ଜମି ଜବରଦଖଲ ପାଇଁ ମାଆ ପୁଅଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ

ଖୋର୍ଦ୍ଧା : ୦୮/୦୮(ପ୍ରବାହ ନିଉଜ୍) ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦେଉଳିଟାଙ୍ଗି ଗ୍ରାମରେ ଗତକାଲି ରାତିରେ ଜମିଜମା  ବିବାଦକୁ ନେଇ ମା ଓ ପୁଅଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ ।


ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ଦେଉଳଟାଙ୍ଗି ଗ୍ରାମର ଅନ୍ତର୍ଗତ ଜଗନ୍ନାଥ ବେହେରା ଏବଂ କେଶବ ଦଲେଇ ମଧ୍ୟରେ ବିଗତ କିଛି ଦିନ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। କିନ୍ତୁ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଦେଉଳଟାଙ୍ଗିର ବିଶ୍ଵଜିତ ଦଳେଇ,କୃତିବାସ ରଣସିଂହ,ସିନିବାସ ରଣସିଂହ, ଅଭିନାଶ ରଣସିଂହ ଆଦି ଚାରି ରୁ ପାଞ୍ଚଜଣ ଯୁବକ ସେହି ଗ୍ରାମର ଜଗନ୍ନାଥ ବେହେରାଙ୍କ ଘର ଭିତରକୁ ପଶିଆସି ଭୁଜାଲି ଲୁହାଛଡ଼ ଓ ଲୁହା ପାଇପ ଆଦି ମାରଣାସ୍ତ୍ର ରେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ପୁଅକୁ ବଞ୍ଚେଇବାକୁ ଯାଇ ଦୁର୍ବୃତ୍ତଙ୍କ ଆକ୍ରମଣରେ ମା ବାସନ୍ତୀ ବେହେରା ଗୁରୁତର ଭାବେ ଆହତ ହୋଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣ ରେ ବାସନ୍ତୀ ଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଜଗନ୍ନାଥ ମୁଣ୍ଡ, ଛାତି ଓ ପିଠିରେ ଆଘାତ ଲାଗିଥିଲା ବେଳେ ତାଙ୍କ ହାତ ମଧ୍ୟ ଭାଙ୍ଗିଥିବା ଜଣାପଡିଛି । ଏ ପରିକି ଘରେ ଥିବା ଏକ ସ୍କୁଟି ସହିତ ଘରର ଅନେକ ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ କରିଦେଇଛନ୍ତି ।

ପାଟିତୁଣ୍ଡ ଶୁଣି ପାଖ ପଡୋଶୀ ଆସି ପ୍ରତିବାଦ କରିବାରେ ଦୁର୍ବୃତ୍ତ ମାନେ ଅଶ୍ଳୀଳ ଭାଷାରେ ନାନାଦି ପ୍ରକାର ଧମକ ଦେଇ ଚାଲିଯାଇଥିଲେ । ତେବେ ପଡୋଶୀମାନଙ୍କ ସହାୟତାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, କିନ୍ତୁ ଦୁହିଁଙ୍କ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଆଜି ଉଭୟଙ୍କ ଅବସ୍ଥାରେ ଉନ୍ନତି ହେବାରେ ଜଗନ୍ନାଥ ଏବଂ ତାଙ୍କ ମା ବାସନ୍ତୀ ଖୋର୍ଦ୍ଧା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଜଗନ୍ନାଥଙ୍କ ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୋଲିସ ୧୧୦/୨୧ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ଅନିତା ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *