ଓଡିଶା ସାମ୍ବାଦିକ ମହାସଂଘର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, ପ୍ରବାହ ନ୍ୟୁଜ୍‌ : କମାପଲ୍ଲୀ ଶିବ ମନ୍ଦିର ନିକଟ ବିକଳ୍ପ ଭବନ ପରିସରରେ ଓଡିଶା ସାମ୍ବାଦିକ ମହାସଂଘର ଗଞ୍ଜାମ ଜିଲ୍ଲା କମିଟିର କର୍ମକର୍ତ୍ତା ଚୟନ ମହାସଂଘର ପ୍ରତିଷ୍ଠାତା ସଭାପତି ଜୟ ରାମ ମହାରଣାଙ୍କ ଆବାହକତ୍ବ ତଥା ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଉପଦେଷ୍ଟା ରୂପେ ବରିଷ୍ଠ ସମାଜସେବୀ, ତଥା ମହାନ ସଂଘର ସଭାପତି ସୁଶାନ୍ତ କୁମାର ସାବତ ଯୋଗ ଦେଇଥିଲେ ।ଗଞ୍ଜାମ ଜିଲ୍ଲା ସଭାପତି ରୂପେ ବରିଷ୍ଠ ସାମ୍ବାଦିକ, କଣ୍ଠ ଶିଳ୍ପୀ ତଥା ଆଇନଜୀବୀ ସୁଦିପ କୁମାର ସାହୁଙ୍କୁ ମନୋନୀତ କରାଯାଇଥିବା ବେଳେ ସେ ନିଜ ବକ୍ତବ୍ୟରେ ସଭିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ସାମ୍ୱାଦିକ ଭାଇ ଭଉଣୀ ଙ୍କ ସମସ୍ୟାର ସମାଧାନ ନେଇ ସଭିଙ୍କ ସହଯୋଗ କାମନା କରିଥିଲେ । ରାଜ୍ୟ ସରକାର କିପରି ସାମ୍ୱାଦିକ ଙ୍କ ଉନ୍ନତି ଲାଗି ଅଧିକ ସହଯୋଗ ଆଉ ସହାୟତା ଯୋଗାଇ ଦେବେଏଥି ଲାଗି ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ ।ଉପସଭାପତି ଭାବେ ଲଲାଟେନ୍ଦୁ ଚୌଧୁରୀ,ମମତା ମଞରୀ,ସୁରଥ ପଟ୍ଟନାୟକ, ସୂର୍ଯ୍ୟନାରାୟଣ ବେହେରା,ସେହିପରି ସାଧାରଣ ସମ୍ପାଦକ ଭାବେ ଅନିଲ କୁମାର ଚୌଧୁରୀ,ସହ ସଂପାଦକ ନବ କିଶୋର ମହାପାତ୍ର,ସଂଗଠନ ସମ୍ପାଦିକା ଗିତାଞଳି ପଟ୍ଟନାୟକ ଓ କୋଷାଧ୍ୟକ୍ଷ ରୂପେ ମନୋରଞନ ପାଣିଗ୍ରାହୀଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଆଗାମୀଦିନରେ ସାମ୍ବାଦିକ ସଂଘ କୁ ସୁସଙ୍ଗଠିତ କରିବା ପାଇଁ ଓ ଅନ୍ଯାନ୍ଯ କର୍ମକର୍ତ୍ତାଙ୍କୁ ଚୟନ କରିବା ଦାୟିତ୍ବ ସଭାପତି ସୁଦିପ କୁମାର ସାହୁଙ୍କ ଉପରେ ନ୍ୟସ୍ତ କରାଗଲା। ଓଡ଼ିଶା ସମ୍ବାଦିକ ମହାସଂଘର ପ୍ରତିଷ୍ଠାତା ସଭାପତି ଜୟ ରାମ ମହାରଣା,ଅନ୍ଯତମ ରାଜ୍ୟ ସଭାପତି ବଳରାମ ଦାସ, ରାଜ୍ୟ ସଧାରଣ ସଂପାଦକ ଗୌରାଙ୍ଗ ଚୌଧୁରୀ, ଲୋକ ସଂପର୍କ ଅଧିକାରୀ ନିଳ ମାଧବ ସାହୁ,ଅନ୍ଯତମ ଜୋନ ସଭାପତି ବାରିପଦାର ସୁକୁମାର ରଂଜନ ପ୍ରଧାନ ଙ୍କୁ ମନୋନୀତ କରାଗଲା ।ପ୍ରଶାନ୍ତ କୁମାର ମହାପାତ୍ର, ସିଦ୍ଦି ରଂଜନ ପାଣିଗ୍ରାହୀ,ସଞ୍ଜୟ କୁମାର ବିଶ୍ବାଳ, ଇ ରଂଜନ, ବିଷ୍ଣୁପ୍ରିୟା ମହାପାତ୍ର,ମଧୁସ୍ମିତା ପଣ୍ଡା,ସି. ପଦ୍ମା ପାତ୍ର, ଅର୍ଚ୍ଚିତା ସାହୁ,ସାଇ ସ୍ମିତା ସ୍ବାଇଁ,ରୂପଶ୍ରୀ ମହାନ୍ତି, ଶୁଭମ ମହାରଣା,ଜାଗୃତି ସେଠୀ,ସୁଶାନ୍ତ କୁମାର ପଟ୍ଟନାୟକ,କୃଷ୍ଣ ଚନ୍ଦ୍ର ପାଢୀ,ଗୁଲସନ କୁମାର କର,ସୁଦୀପ୍ତ କୁମାର ପଟ୍ଟନାୟକ,ଦୁର୍ଯ୍ୟୋଧନ ବ୍ରହ୍ମା, ନୀଳାଞ୍ଚଳ ସ୍ବାଇଁ,ନରସିଂହ ଭୂୟାଁ,ମନୋରଞ୍ଜନ ଗୌଡ,ମୋନଜ କୁମାର ପଣ୍ଡା,ଗୋପାଳ ରେଡୀ, ରମେଶ ଚନ୍ଦ୍ର ବେହେରା,ଆଶିଷ କୁମାର ଆଚାର୍ଯ୍ଯ, ସୁଲୋଚନା ଶୁକ୍ଳା,ରମେଶ କୁମାର ସାହୁ,ସୁଦର୍ଶନ ପଣ୍ଡା, ଅନନ୍ତ ଆପାଟ,ବି କେ ବିଶାରଦଙ୍କ ସମେତ ଜିଲ୍ଲା ତଥା ରାଜ୍ୟର ବହୁ ସାମ୍ବାଦିକ ବୈଠକରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ଦେବାସହ ଆଗାମୀ ଦିନ ମାନଙ୍କରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଳିତ ଭାବରେ କାର୍ଯ୍ଯ କରିବାର ସ୍ଥିର କରାଯାଇଥିଲା।ଶେଷରେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥାର ସୁବନ୍ଦୋବସ୍ତ ଓ ସୂଚାର ଆଯୋଜନ ସକାସେ ପ୍ରତିଷ୍ଠାତା ସଭାପତି ମହାରଣାଙ୍କ ଉଦ୍ୟମ କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ପ୍ରାରମ୍ୱରେ ଶିଳ୍ପାଞ୍ଚଳ ଶ୍ରୀ ସରସ୍ଵତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ସଙ୍ଗୀତ ଗାନ କରି ଥିଲେ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *