★★ସ୍ବାଭିମାନୀ ଅଟୋଚାଳକ★★
ସ୍ଵାଭିମାନୀ, ପରିଶ୍ରମି ଓ ସଚ୍ଚୋଟ ଗରିବ ଅଟୋଚାଳକ.....
କାଲି ମୋର ଜଣେ ଏମିତି ଗରିବ ବ୍ୟକ୍ତି ବିଶେଷଙ୍କ ସହିତ ଦେଖା ହେଲା ଯିଏ କି ଏ ସମାଜ ପାଇଁ ଏକ ଉଦାହରଣ ଅଟନ୍ତି ।
ବହୁତ ଧିରସ୍ଥିର ସନମାନ୍ନ ଜନକ ବ୍ୟବହାର , ବହୁତ ଭଦ୍ର ଓ ନମ୍ର ସମ୍ପୂର୍ଣ୍ଣ ରୂପେ ଓତଃପ୍ରୋତଭାବେ ଜଡ଼ିତ ସ୍ଵାଭିମାନୀ ପରିଶ୍ରମି ଓ ସଚ୍ଚୋଟ ଅଟନ୍ତି ।
ତାଙ୍କ ବ୍ୟବହାର ରେ ସତରେ ଯେମିତି ଏସବୁ ପରିଲକ୍ଷିତ ହେଉଛି କି ସେ ଜଣେ ଦାୟିତ୍ଵ ବାନ ବ୍ୟକ୍ତି।
କାଲି ମୁଁ ଗୋଟିଏ ଅଟୋରେ ଘରକୁ ଆସିଲି ….. ମୁଁ ସେ ଅଟୋବାଲାଙ୍କୁ ପଚାରିଲି- ଭାଇ ଆପଣଙ୍କ ର ପିଲାଛୁଆ ଅଛନ୍ତି କି?? ଯଦି ତମେ ଖରାପ ନ ଭାବିବ, ତେବେ କିଛି ଛୋଟ ପିଲାମାନଙ୍କ ପୋଷାକ ଅଛି ତାଙ୍କ ପାଇଁ ମୁଁ ଦେବି ….
ତମେ ତାଙ୍କୁ ପିନ୍ଧେଇବ କି ????
ସେ ଅଟୋବାଲା ଭାଇ ଜଣକ ବହୁତ ଖୁସି ହୋଇ କହିଲେ ହଁ ମାଡାମ୍ । ମୁଁ ତାଙ୍କୁ କହିଲି ତମେ ଘର ଭିତରକୁ ଆସି ସୋଫା ଉପରେ ବସ ମୁଁ କିଛି ଡ୍ରେସ୍ ଆଣି ଭିତରୁ ଆସୁଛି । ଯେଉଁ ପର୍ଯ୍ୟନ୍ତ ମୁଁ ଲୁଗା ନେଇ ଆସିଲି ସେ ଯାଏଁ ସେ ସେମିତି ସେହି ଘର ବାହାରେ ଠିଆହୋଇ ରହିଥାନ୍ତି ।
ଏହା ଦେଖି ମୁଁ ତାଙ୍କୁ କହିଲି , ଘର ଭିତରକୁ ଆସ ଏଠି ବସି ଦେଖ ଯେଉଁ ସବୁ ଡ୍ରେସ୍ ତୁମର କାମ ରେ ଲାଗିବ ବାଛି ନେଇଯାଅ ।
ଥରି ଥରି ଆସି ସେ ସୋଫା ଉପରେ ବସିପଡିଲେ , ବୋଧ ହୁଏ ତାଙ୍କୁ ଜ୍ଵର ହେଇଥିଲା ।
ମୁଁ ତାଙ୍କୁ କହିଲି ଯଦି ଥଣ୍ଡା ଲାଗୁଛି ଗୋଟାଏ କପ୍ ଚାହା ବନେଇ ଦେବିକି ??ଚାହା କପେ ପିଲେ ତୁମକୁ ଟିକିଏ ଭଲ ଲାଗିବ ।
ଏହା ଶୁଣି ତାଙ୍କ ଆଖିରୁ ଲୁହ ବୋହିବାକୁ ଲାଗିଲା , ମୁଁ କିଛି ବୁଝି ପାରିଲିନି ତାଙ୍କୁ ପଚାରିଲି କ’ଣ ହେଲା ଭାଇ କ’ଣ ପାଇଁ ତୁମ ଆଖିରେ ଏ ଲୁହ , ସେ କହିଲେ ନାହିଁ ମାଡାମ୍ ଛୋଟ ଲୋକ ବୋଲି ମୁଁ ଅଟୋରିସ୍କା ଚଲଉଛି , ଆଜି ପର୍ଯ୍ୟନ୍ତ ଏମିତି କେହି ମିଳିନାହାନ୍ତି , ଯିଏ କି ଆମଭଳି ଛୋଟ ଲୋକଙ୍କୁ ଏତେ ଇଜ୍ଜତ ବା ମାନସମ୍ମାନ ଦେବେ ଏବଂ ଏ ଯେଉଁ ଲୁଗାପଟା ଅଛି ଆପଣ ଆମପରି ଲୋକଙ୍କ ମାନଙ୍କୁ ଦେଉଛନ୍ତି।
