ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ ମାଧ୍ୟମରେ କିର୍ଗିଜ୍ ରିପବ୍ଲିକ୍ ବୁଲିଲେ ସୋଆ ଏନ୍‌ସିସି କ୍ୟାଡେଟ

ଭୁବନେଶ୍ୱର ,ପ୍ରବାହ ନ୍ୟୁଜ୍‌ : ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ (ୱାଇପି) ମାଧ୍ୟମରେ ଏନ୍‌ସିସି ପ୍ରତିନିଧି ଦଳରେ ସାମିଲ ହୋଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ର ଅଭିନାଶ ନନ୍ଦ କିର୍ଗିଜ୍ ରିପବ୍ଲିକ୍ ବୁଲିବା ସହ ଅନେକ ଅନୁଭୂତି ସାଉଁଟି ଭାରତ ଫେରିଛନ୍ତି।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର କମ୍ପ୍ୟୁଟର ସାଇନ୍‌ସ ବିଭାଗର ଛାତ୍ର ଅଭିନାଶ ଭାରତ କିର୍ଗିଜ୍ ସମ୍ପର୍କ ଓ ଶୈକ୍ଷିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ସପ୍ତାହବ୍ୟାପୀ ସେଠାରେ ବୁଲିବା ପରେ ସେପ୍ଟେମ୍ବର ୩୦ ତାରିଖରେ ଭାରତ ଫେରିଛନ୍ତି।
ଭାରତୀୟ ଏନ୍‌ସିସି ପ୍ରତିନିଧି ଦଳର ୫ ଜଣିଆ ସଦସ୍ୟଙ୍କ ସହ ଅଭିନାଶ ସାମିଲ ହୋଇଥିବା ବେଳେ ସେପ୍ଟେମ୍ବର ୨୪ ତାରିଖରେ ବିସ୍କେକ୍ ପହଂଚିଥିଲେ।
ସେଠାରୁ ଫେରିବା ପରେ ଅଭିନାଶ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟି ନିଜ ଅନୁଭୂତି ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଏହି ପ୍ରତିନିଧି ଦଳ ସଂପୃକ୍ତ ଦେଶର ପ୍ରତିନିଧିଙ୍କ ସହ ଶିକ୍ଷା, ପ୍ରତିରକ୍ଷା ଓ ପର୍ଯ୍ୟଟନ ସମ୍ପର୍କରେ ଆଲୋଚନା କରିଥିଲେ।
ସେମାନେ ବିସ୍କେକ୍‌ରେ ଅବସ୍ଥିତ ମିଲିଟାରୀ ଇନ୍‌ଷ୍ଟିଚ୍ୟୁଟ୍‌ର ପାସିଂ ଆଉଟ୍ ପରେଡ୍‌ରେ ଭାଗ ନେବା ସହ ଭାରତୀୟ ଦୂତାବାସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ।

Leave a Reply

Your email address will not be published. Required fields are marked *