ଦେଉଳ ତୋଳା’ ନାମରେ ଅନେକ ପ୍ରାଚୀନ ଓଡ଼ିଆ କବି ପୋି ଲେଖିଛନ୍ତି । ସେମାନେ ହେଲେ ନୀଳାମ୍ୱର ଦାସ, ବଳରାମ ଦାସ, ଦାମ ଦାସ, ମାଗୁଣିଆ ଦାସ ଓ କୃଷ୍ଣ ବା ଶିଶୁ କୃଷ୍ଣ ଦାସ । ଶିଶୁ କୃଷ୍ଣ ଦାସଙ୍କ “ଦେଉଳ ତୋଳା’ ଅଧିକ ପ୍ରଚାରିତ ଓ ଜନାଦୃତ ରଚନା ।ଏହି କବି ସପ୍ତଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଏହାକୁ ରଚନା କରିିବା ଅନୁମାନ କରାଯାଏ ା ଏହାର କାହାଣୀ ନିମ୍ନରେ ସଂକ୍ଷେପରେ ପ୍ରଦାନ କରାଗଲା । ବିଷ୍ଣୁ ଭକ୍ତ ରାଜା ଇନ୍ଦ୍ରଦ୍ୟୁମ୍ନ ବିଷ୍ଣୁମୂର୍ତ୍ତିିର ସନ୍ଧାନ ନେବାକୁ ଚାରି ଦିଗକୁ ଦୂତ ପଠାଇଲେ । ପୂର୍ବଦିଗରେ ଯାଇିଲେ ବିଦ୍ୟାପତି ନାମକ ବ୍ରାହ୍ମଣ ।ସେ ଶବର ପଲ୍ଲୀରେ ପହଞ୍ଚି ବସୁ ଶବର ଘରେ ତା’ର କନ୍ୟା ଲଳିତାକୁ ଭେଟିଲେ ।ବସୁ ଶବର ଘରେ ନିଲେ । କିଛି ସମୟ ପରେ ସେ ଆସିବାରୁ ପିତା ଓ କନ୍ୟା ଉଭୟେ ଅତିି ବ୍ରାହ୍ମଣଙ୍କୁ ଯାବିଧି ସତ୍କାର କଲେ । ବିଦ୍ୟାପତି ନିଜର ପ୍ରକୃତ ପରିଚୟ ଗୋପନ ରଖି ନିଜକୁ ଖାଦ୍ୟପାଇଁ ବୁଲୁିବା ଜଣେ ବ୍ରାହ୍ମଣ ବୋଲି କହିଲେ ।ଶବର ତାଙ୍କୁ ନିଜ ଘରେ ଆଶ୍ରୟ ଦେଲେ । କିଛି ଦିନ ପରେ ବସୁ ଶବର ବିଦ୍ୟାପତିଙ୍କୁ ନିଜ ଝିଅକୁୁ ବିବାହ ଦେବାପାଇଁ ପ୍ରସ୍ତାବ ଦେଲା । ବିଦ୍ୟାପତି ଜାତିଗତ କାରଣ ଦର୍ଶାଇ ଅମଙ୍ଗ ହେବାରୁ ବସୁ ଶବର ତାଙ୍କର ମୁଣ୍ଡକାଟ କରିଦେବ ବୋଲି କହିଲା । ସେ କହିଲା ଯେ, ତା’ର ପିତା ଏକା ବାଣରେ କୃଷ୍ଣଙ୍କୁ ହତ୍ୟା କରିଥିଲା । ବସୁ ଶବର ସେହି ଜାରା ଶବରର ପୁତ୍ର ା ବିଦ୍ୟାପତି ଅଗତ୍ୟା ଶବରର କନ୍ୟା ଲଳିତାକୁ ବିବାହ କରି ସେଠାରେ ରହିଲେ । ବିଦ୍ୟାପତି ଲକ୍ଷ୍ୟ କଲେ ଯେ, ପ୍ରତି ରାତ୍ରରେ ବସୁ ଶବର କୁଆଡେ଼ ଯାଇ ପରବର୍ତ୍ତୀ ମଧ୍ୟାହ୍ନ କାଳରେ ଘରକୁ ଫେରୁଛି । ଏକା ଲଳିତାକୁ ପଚାରିବାରୁ ସେ କହିଲା ଯେ, “”ଯେଉଁଠାରେ ନୀଳମାଧବଙ୍କ ରୂପ ାଇ, ସେଠାରେ ମୋହର ପିତା ପୂଜା କରେ ଯାଇ । ବିଦ୍ୟାପତି ଉକ୍ତ ଦିଅଁ ଦର୍ଶନପାଇଁ ଆଗ୍ରହ ପ୍ରକାଶ କରି ସ୍ତ୍ରୀ’କୁ କହିଲା । ଲଳିତା ନିଜର ପିତାଙ୍କୁ ଏିପାଇଁ ଅନୁରୋଧ କଲା । ବସୁ ଶବର ଜ୍ୱାଇଁଙ୍କ ମୁହଁରେ ଅନ୍ଧପୁଟୁଳି ବାନ୍ଧି ସାିରେ ନେଇଗଲା ଯେପରିକି ଜ୍ୱାଇଁ ବାଟ ଦେଖି ପାରିବେ ନାହିଁ । ବିଦ୍ୟାପତି ଅନ୍ଧପୁଟୁଳି ବାନ୍ଧି ଗଲାବେଳେ ପତ୍ନୀ ଲଳିତା ଦେଇିବା ମାଘୀ ତିଳ ସୋରିଷ ବାଟର ଦୁଇପାଖେ ବୁଣି ବୁଣି ଯାଇିଲେ ।ନୀଳକନ୍ଦରରେ ପହଞ୍ଚିଲା ପରେ ବସୁ ଶବର ଜାମାତାଙ୍କ ଚକ୍ଷୁରୁ ଅନ୍ଧପୁଟୁଳି ଖୋଲି “ଏହି ଦେଖ ଦିଅଁ’ ବୋଲି କହିଲା ।
“”ବଟତଳେ ଶୋଇଛନ୍ତିି ପ୍ରଭୁ ଜଗନ୍ନାଥ ।
ଦେଖିକରି ବ୍ରାହ୍ମଣ ଯେ ଆନନ୍ଦ ହୋଇଲା ।
ନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲା ।
ପ୍ରଭୁଙ୍କୁ ଭୋଗ କରିବାକୁ କନ୍ଦମୂଳ ଆଣିବାକୁ ବସୁ ଯିବା ପରେ ବିଦ୍ୟାପତି ପ୍ରଭୁଙ୍କୁ ବହୁତ ସ୍ତୁତି କଲେ ା ସେ ଦେଖିଲେ ଯେ ବଟବୃକ୍ଷରେ ଢୁଳଉିବା ଏକ କାକ ତଳେ ଥିବା କୁଣ୍ଡରେ ପଡ଼ିଗଲା ଓ ତତ୍‍କ୍ଷଣାତ୍‍ ଚତୁର୍ଭୁଜ ହୋଇ ସ୍ୱର୍ଗକୁ ଗଲା ା ସେ ଦିନ ଶବର ଆଣିିବା କନ୍ଦମୂଳ ଭୋଗ ପ୍ରଭୁ ନୀଳମାଧବ ଗ୍ରହଣ କଲେ ନାହିଁ ା ଶୂନ୍ୟବାଣୀ ହେଲା, “”ଏଣିକି ନୀଳମାଧବ ରୂପ ଛାଡ଼ି ପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବେ ଓ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କଦ୍ୱାରା ନିର୍ମିତ ମନ୍ଦିରରେ ପୂଜାପାଇବେ ା ଏହା ଶୁଣି ଶବର ସ୍ତବ୍ଧ ହୋଇ ଜାମାତାକୁ ଅନ୍ଧପୁଟୁଳି ବାନ୍ଧି ବାହୁଡ଼ି ଅଇଲା ।ଅଳ୍ପଦିନ ପରେ ବିଦ୍ୟାପତି ବ୍ରାହ୍ମଣ ନିଜ ଘରକୁ ଯିବେ କହି ବିଦାୟ ନେଇ ମାଳବ ଫେରିଗଲେ ଓ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଭେଟି ସକଳ ବୃତ୍ତାନ୍ତ ଜଣାଇଲେ । ଇନ୍ଦ୍ରଦ୍ୟୁମ୍ନ ସଦଳବଳେ ପଟୁଆର କରି ନୀଳ କନ୍ଦରରେ ପହଞ୍ଚିଲେ ା ବିଦ୍ୟାପତି ବାଟରେ ବୁଣିବଣ ୁ ି ଯାଇିବା ମାଘୀ ତିଳରୁ ଉଦ୍‍ଗତ ଅଙ୍କୁର ଫଳରେ ନୀଳମାଧବଙ୍କ ନିକଟରେ ପହଞ୍ଚିବାରେ ଅସୁବିଧା ହେଲା ନାହିଁ ା ରାଜାଙ୍କ ମନରେ ଗର୍ବ ଜାତ ହେଲା ଯେ, ତାଙ୍କଠାରୁ ପୃିବୀରେ ଆଉ କେହି ବଡ଼ ରାଜା ନାହାନ୍ତି ା କିନ୍ତୁ ରାଜା ପହଞ୍ଚିବା ବେଳକୁ ନୀଳମାଧବ ଅନ୍ତର୍ହିତ ହୋଇଗଲେ ା ରାଜାଙ୍କ ଅହଂକାରଯୋଗୁଁ ନୀଳମାଧବ ଅନ୍ତର୍ଦ୍ଧାନ ହୋଇଗଲେ ଜାଣିବା ପରେ ରାଜା ପ୍ରଭଙ୍କୁ ପ୍ରାର୍ଥନା କରି କ୍ଷମାଭିକ୍ଷା କଲେ । ଦିଅଁଙ୍କୁ ଶବର ଚୋରାଇ ନେଇ ଅନ୍ୟତ୍ର ରଖିଛି ଭାବି ରାଜା ପ୍ରମେ ସନ୍ଦେହ କରି ଥିଲେ । କିନ୍ତୁ ଶୂନ୍ୟବାଣୀ ପ୍ରକାରେ ରାଜା ଶଙ୍ଖନାଭି ମଣ୍ଡଳରେ ନୀଳପର୍ବତ ଉପରେ ଗୋଟିଏ ମନ୍ଦିର ତୋଳାଇଲେ । ମନ୍ଦିର ନିର୍ମାଣ ପରେ ପ୍ରତିଷ୍ଠାପାଇଁ ବ୍ରହ୍ମାଙ୍କୁ ପୁରୋଧା ଭାବରେ ନିମନ୍ତ୍ରଣ କରିବାକୁ ବ୍ରହ୍ମଲୋକକୁ ଯାତ୍ରା କଲେ । ବ୍ରହ୍ମା ତର୍ପଣ କରିବାକୁ ଯାଉିବାରୁ ରାଜାଙ୍କୁ ଦଣ୍ଡେ ରହ ବୋଲି ସଂକେତ ଦେଲେ । ଇନ୍ଦ୍ରଦ୍ୟୁମ୍ନ ନିକଟରେ ଅପେକ୍ଷା କରି ରହିଲେ । ଦଣ୍ଡକ ପରେ ବ୍ରହ୍ମାଙ୍କ ତର୍ପଣ ସରିବାବେଳକୁ ମର୍ତ୍ତ୍ୟରେ ନଅଟି ଯୁଗ ବିତି ଯାଇିଲା । ଇତିମଧ୍ୟରେ ବାଲୁକା ଝଡ଼ରେ ନୀଳକନ୍ଦରସ୍ଥ ମନ୍ଦିର ମଧ୍ୟ ବାଲିରେ ପୋତି ହୋଇଯାଇିଲା। ସୁରଦେବଙ୍କ ନାତି ଗାଲମାଧବ ଇତି ମଧ୍ୟରେ ରାଜା ହୋଇିଲେ । ଦିନେ ସେ ମୃଗୟାରୁ ଫେରୁିବାବେଳେ ଉଚ୍ଚ ବାଲି ଚଟାଣ ଉପରେ ଘୋଡ଼ାର