ଗଜପତି ନବୋଦୟ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଶ୍ରୀକାନ୍ତ ଦାସଙ୍କ ଦାୟିତ୍ତ୍ୱ ଗ୍ରହଣ

ପାରଳାଖେମୁଣ୍ଡି: କେନ୍ଦ୍ର ସରକାରଙ୍କ ତତ୍ତ୍ଵାବଧାନରେ ଗଜପତି ଜିଲ୍ଲା ବେତାଗୁଡା ପାରଳାଖେମୁଣ୍ଡି ଠାରେ ବହୁଦିନରୁ ଜବାହର ନବୋଦୟ ବିଦ୍ୟାଳୟ ପରିଚାଳିତ ହୋଇଆସୁଅଛି. ଏହି ବିଦ୍ୟାଳୟ ଜିଲ୍ଲାର ସର୍ବୋଶ୍ରେଷ୍ଠ ବିଦ୍ୟାଳୟକହିଲେ କିଛି ଅତ୍ୟୁକ୍ତି ହେବନାହିଁ. କିନ୍ତୁ ଦୀର୍ଘ ପାଞ୍ଚ ବର୍ଷ ହେବ ଏହା ଏକ ଅନ୍ଧାରି ରାଇଜ ମୁଲକ ରେ ପରିଣତ ହୋଇଯାଇଛି. ପରିବାରର ମୁରବି ଯଦି ନିରବ ଦ୍ରଷ୍ଟା ତେବେ ଅନ୍ୟର ଅବସ୍ଥା କଣ ନ କହିବା ଭୁଲ.ଚାରିଆଡେ ବଣ ଘାସ ବୁଦା.ମରୁଭୂମି ପରି ପରିବେଶ ସଫା ନାହିଁ.କହିଲେ କଣ ଷ୍ଟାଫ ନାହାନ୍ତି. ଯାହାଫଳରେ ଗୋଟେ ପିଲା ସର୍ପ ଆଘାତରେ ଆଜି ଆକର୍ମଣ୍ୟ ହୋଇଯାଇଛି. ଏବଂ ଜଣେ ନବମ ଶ୍ରେଣୀ ଛାତ୍ରୀର ବିଦ୍ୟାଳୟ ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ସାରା ଜିଲ୍ଲା କଣ ସାରା ରାଜ୍ୟରେ ଚହଳ ପଡିଯାଇଥିଲା. ଏସବୁର ପାପରୁ ମୁକ୍ତି ପାଇବା ପାଇଁ ଆମ ଏହି ନବୋଦୟ ବିଦ୍ୟାଳରେ ଆଜି ମହଯୋଦ୍ଧା. କର୍ମନିଷ୍ଟ. କର୍ମଯୋଗୀ. ସତ୍ୟନିଷ୍ଟ. ମଧୁର ଭାଷୀ ସତ୍ୟପରାୟଣ ଶ୍ରୀ ଶ୍ରୀକାନ୍ତ ଦାସ ଅଧକ୍ଷ ଭାବେ ଦାୟିତ୍ତ୍ୱ ଗ୍ରହଣ କରିଛନ୍ତି. ସାରା ଅଂଚଳରେ ଆଜି ଅଭିଭାବକ ମାନଙ୍କ ମନରେ ଏକ ଆନନ୍ଦର ଲହରି ଦେଖା ଦେବାର ସାଧାରଣରେ ଚର୍ଚ୍ଚା ହେଉଛି.

Leave a Reply

Your email address will not be published. Required fields are marked *