ଓଡିଶାରେ ଷ୍ଟେଟବ୍ୟାଙ୍କର ଶାଖା ଉଦ୍ଘାଟିତ

କେନ୍ଦୁଝର,(ପ୍ରବାହ ନ୍ୟୁଜ୍) : ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ନୂତନ ଶାଖା କେନ୍ଦୁଝର ଜିଲ୍ଲା ଛେନାପଡି ଠାରେ ଉଦ୍ଘାଟିତ ହୋଇଯାଇଛି । ଏହା ଓଡିଶାରେ ଷ୍ଟେଟ ବ୍ୟାଙ୍କର ୯୦୨ ତମ ଶାଖା। ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥି ଏହି ଶାଖାକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଅଞ୍ଚଳ ଉପ ମହାପ୍ରବନ୍ଧକ (ବ୍ୟବସାୟ ଓ ପରିଚାଳନା ) ଶ୍ରୀ ଶୈଲେଶ ସିଂହା,କେନ୍ଦୁଝର କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀ କମଳ ଲୋଚନଷଡ଼ଙ୍ଗୀ ତଥା ଶାଖା ପ୍ରବନ୍ଧକ ଶ୍ରୀ ଭବେଶ କୁମାର ସେଠୀଙ୍କ ସହିତ ଶାଖାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପରୁଥି ଏହି ଶାଖା ମାଧ୍ୟମରେ ଛେନାପଡି ଅଞ୍ଚଳର ଗ୍ରାହକ ଓ ଜନସାଧାରଣଙ୍କ ପାଇଁ ସମସ୍ତ ପ୍ରକାର ବିତ୍ତୀୟ ଉତ୍ପାଦ ଓ ଉନ୍ନତ ମାନର ସେବା ଯୋଗାଇବାର ପ୍ରତିଶୃତି ଦେଇଥିଲେ। ଏହି ନୂତନ ଶାଖା ଦ୍ୱାରା କେନ୍ଦୁଝର ଜିଲାର ଶାସଙ୍ଗ , ବଞ୍ଚୋ , ହାଟଡ଼ିହି, ଯମ୍ଭିରା, ପାଞ୍ଚୁଗୋଛିଆ ଓ ନିକଟବର୍ତ୍ତୀ ଅଞ୍ଚଳର ଜନସାଧାରଣ ଉପକୃତ ହେବେ ।