ଟାପୁ ପୋତି ହୋଇପଡ଼ିିବା ମନ୍ଦିରର ନୀଳଚକ୍ରରେ ବାଜିଲା । ରାଜା ବାଲି ଖୋଳାଇବାରୁ ନୀଳଚକ୍ର ଓ ପରେ ପୂରା ଦେଉଳ ବାହାରିଲ । । ରାଜା ଗାଲମାଧବ କହିଲେ, “”ଏ ଦେଉଳ ମୋର ବାପ ନିର୍ମାଣ କରିଛନ୍ତି ମୁଁ ଏିରେ ଦିଅଁ ସ୍ଥାପନ କରାଇ ପୂଜା କରିିବି । ଇନ୍ଦ୍ରଦ୍ୟୁମ୍ନ ଙ୍କ ସହିତ ବ୍ରହ୍ମା ନୀଳ କନ୍ଦରରେ ପହଞ୍ଚିଲେ । ଦେଉଳ ପ୍ରକୃତରେ କାହାର, ଏ ନେଇ ଇନ୍ଦ୍ରଦ୍ୟୁମ୍ନ ଓ ଗାଲମାଧବଙ୍କ ମଧ୍ୟରେ ବିବାଦ ଉପୁଜିଲା । ବ୍ରହ୍ମା ସାକ୍ଷ୍ୟ ପ୍ରମାଣ ନେଲେ । ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ରହିିବା ଅତି ବୃଦ୍ଧ କୂର୍ମମାନେ, ଇନ୍ଦ୍ରଦ୍ୟୁମ୍ନ ହିଁ ନିର୍ମାଣକର୍ତ୍ତା ବୋଲି ସାକ୍ଷୀ ଦେଲେ । ଗାଲମାଧବ ଲଜ୍ଜିତ ହୋଇ ନୀରବ ରହିଲେ । ଇନ୍ଦ୍ରଦ୍ୟୁମ୍ନ ଦେଉଳ ପ୍ରତିଷ୍ଠା କରିବ ।କୁ ବ୍ରହ୍ମାଙ୍କୁ ନିବେଦନ କଲେ । ବ୍ରହ୍ମା କହିଲେ, ହେ ରାଜନ୍‍ ! ଏ ଦେଉଳରେ ସ୍ୱୟଂ ଜଗନ୍ନା ମୂର୍ତ୍ତିିମନ୍ତ ହୋଇ ବସିବେ । ଏ ଦେଉଳ “”ପ୍ରତିଷ୍ଠାକୁ ମୋର କ୍ଷମ ନାହିଁ । ଚକ୍ରର ଉପରେ ମୁହିଁ ବାନ୍ଧିଗଲେ ନେତ, ଦୂରୁ ଦେଖି ଲୋକମାନେ ହୋଇବେ ମୁକତ । ନୀଳମାଧବ ରାଜାଙ୍କୁ ସ୍ୱପ୍େନ ର କହିଲେ ଯେ, ସେ ବାଙ୍କି ମୁହାଣରେ ଦାରୁ ରୂପରେ ଲାଖିଛନ୍ତି,ତାଙ୍କୁ ଆଣି ମୂର୍ତ୍ତିି ନିର୍ମାଣ କରନ୍ତୁ । ଏହି ଦାରୁଥିଲା ଅଚଳ ମହାମେରୁ । ପଞ୍ଚ ସହସ୍ର ହାତୀ, ତେର ଲକ୍ଷ ପଦାତିକ, ବିଶା ଶହେ ଜଣ ମାଲ ଦାରୁ ଟାଣିବାରେ ସକ୍ଷମ ହେଲେ ନାହିଁ । ଜଗନ୍ନାଙ୍କ ସ୍ୱପ୍ନାଦେଶ ଅନୁସାରେ ବସୁ ଶବର ଓ ବିଦ୍ୟାପତି ବ୍ରାହ୍ମଣ ଦାରୁକୁ ଟେକି ନେଇ ସୁବର୍ଣ୍ଣ ଶଗଡ଼ ଉପରେ ସ୍ଥାପନ କରି ଆଡ଼ପ ମଣ୍ଡପ ନିକଟକୁ ସହଜରେ ଟାଣିନେଲେ । ବ୍ରହ୍ମା ଆଡ଼ପ ମଣ୍ଡପରେ ଉପସ୍ଥିତ ରହି ଯାଗ କରାଇଲେ । ଯାଗବେଦୀକୁ ମାଡ଼ି ନୃସିଂହ ଠାକୁର ରହିଲେ । ଏହି ଆଡ଼ପ ମଣ୍ଡପରେ ଦିଅଁ ଗଢ଼ିବାପାଇଁ ରାଣୀ ଗୁଣ୍ଡିଚା ଦେବୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ପରାମର୍ଶ ଦେବାରୁ ରାଜା କହିଲେ ଯେ ବଡ଼ଦେଉଳରେ ମୂର୍ତ୍ତିି ଗଠିତ ହେବ । ଜଗନ୍ନା ମହାପ୍ରଭୁ ଏହି ଆଡ଼ପ ମଣ୍ଡପରେ କିଛି ଦିନ ଅବସ୍ଥାନ କରୁିବେ । ରାଜା ପଟୁଆର ସହ ଦାରୁ ନେଇ ବଡ଼ଦେଉଳରେ ଗରୁଡ଼ ସ୍ତମ୍ଭଠାରେ ବିଜେ କରାଇଲେ । ଦାରୁରୁ ଜଗନ୍ନାଥ ବିଗ୍ରହ ନିର୍ମାଣପାଇଁ ରାଜା ଦୁଇ ଲକ୍ଷ ବଢେ଼ଇ ନିଯୁକ୍ତ କଲେ । ବଢେ଼ଇମାନେ ଯେତେ ଚେଷ୍ଟା କଲେ ବି ମୂର୍ତ୍ତିି ନିର୍ମାଣ କରିପାରିଲେ ନାହିଁ । ଦାରୁ ଉପରେ ସେମାନଙ୍କର ନିହାଣମାନ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ପଛକେ ଦାରୁ ସାମାନ୍ୟ ମାତ୍ର କଟିଲା ନାହିଁ । ରାଜା ବଢ଼େଇମାନଙ୍କ ଅପାରଗତାପାଇଁ କୃଦ୍ଧ ହୋଇ ଆଦେଶ ଦେଲେ ଯେ ଆଜି ଭିତରେ ମୂର୍ତ୍ତି ଗଢି ନପାରିଲେ କାଲି ସବୁ ବଢ଼େଇଙ୍କ ମୁଣ୍ଡକାଟ ହେବ । ବଢ଼େଇମାନେ ‘ଆରତେ ଡାକିଲେ ପ୍ରଭୁ ରଖ ଜଗନ୍ନାଥ, ତୁହି ନ ରଖିଲେ ପ୍ରଭୁ ଆଉ ରକ୍ଷା ନାହିଁ । ତୋତେ କେ ଗଢ଼ିବ ପ୍ରଭୁ ତ୍ରୈଲୋକ୍ୟ ଗୋସାଇଁ । ଏତେ ବୋଲି ବଢ଼ାଇ ଯେ ଡାକିଲେ ଆରତେ । ତକ୍ଷଣେ ବଢ଼ାଇ ରୂପ ଧରି ଜଗନ୍ନାଥେ ” ସେଠାରେ ଉଭାହେଲେ । ଶ୍ମଥ ଚର୍ମ, ଗଳିତ ଦନ୍ତ, ଅତି ଦୂର୍ବଳ ବୃଦ୍ଧ ବଢ଼େଇ ରୂପରେ ପହଞ୍ଚି ମୂର୍ତ୍ତି ଗଢ଼ିବାକୁ ଇଚ୍ଛା ବ୍ୟକ୍ତ କଲେ । ପ୍ରଥମେ ଅବିଶ୍ବାସ କରି ପରେ ରାଜା ବାଧ୍ୟ ହୋଇ ବୃଦ୍ଧ ବଢ଼େଇ ଉପରେ ମୂର୍ତ୍ତି ନିର୍ମାଣ ଦାୟିତ୍ଵ ଦେଲେ । ଗରୁଡ଼ ଖମ୍ବ ପାଖରୁ ସାଉଁଟିଲା ପରି ଦାରୁକୁ ଉଠାଇ ବୃଦ୍ଧ ବଢ଼େଇ ମନ୍ଦିର