ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ୱିଣ୍ଟର ସ୍ପୋର୍ଟସ୍ ଏକ୍ସଲେନ୍ସ କାର୍ଯ୍ୟକ୍ରମକୁ ସମର୍ଥନ କରୁଛି

୦୯ ଫେବୃଆରୀ ୨୦୨୩: ଭାରତର ଅନ୍ୟତମ ଅଗ୍ରଣୀ ସାଧାରଣ ବୀମା କମ୍ପାନୀ ଏସ୍ବିଆଇ ଜେନେରାଲ ଇନସ୍ୟୁରାନ୍ସ ଇନ୍ସପାୟାର ୱିଣ୍ଟର ସ୍ପୋର୍ଟସ୍ ଏକ୍ସଲେନ୍ସ ପ୍ରୋଗ୍ରାମ (ଆଇଡବ୍ଲ୍ୟୁଏସ୍ଇପି)କୁ ଏହାର ସମର୍ଥନ ଯୋଗାଇ ଦେଇଛି । ଏହା ଜେଏସଡବ୍ଲ୍ୟୁ ଇନ୍ସପାୟାର ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟସ୍ (ଜେଏସଡବ୍ଲ୍ୟୁ ଆଇଆଇଏସ୍) ସହିତ ନୂତନ ସହଯୋଗିତା ହୋଇଛି, ଯାହା ଆଗାମୀ ଶୀତକାଳୀନ ଅଲିମ୍ପିକ୍ସ ୨୦୨୬ ନିମନ୍ତେ ପ୍ରସ୍ତୁତ ହେଉଥିବା ଆଥଲେଟମାନଙ୍କୁ ତାଲିମ ପ୍ରଦାନ, ମାର୍ଗଦର୍ଶନ ଏବଂ ସମର୍ଥନ ଯୋଗାଇଦେବ ଏବଂ ତଦ୍ଦ୍ୱାରା ଭାରତୀୟ କ୍ରୀଡାର ଅଦମ୍ୟ ମନୋଭାବ ପ୍ରତି ଏସବିଆଇ ଜେନେରାଲର ଅବଦାନକୁ ଅଧିକ ମଜଭୁତ କରିବ ।
ଏହି ସହଯୋଗିତା ସମ୍ପର୍କରେ ପ୍ରକାଶ କରି ଶ୍ରୀ ଆନନ୍ଦ ପେଜାୱାର, ପୂର୍ଣ୍ଣକାଳୀନ ଡାଇରେକ୍ଟର, ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ କହିଛନ୍ତି, “ସମାଜର ବିଭିନ୍ନ ବର୍ଗରୁ ବିବିଧ ପ୍ରତିଭାଧରଙ୍କର ଭୂମି ହେଉଛି ଭାରତ । ଭାରତୀୟ କ୍ରୀଡାବିତ୍ମାନେ ବିଭିନ୍ନ ଆନ୍ତର୍ଜାତିକ କ୍ରୀଡା ଏବଂ ଭିନ୍ନ ଭିନ୍ନ ପ୍ରକାର କ୍ରୀଡାରେ ଉତ୍କର୍ଷ ହାସଲ କରିଆସୁଛନ୍ତି । ଏସବିଆଇ ଜେନେରାଲରେ କ୍ରୀଡାରେ ଉତ୍କର୍ଷ ଆଣିବାର ପ୍ରଚେଷ୍ଟା, ବିଶେଷକରି ସମ୍ପ୍ରତି ସେଭଳି ବିଶାଳ ଦୃଶ୍ୟମାନତା ନଥିବା ସେହି କାରଣରୁ ନିମ୍ନମାନର ଆର୍ଥିକ ସମର୍ଥନ ମିଳୁଥିବା କ୍ରୀଡାଗୁଡିକରେ ଉତ୍କର୍ଷ ହାସଲ ଦିଗରେ ଉତ୍ସାହିତ କରିବାରେ ଆମେ ବିଶ୍ୱାସ ରଖୁଛୁ । ଏହି ପରିପ୍ରେକ୍ଷୀରେ ଏସବିଆଇଜି ଭାରତରେ ଯୁବ ଆଥଲେଟମାନଙ୍କୁ ସମର୍ଥନ କରି ଶୀତକାଳୀନ କ୍ରୀଡାକୁ ସମର୍ଥନ ଓ ପ୍ରୋତ୍ସାହନ ଯୋଗାଇବା ନେଇ ଆନନ୍ଦିତ ଅଛି, ଯେଉଁମାନେ ଆମ ଦେଶପାଇଁ ଏକ ସମୃଦ୍ଧ କ୍ରୀଡା ପରମ୍ପରା ସୃଷ୍ଟି କରିଯିବେ । ଏହି ବିଭାଗର କ୍ରୀଡାକୁ ଆମର ସହାୟତା ଭାରତରେ ଅଂଶଗ୍ରହଣକାରରୀ ଏବଂ ଭାରତର ପ୍ରତିନିଧିତ୍ୱ କରୁଥିବା ଆଥଲେଟମାନଙ୍କୁ କ୍ରୀଡା ଉତ୍କର୍ଷ, ବିଶେଷଭାବରେ ଶୀତକାଳୀନ କ୍ରୀଡାର ସର୍ବୋଚ୍ଚ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରିବା ଏବଂ ସେମାନଙ୍କର ପ୍ରକୃତ ସାମର୍ଥ୍ୟର ପରିପ୍ରକାଶ ଦିଗରେ ସମର୍ଥ କରାଇô ।”
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ସହିତ ସହଯୋଗିତାକୁ ସ୍ୱାଗତ କରି ମୁସ୍ତାଫା ଘାଉସେ, ସିଇଓ, ଜେଏସଡବ୍ଲ୍ୟୁ ସ୍ପୋର୍ଟସ୍ କହିଛନ୍ତି, “ଆଲ୍ପାଇନ ସ୍କି କ୍ରୀଡାବିତ୍ ଆରିଫ ଖାନ୍ଙ୍କୁ ଗତ ଶୀତକାଳୀନ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କ୍ଷେତ୍ରରେ ଆମର ସମର୍ଥନ ଜରିଆରେ ଏବଂ ପରବର୍ତ୍ତୀ ସମୟରେ ସେ ହାସଲ କରିଥିବା ସଫଳତାକୁ ଲକ୍ଷ୍ୟକରି ଆମେ ଶୀତକାଳୀନ କ୍ରୀଡାର ବିକାଶ କ୍ଷେତ୍ରରେ ଅଧିକ ନିବିଡ ଭାବରେ ସଂପୃକ୍ତ ହେବାର ଆତ୍ମବିଶ୍ୱାସ ଲାଭ କରିଥିଲୁ । ଇନ୍ସପାୟାର ୱିଣ୍ଟର ସ୍ପୋର୍ଟସ୍ ଏକ୍ସଲେନ୍ସ ପ୍ରୋଗ୍ରାମ ଆରିଫଙ୍କ ସହିତ ସେହି ପର୍ଯ୍ୟାୟର ଶୁଭାରମ୍ଭ ଥିଲା । ଇନ୍ସପାୟାର ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟ ପ୍ରତିଷ୍ଠା ହେବାଠାରୁ ଆମେ ଆମର ଆଥଲେଟ, ବକ୍ସର, ରେସଲର ଏବଂ ଜୁଡୋକାମାନଙ୍କର ପ୍ରଦର୍ଶନରେ ଉନ୍ନତି ଆଣିବାକୁ ସମର୍ଥ ହୋଇଛୁ ଏବଂ ଇନ୍ସପାୟାର ୱିଣ୍ଟର ସ୍ପୋର୍ଟସ୍ ଏକସଲେନ୍ସ ପ୍ରୋଗ୍ରାମ ପ୍ରଚଳନ ସେହି ଦିଗରେ ଏକ ବିଶାଳ ପଦକ୍ଷେପ ହୋଇଛି । ଏସବିଆଇ ଜେନେରାଲ ଆମର ଦୂରଦୃଷ୍ଟିରେ ସହଭାଗୀ ହେବା ଏବଂ ଆମ ସହିତ ସହଯୋଗିତା କରିବା ନେଇ ଆମେ ଅତ୍ୟନ୍ତ ଆନନ୍ଦିତ ଅଛୁ ଏବଂ ଆମେ ଏକତ୍ରିତ ଭାବରେ ଶୀତକାଳୀନ ଆଥଲେଟମାନେ ଆବଶ୍ୟକ କରୁଥିବା ସହଯୋଗ ଓ ସମର୍ଥନ ଯୋଗାଇଦେବାକୁ ଆମେ ପ୍ରୟାସ କରୁଛୁ ।”
ଏହି ସହଯୋଗିତା ଜରିଆରେ ଏହାର ସିଏସ୍ଆର କାର୍ଯ୍ୟକ୍ରମ ଅଧୀନରେ ଏସବିଆଇ ଜେନେରାଲ ଭାରତରେ ଶୀତକାଳୀନ କ୍ରୀଡାର ମୁଖ୍ୟ ଚେହେରା ଏବଂ ବେଜିଂ ୨୦୨୨ ଶୀତକାଳୀନ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ଏକମାତ୍ର ଭାରତୀୟ ଆଥଲେଟ ଆରିଫ ଖାନ୍ଙ୍କ ସହିତ ଚାରିଜଣ ଆଥଲେଟଙ୍କୁ ସମର୍ଥନ ଯୋଗାଇ ଦେଉଛି । ଅନ୍ୟ ଆଥଲେଟମାନେ ହେଲେ ଜୈନ ସୟିଦ, ଫୈଜାନ ଅହମଦ ଲୋନ୍ ଏବଂ ମେହରାଜ୍ ଖାନ୍ । ଆନ୍ତର୍ଜାତିକ କ୍ରୀଡା କାର୍ଯ୍ୟକ୍ରମଗୁଡିକରେ ଶୀତକାଳୀନ କ୍ରୀଡାରେ ଭାରତର ପ୍ରତିନିଧିତ୍ୱକୁ ସମର୍ଥ କରାଇବା ନିମନ୍ତେ କମ୍ପାନୀ ଜେଏସଡବ୍ଲ୍ୟୁ ସ୍ପୋର୍ଟସ୍ ସହିତ ଏକ ଦୀର୍ଘକାଳୀନ ସହଯୋଗିତା ରାଜିନାମା କରିଛି । ମନୋନୀତ ଆଥଲେଟମାନଙ୍କୁ ଆନ୍ତର୍ଜାତିକ ବୃତ୍ତିଧାରୀଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବ, ଯେଉଁଠାରେ ସେମାନଙ୍କୁ କ୍ରୀଡା ବିଜ୍ଞାନର ସମର୍ଥନ ଏବଂ ଇନ୍ସପାୟାର ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟଠାରେ ଅଫ ସିଜନ କଣ୍ଡିସନିଂ ତାଲିମ ମିଳିପାରିବ । ବୃତ୍ତିଧାରୀ ପ୍ରଶିକ୍ଷକମାନେ ଆଥଲେଟମାନଙ୍କୁ ସେମାନଙ୍କର ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତ କରିବାକୁ ସେମାନଙ୍କର ଯାତ୍ରା ଏବଂ ଉଚ୍ଚ ଗୁଣମାନର କ୍ରୀଡା କାର୍ଯ୍ୟକ୍ରମରେ ଅଂଶଗ୍ରହଣ ସହିତ ନିୟମିତ ଭାବରେ ଶାରୀରିକ ଏବଂ ବୈଷୟିକ ଅଗ୍ରଗତିର ମୂଲ୍ୟାୟନ କରିବେ ।