ରଥଯାତ୍ରାରେ ସେବା ଯୋଗାଇଲେ ସ୍କାଉଟସ୍ ଏବଂ ଗାଇଡସ୍‌

ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶରେ ରଥଯାତ୍ରା ଜାତୀୟ ସେବା ଶିବିର ତା୦୫ା୦୭ା୨୦୨୪ ରିଖ ଠାରୁ ତା୦୯.୦୭.୨୦୨୪ ରିଖ ପର୍ଯ୍ୟନ୍ତ ପୁରୀ ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଆୟୋଜିତ ହୋଇଅଛି । ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୦୦ ରୁ ଊର୍ଦ୍ଧ୍ୱ ରୋଭର, ରେଞ୍ଜର, ସ୍କାଉଟ, ଗାଇଡ୍ ଉକ୍ତ ସେବା ଶିବିରରେ ଯୋଗଦାନ କରି ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେଇଛନ୍ତି । 
ବିଶେଷ କରି ଶ୍ରୀଗୁଣ୍ଡିଚା ଦିନ ସ୍କାଉଟ, ଗାଇଡ୍‌, ରୋଭର ଓ ରେଞ୍ଜରମାନେ ଭିନ୍ନ ଭିନ୍ନ ଦଳରେ ବିଭକ୍ତ ହୋଇ ସହରର ବିଭିନ୍ନ ଜାଗାରେ ଯାନବାହାନ ନିୟନ୍ତ୍ରଣ, ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ ବଣ୍ଟନ, ସେମାନଙ୍କ ଉପରେ ଜଳସିଞ୍ଚନ, ପ୍ରାଥମିକ ଚିକିତ୍ସା ପ୍ରଦାନ, ସ୍ୱଚ୍ଛ ଭାରତ ଅଭିଯାନ ଆଦି ବିଭିନ୍ନ ସେବା ଯୋଗାଇ ଦେଇଥିଲେ ।
ଏହିସେବା କାର୍ଯ୍ୟ ନବଯୌବନ ଦର୍ଶନଠାରୁ ଆରମ୍ଭ କରି ବାହୁଡା ଯାତ୍ରା ପର୍ଯ୍ୟନ୍ତ ଜାରି ରହିବବୋଲି କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି । 

Leave a Reply

Your email address will not be published. Required fields are marked *