ଭିତରକୁ ନେଇଗଲେ । ସେ ଏକୋଇଶ ଦିନ ମଧ୍ୟରେ ମୂର୍ତ୍ତି ଗଢ଼ି ଦେବାକୁ କହି, ଏହି ସମୟସୀମା ପୂର୍ବରୁ ମନ୍ଦିର ଦ୍ଵାର ଖୋଲିଦେଲେ ଅଘଟଣ ଘଟିବ ବୋଲି ସତର୍କ କରିଦେଲେ । ରୁଦ୍ଧ ମନ୍ଦିର ଭିତରେ ବୃଦ୍ଧ ବଢ଼େଇ ରହିଲେ । ଚଉଦ ଦିନ ବିତିଗଲା ପରେ ରାଣୀ ଅଧୀରା ହୋଇ ରାଜାଙ୍କୁ କହିଲେ, ମନ୍ଦିର ଭିତରେ ଅତି ବୁଢ଼ା ବଢ଼େଇ ନଖାଇ ନପିଇ ମୂର୍ତ୍ତି ନିର୍ମାଣ କରିବାକୁ ଯାଇଛି, ବଞ୍ଚିଛି କି ନାହିଁ ଦେଖ । ମନ୍ତ୍ରୀଙ୍କ ବାରଣ ସତ୍ତ୍ଵେ ରାଜା ଦ୍ଵାର ଖୋଲିଦେଲେ । ଭିତରେ ଚତୁର୍ବାମୂର୍ତ୍ତିଙ୍କୁ ଦେଖି ରାଜା ପ୍ରଥମେ ଭକ୍ତିରେ ବିହ୍ବଳ ହୋଇ ‘ବିସ୍ତରିଲି, ନିସ୍ତରିଲି’ କହିଲେ । ପାଖକୁ ଯାଇ ଦେଖିଲେ ଯେ ମୂର୍ତ୍ତିମାନ ଅସଂପୂର୍ଣ୍ଣ ଓ ବୃଦ୍ଧ ବଢ଼େଇ ଅନ୍ତର୍ବାନ। ଏଭଳି ଅସମ୍ପୂର୍ଣ୍ଣ ମୂର୍ତ୍ତି ଗଠନପାଇଁ ନିଜକୁ ଦାୟୀ କରି ରାଜା ମନଦୁଃଖରେ କୃଟା ଶଯ୍ୟରେ ଶୋଇଲେ ଏବଂ ମରିବାପାଇଁ ଚିନ୍ତା କଲେ । ସେଦିନ ରାତିରେ ପ୍ରଭୁ ଜଗନ୍ନାଥ ସ୍ୱପ୍ନରେ ତାଙ୍କୁ ପ୍ରବୋଧନା ଦେଲେ

“ଠାକୁରେ ବୋଇଲେ ରାଜା ହୋଇଲୁ କି ବାଇ ।
କଳିଯୁଗେ ବସିବୁ ବଉଧ ରୂପ ହୋଇ ଜ୍ଝଜ୍ଝ

ତୋହ କାର‌୍ୟ୍ୟ ଥିଲେ ରାଜା ଯୋଗାଇବୁ ଏତେ ।
ଦୟଣାରେ ହାତଗୋଡ଼ ଭିଆଇଣ ମୋତେ ଓ”

ପ୍ରଭୁ ଜଗନ୍ନାଥ ପୁଣି କହିଲେ,
ଶବରର ଘରେ ଯେଉଁ ପୁତ୍ର ହେବେ ଜାତ ।
ଦଇତ ସେବକ ହେବେ ବୋଲେ ଜଗନ୍ନାଥ ।
ଯେଉଁ ବ୍ରାହ୍ମଣ ତୋହର ଦୂତ ପଣେ ଗଲା ।
ନୀଳ ଯେ ମାଧବ ରୂପ ଭେଟ ସେ ପାଇଲା ।
ସେ ବ୍ରାହ୍ମଣ ଘରେ ଯେଉଁ ପୁତ୍ର ହେବ ଜାତ ।
ପ୍ରକୃତ ସେବକ ସେ ବୋଇଲେ ଜଗନ୍ନାଥ ।
ବିଦ୍ୟାପତି ବ୍ରାହ୍ମଣ ଯେ ଦୂତ ପଣେ ଗଲା ।
ଶବର ଝିଅଙ୍କୁ ସେ ଯେ ପ୍ରଦାନ ହୋଇଲା ।।
ଶବରୁଣୀଠାରୁ ଯେଉଁ ପୁତ୍ର ହେବ ଜାତ ।
