ଷ୍ଟେଟ ବ୍ଯାଙ୍କ ଭୁବନେଶ୍ବର ମଣ୍ଡଳ ଦ୍ଵାରା ସ୍ବଚ୍ଛତା ପଖୱାଡା ପାଳନ

ଭୁବନେଶ୍ଵର:16ଜାନୁଆରୀ 2023 ରୁ 31 ଜାନୁଆରୀ 2023 ପର୍ଯ୍ୟନ୍ତ ‘ସ୍ବଚ୍ଛତା ପକ୍ଷ’ ପାଳନ ଅବସରରେ , ଭାରତୀୟ ଷ୍ଟେଟ ବ୍ଯାଙ୍କ ଦ୍ଵାରା ତା 19 ଜାନୁଆରୀ 2023 ଦିନ ସକାଳେ ଏକ ସଫାଇ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଫାଇ ଅଭିଯାନରେ ଷ୍ଟେଟ ବ୍ୟାଙ୍କର ନବନିଯୁକ୍ତ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟର ପାଖାପାଖି 50 ଜଣ ଅଂଶଗ୍ରହଣ କରିଥିଲେ । ପରେ ଦିନବେଳା ସ୍ଥାନୀୟ ପ୍ରଧାନ କାର୍ଯ୍ଯାଳୟ ଠାରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରକୁ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦରଶେଖର ଶର୍ମା, ମଣ୍ଡଳର ମହା ପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ତଥା ମଣ୍ଡଳ ବିକାସ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ, ଅନ୍ୟ କର୍ମଚାରୀ ଓ ପେନସନଧାରୀଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ । ଆମରି ହସ୍ପିଟାଲ ଓ ଏଏସଜି ଆଇ ହସପିଟାଲରୁ ଖ୍ୟାତନାମା ଡାକ୍ତରୀ ଦଳ ଏହି ସ୍ୱାସ୍ଥ୍ୟ ଶିବିରରେ ରକ୍ତ ଚାପ, ମଧୁମେହ , ଚକ୍ଷୁ ପରୀକ୍ଷା , ଇସିଜି ଓ ଅନ୍ୟ ହୃଦରୋଗ ଜନିତ ପରୀକ୍ଷା କରିଥିଲେ । ପାଖାପାଖି 350 ଷ୍ଟେଟ ବ୍ଯାଙ୍କ କର୍ମଚାରୀ ଓ ପେନସନଧାରୀ ଏହି ସ୍ୱାସ୍ଥ୍ୟ ଶିବିରରେ ଅଂଶଗ୍ରହଣ କରିଥିଲେ ।