ସାମ୍ପ୍ରତିକ ଭାରତରେ ପସମନ୍ଦା ପ୍ରସଙ୍ଗର ମହତ୍ୱ

ଏହା ବହୁଳ ଭାବରେ ଜଣା ଯେ ଅତୀତରେ ପାରମ୍ପରିକ ଭାରତୀୟ ସମାଜ ବର୍ଣ ଏବଂ ଜାତି ଆଧାରିତ ଥିଲା । ଇତି ମଧ୍ୟରେ ଅନେକ ପରିବର୍ତ୍ତନ ସତ୍ତ୍ୱେ ଜାତିଗତ ଚିନ୍ତାଧାରା ବିଭିନ୍ନ ରାଜନୈତିକ, ଧାର୍ମିକ ଏବଂ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ପ୍ରଚଳିତ ଅଛି । ଭାରତୀୟ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଅନେକ ବିବିଧତା ରହିଛି । ଉଦାହରଣ ସରୂପ ତାଙ୍କ ମଧ୍ୟରେ ଥିବା ପସମନ୍ଦା ସମୁଦାୟ, ଯେଉଁମାନେ ବିଭିନ୍ନ ଅର୍ଥନୈତିକ ଏବଂ ସାମାଜିକ ଆହ୍ୱାନର ସମ୍ମୁଖୀନ ହୋଇଆସୁଛନ୍ତି । ତେଣୁ ପ୍ରକୃତ ସାମାଜିକ ଧାର୍ମିକ ସମାନତା ହାସଲ ପାଇଁ ବର୍ତ୍ତମାନର ଭାରତରେ ପସମନ୍ଦା ପ୍ରସଙ୍ଗକୁ ବୁଝିବା ଏକାନ୍ତ ଆବଶ୍ୟକ ।
ଭାରତରେ ମୁସଲମାନ ମାନେ ପ୍ରାୟ ଏକ ହଜାର ବର୍ଷ ପୂର୍ବରୁ ଏହି ଉପମହାଦେଶର ଏକ ଅଭୀନ୍ନ ଅଙ୍ଗ ହୋଇରହିଛନ୍ତି । ଏହି ପରିପ୍ରେକ୍ଷୀରେ ପସମନ୍ଦ ଅର୍ଥକଣ ତାହା ଜାଣିନିଆଯିବା ଉଚିତ୍ । ପସମନ୍ଦ ହେଉଛି ଏକ ପାରସୀ ଶବ୍ଦ ଯାହାର ଅର୍ଥ “ଯେଉଁମାନେ ପଛରେ ରହିଯାଇଛନ୍ତି” ବା ଦଳିତ କିମ୍ବା ପଛୁଆ ବୋଲି ବୁଝାଏ । ପସମନ୍ଦ ମୁସଲିମ ମୁଖ୍ୟତଃ ନିମ୍ନ ସାମାଜିକ ଏବଂ ଆର୍ôଥକ ସ୍ତରର ମୁସଲିମ ସମୁଦାୟ । ଏହି ସମୁଦାୟ ଏହିପରି ବ୍ୟକ୍ତି ସମୁହଙ୍କୁ ନେଇ ଗଠିତ ଯେଉଁମାନେ ନିଷ୍ପେଷିତ ତଥା ବିଭିନ୍ନ ଆର୍ôଥକ ସାମାଜିକ ଓ ଶିକ୍ଷାଗତ ଉନ୍ନତିରୁ ବଂଚିତ । ସଚ୍ଚର କମିଟି (୨୦୦୬) ଓ ରଙ୍ଗନାଥ ମିଶ୍ର କମିଶନ (୨୦୦୭) ରିପୋଟରେ ପସମନ୍ଦ ମୁସଲମାନ ମାନେ ସମ୍ମୁଖୀନ ହେଉଥିବା ସାମାଜିକ ଏବଂ ଆର୍ଥୀକ ବୈଶମତାକୁ ଉଲ୍ଲେଖ କରାଯାଇଛି । ଏହି ରିପୋଟ ଗୁଡିକରୁ ଜଣାପଡେ ଯେ ଉଚ୍ଚବର୍ଗର ମୁସଲମାନ (ଅଶରଫ) ଏବଂ ହିନ୍ଦୁ ମାନଙ୍କର ଦଳିତ ତଥା ଓବିସି ବର୍ଗତୁଳନାରେ ଶିକ୍ଷା, ନିଯୁକ୍ତି ଏବଂ ମୌଳିକ ସୁବିଧା ପାଇବାରେ ପସମନ୍ଦା ସମୁଦାୟ ପଛରେ ଅଛନ୍ତି । ଏହି ଅନୁସନ୍ଧାନ ସତ୍ତ୍ୱେ ପସମନ୍ଦା ମୁସଲମାନ ମାନଙ୍କର ଆବଶ୍ୟକତାକୁ ପୂରଣ କରିବାପାଇଁ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇ ନାହିଁ ।
ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ଅତୀତରୁ ପସମନ୍ଦା ସମୁଦାୟ ରାଜନୈତିକ ପ୍ରତିନିଧୀତ୍ୱରୁ ବଂଚିତ ରହିଛନ୍ତି । ଏକ ଦୃଢ ନେତୃତ୍ୱର ଅଭାବ ଯୋଗୁଁ ନିଜ ମୌଳିକ ଆବଶ୍ୟକତାରୁ ମଧ୍ୟ ପସମନ୍ଦ ସମୁଦାୟ ବହୁତ ଦୂରରେ ।ପସମନ୍ଦା ପ୍ରସଙ୍ଗଟି ବୃହତ୍ତର ମୁସଲମାନ ପରିଚୟ ମଧ୍ୟରେ ମିଳେଇ ଯାଇ ନିଜର ସତନ୍ତ୍ର ଆଶା ଓ ଭିନ୍ନତା ହରାଇ ବସିଛି । ଭାରତରେ ପ୍ରକୃତ ସମୁଦାୟର ଏକ ବଡଭାଗ
ସାମାଜିକ ନ୍ୟାୟ ହାସଲ ପାଇଁ ପ୍ରସମନ୍ଦ ସମୁଦାୟର ବିକାଶ ଏକାନ୍ତ ଜରୁରୀ । ମୁସଲମାନ ଦାରିଦ୍ର‌୍ୟ ଏବଂ ଅବହେଳାର ଶିକାର ହୋଇ ଦେଶର ଉନ୍ନତିଠାରୁ ଦୂରରେ ରହିଛନ୍ତି । କଟ୍ଟରବାଦ ବୃଦ୍ଧିପାଇଁ ସାମାଜିକ-ଅର୍ଥନୈତିକ ବୈଶମତା ମଧ୍ୟ ଏକ କାରଣ ବୋଲି ଅନେକ ଅଧ୍ୟୟନରୁ ଜଣାପଡିଛି । ପସମନ୍ଦା ମାନଙ୍କ ସଶକ୍ତିକରଣ ହେଲେ ତାହା କଟ୍ଟରପନ୍ଥୀ ବିଚାରଧାରାକୁ ପ୍ରତିହତ କରିବାରେ ସହାୟକ ହେବ । ଏକ ସମାବେଶୀ ମୁସଲମାନ ସମୁଦାୟ ଭାରତର ଧର୍ମ ନିରପେକ୍ଷତାକୁ ସଶକ୍ତ କରିବ । କାରଣ ଯେତେବେଳେ ନିଜର ସାମାଜିକ ପରିଚୟକୁ ଆଧାର କରି ଏକ ବଡ଼ଭାଗ ଅବହେଳିତ ଅନୁଭବ କରେ ସେତେବେଳେ ଭାରତର ସମାବେଶୀ ଧର୍ମନିରପେକ୍ଷତା ଦୁର୍ବଳ ହୋଇଥାଏ
ପସମନ୍ଦା ପ୍ରସଙ୍ଗ କେବଳ ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ ଉନ୍ନତ କରିବା ବିଷୟ ନୁହେଁ । ବରଂ ଏହା ଭାରତର ବିବିଧ ସମାଜର ପ୍ରକୃତ ସାମର୍ଥ୍ୟକୁ ହୃଦୟଙ୍ଗମ କରିବାର ପ୍ରସଙ୍ଗ । କାରଣ ସମସ୍ତ ଅବହେଳିତ ବର୍ଗକୁ ସଶକ୍ତ କରି ଭାରତ ଅଧୀକ ନ୍ୟାୟୋଚିତ ଓ ସମାବେଶୀ ରାଷ୍ଟ୍ର ହୋଇପାରିବ । ଏହି ପରିପ୍ରେକ୍ଷୀରେ ପସମନ୍ଦ ମୁସଲମାନ ମାନଙ୍କ ଉତ୍ଥାନ ଦିଗରେ ଆଗକୁ ବଢିବା ପାଇଁ ସରକାର, ନାଗରିକ ଏବଂ ନିଜେ ମୁସଲମାନ ସମୁଦାୟର ସାମୁହିକ ପ୍ରୟାସ ଆବଶ୍ୟକ । ପସମନ୍ଦା ପ୍ରସଙ୍ଗର ମହତ୍ୱକୁ ଜାଣି ଏହାର ସମାଧାନ ପାଇଁ ପ୍ରଚେଷ୍ଟା କରିବା କେବଳ ଏକ ନୈତିକ ଆବଶ୍ୟକତା ନୁହେଁ ବରଂ ଏକ ଶକ୍ତିଶାଳୀ ତଥା ସମୃଦ୍ଧ ଭାରତ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଅଟେ ।


(ଅଦନାନ୍ କମାର)
ସଭାପତି, ସର୍ବଭାରତୀୟ ପସମନ୍ଦା ମୁସଲିମ୍ ମହଜ, ତେଲଙ୍ଗାନା

Leave a Reply

Your email address will not be published. Required fields are marked *