ଆମେ ଏହି ଲୁଗାପଟା କୁ ପ୍ରତ୍ୟେକ ଦିନ ନପିନ୍ଧି ବନ୍ଧୁବାନ୍ଧବ ବା ବାହାଘର-ଫଙ୍ଗସନ ରେ ପିନ୍ଧିକି ଯାଉ ।
ବହୁତ ଗରିବି ଅଛି ଆଜ୍ଞା…… ଦୁଇ ସପ୍ତାହ ପରେ ଘରକୁ ଯିବି, ସେତେବେଳେ ପିଲାମାନେ ଏ ଡ୍ରେସ୍ ପିନ୍ଧି ବହୁତ ଆଶ୍ରିବାଦ ଦେବେ ମାଡାମ୍ ଆପଣଙ୍କୁ ।
ଏହି କଥା ଶୁଣି ମନରେ ଭିତରେ ବୋଝପରି ମନଟା ଭାରି ଭାରି ଲାଗିଲା ।
ପୁଣି ମନରେ ଏ ଭାବନା ଆସିଲା …….!!
ନିର୍ଜୀବ ପଥର ଆଗରେ ମନ୍ଦିର ବା ମସଜିଦ ବା ଚର୍ଚ୍ଚ ବା ଗୁରୁଦ୍ୱାରାରେ ଦାନ କରିବା ଅପେକ୍ଷା ତ ଭଲ ଅଟେ କି କୈାଣସି ଏକ ଜୀବନ୍ତ ବ୍ୟକ୍ତିର ଆବଶ୍ୟକତା କୁ ପୁରଣ କରିବା ଉଚିତ୍ ।
ସେ ଅଟୋବାଲା ଭାଇଙ୍କୁ ତାଙ୍କ ର ଏପରି କଥା ଶୁଣି ମତେ ଲାଗିଲା ଯଦି କିଛି ଅଧିକା ଟଙ୍କା ଦେଲେ ହୁଏତ କିଛି ତାଙ୍କର ଜରୁରୀ କାମରେ ଲାଗିବ ଭାବି ଭଡ଼ା ଯେତିକି ତାଠାରୁ ଅଧିକ ଟଙ୍କା ମୁଁ ଦେବାରୁ ସେ କହିଲେ ମାଡାମ୍ ମୋର ସେ ଜାଗାରୁ ଏପର୍ଯ୍ୟନ୍ତ ଯେତିକି ଭଡ଼ା ମୁଁ ସେତିକି ହିଁ ନେବି ନା କି ଟଙ୍କାଟେ ଅଧିକା , ମୁଁ ମୋର ପାରିଶ୍ରମିକ ହିଁ ନେବି ।
ମୁଁ ଯଦି ଠକିକି ଆପଣଙ୍କଠାରୁ ଅଧିକ ଟଙ୍କା ନେବି ତେବେ ମୋ ବିବେକ ମତେ ଅନୁମତି ଦଉନି ।
ମୁଁ ହକ୍ ପରିଶ୍ରମ କରେ ମୁଣ୍ଡ ଝାଳ ତୁଣ୍ଡରେ ନାଇଁ ଦିପଇସା ରୋଜଗାର କରେ ମୋର ଏ ଛୋଟ ସଂସାର କୁ ଚଳାଏ । ମୁଁ ବହୁତ ସ୍ଵାଭିମାନୀ ଓ ସଚ୍ଚୋଟ ଅଟେ , ମୁଁ କାହାକୁ ଠକେନି କି , ମୁଁ ବେଇମାନ ବା ହାରାମ ପଇସାରେ ମୁଁ ଚଳେନି ।
ହକ୍ ପରିଶ୍ରମ କରେ ମୁଣ୍ଡ ଟେକି ଏ ସମାଜରେ ବଞ୍ଚେ ।
ସତରେ ଆଜିକା ଦିନରେ ଏମିତି ଏକ ସ୍ଵାଭିମାନୀ ଓ ସଚ୍ଚୋଟ ମଣିଷ ମିଳିବା ବହୁତ ବିରଳ ଅଟେ ।