ଶୁଦ୍ଧ ଶୁଆର ସେ ହେବ ବୋଲେ ଜଗନ୍ନାଥ ।।

ପରିଶେଷରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବରମାଗିବାପାଇଁ ଭଗବାନ କହିବାରୁ ଇନ୍ଦ୍ରଦ୍ୟୁମ୍ନ ପ୍ରାର୍ଥନା କଲେ-

ତୁମେ ଯେବେ ବରଦେବ ମାଗୁଅଛି ମୁହିଁ ।
ମୋହର ବଂଶରେ କେହି ନଥିବେ ଗୋସାଇଁ ।।

ଏପରି ବିଚିତ୍ର ବର ମାଗିବାର କାରଣ ଭଗବାନ ପଚାରିବାରୁ ଇନ୍ଦ୍ରଦ୍ୟୁମ୍ନ କହିଲେ-

ପୁତ୍ର ନାତି ବୋଲିବେ ଯେ ଦେଉଳ ଆମ୍ଭରି ।
ଆମ୍ଭର ବୋଇଲେ ଧର୍ମ ଯିବ ଯେ ମୋହରି ।।

(ଏହି ‘ଦେଉଳ ତୋଳା’ରେ “କଳିଯୁଗ କଥା ଏହି ଶ୍ରୀସ୍କନ୍ଦ ପୁରାଣ” କୁହାଯାଇଥିଲେ ହେଁ ଏଥିରେ ସ୍କନ୍ଦପୁରାଣରୁ କେତେକ ବିଚ୍ୟୁତି ପରିଲକ୍ଷିତ ହୁଏ । ସ୍କନ୍ଦ ପୁରାଣରେ ‘ଲଳିତା’ ଚରିତ୍ର ନାହିଁ । ସ୍କନ୍ଦପୁରାଣର ବିଶ୍ୱାବସୁ ଶବର ‘ଦେଉଳ ତୋଳା’ରେ ବସୁ ଶବର ହୋଇଛି । ଏହି ଉଭୟ ରଚନାରେ ବ୍ରାହ୍ମଣ-ଦୂତଙ୍କ ନାମ ବିଦ୍ୟାପତି ଥିବାବେଳେ ସାରଳା ଦାସଙ୍କ ମହାଭାରତରେ ଯଦୁ ବିପ୍ର / ବାସୁଦେବ ଉଲ୍ଲେଖ ଅଛି । ‘ଦେଉଳ ତୋଳା’ର ବସୁ ଶବର କନ୍ୟାର ନାମ ଲଳିତା; ସାରଳା ମହାଭାରତରେ ଜାରା ଶବରର ପତ୍ନୀର ନାମ ଲଳିତା । ଏହିପରି ଏହି ପୁସ୍ତକମାନଙ୍କରେ ପ୍ରଦତ୍ତ ବିଷୟବସ୍ତୁରେ ଅନେକ ଅମେଳ ଦେଖାଯାଏ । ଶିଶୁ କୃଷ୍ଣ ଦାସଙ୍କ ‘ଦେଉଳ ତୋଳା’ର ଏକାଧିକ ସଂସ୍କରଣ ପ୍ରକାଶ ପାଇଛି । ଏହି ସଂସ୍କରଣଗୁଡ଼ିକର ପାଠ ସର୍ବଦା ସମାନ ନୁହେଁ । ତା’ ସତ୍ତ୍ୱେ ସେଗୁଡ଼ିକର ମୂଳ ବକ୍ତବ୍ୟ ଏକ ବୋଲି ଗବେଷକ କହନ୍ତି ।)

ଡାକ୍ତର ଲୀନାଶ୍ରୀ ଗୋୖଡ
ହୋମିଓପାଥିକ ଚିକିତ୍ସା ଅଧିକାରୀ
ଓଡ଼ିଶା ସରକାର
ଦୂରଭାଷ:-୮୭୬୩୧୨୩୬୬୫


Leave a Reply

Your email address will not be published. Required fields are marked *