ଗଣିଆ ତହସିଲଦାର ଙ୍କୁ ବଦଳି ଅମିନଙ୍କ ଚାକିରୀ ରୁ ନିଲମ୍ବିତ ଦାବିରେ ଅନୁସୂଚିତ ଜନଜାତି ମହିଳାଙ୍କ ଗଣିଆ ତହସିଲଦାରଙ୍କ ଅଫିସଘେରାଉ
ଗଣିଆ: ସାତ ଦଫା ଦାବି ନେଇ ଆଜି ନୟାଗଡ ଜିଲ୍ଲାର ଗଣିଆ ତହସିଲଦାରଙ୍କ ଅଫିସ କୁ ଘେରାଉ କରିଥିଲେ ଗଣିଆ ମଣ୍ଡଳ ରଅନୁ ସୂଚିତ ଜନ ଜାତିମହିଳା ମାନେ।ଶହେ ରୁ ଉର୍ଦ୍ଧ୍ବ ମହିଳା ମାନେ ଗଣିଆ ପୂର୍ତ୍ତ ବିଭାଗ ବଙ୍ଗଳା ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଗଣିଆ ବଜାର ପରିକ୍ରମା କରି ତହସିଲଦାର ଙ୍କ ଅଫିସ ସଂମୁଖ ରେ ପହଞ୍ଚି ମୁଖ୍ୟ ଫାଟକ ପାଖରେ ବସିଥିଲେ।
ତାଙ୍କର ଦାବିରେ ରହିଛି ତହସିଲଦାର ଙ୍କୁ ବଦଳି, ଏଠାରେ ଥିବା ଅମିନଙ୍କୁ ଚାକିରୀ ରୁ ନିଲମ୍ବିତ, ସରକାରି ଜାଗାରେ ଦୀର୍ଘଦିନ ହେଲା ବସ ବାସ କରି ରହିଥିବାପରିବାର ଙ୍କୁ ଘର ଡିହ ପଟା ପ୍ରଦାନ କରାଯିବା, ଜାତିଆଣ୍ଆକ୍ଷେପ ବନ୍ଦକରିବା, ସରକାରୀ ଜାଗାରେଘର କରି ରହିଥିବା ଅନୁ ସୂଚିତ ଜନଜାତି ମହିଳା ଙ୍କୁ ଉଛେଦ ନ କରି ସ୍ଥାୟୀ ପଟା ପ୍ରଦାନ ଆଦି ଦାବି କରି ଛନ୍ତି, ଯଦି ସାତ ଦିନ ମଧ୍ୟରେ ନ ଯାଏ ତାହେଲେ ଆଗାମୀ ଦିନରେ ଆନ୍ଦୋଳନତେଜିବା ସହଅନଶନ କରିବା ପାଇଁ ବାଧ୍ୟ ହେବେ ବୋଲି କହିଛନ୍ତି।