ତନିସ୍କ ପକ୍ଷରୁ ‘ନବ-ରାଣୀ ତଳେବନ ଆଧୁନିକ ମହିଳାଙ୍କ ପାଇଁ ରାଜକୀୟ ଗହଣା

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ପାଖେଇ ଆସିଲାଣି ପାର୍ବଣ । ଏ ଉପଲକ୍ଷେ ଦେଶର ଅନ୍ୟତମ ଅଗ୍ରଣୀ ଗହଣା ବ୍ରାଣ୍ଡ ତନିସ୍କ ଆଣିଛି ନବୀନତମ ଫେଷ୍ଟିଭ୍ କଲେକ୍ସନ ‘ଦ ନବ-ରାଣୀ’ ସମ୍ଭାର । ଆଧୁନିକ ଯୁଗର ରାଣୀ ବା ମହିଳାମାନଙ୍କୁ ସମ୍ମାନ ଜଣାଇ ଅଣାଯାଇଥିବା ଏ କଲେକ୍ସନ ନିର୍ଭିକ ଆଧୁନିକତା ଏବଂ ସୁନ୍ଦରତା ମଧ୍ଯରେ ଉପଯୁକ୍ତ ସନ୍ତୁଳନକୁ ପରିପ୍ରକାଶ କରୁଛି । ଉତ୍ସବ ଋତୁର ରାଜକୀୟ ଜୋଶ୍‌କୁ ପାଳନ କରିବା ପାଇଁ ଏହି ଗହଣାଗୁଡ଼ିକୁ ଡିଜାଳନ କରାଯାଇଛି ।
ରୟାଲ୍ କୋର୍ଟ, ସାଦାର ପ୍ରାସାଦ ଏବଂ ଐତିହ୍ୟର ଭବ୍ୟତା ଦ୍ଵାରା ଅନୁପ୍ରାଣିତ ‘ନବ-ରାଣୀ’ କଲେକ୍ସନ ସମସାମୟିକ ଚମତ୍କାରିତା ସହିତ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ତଥା କଟିଳ ହସ୍ତକଳାକୁ ମିଶାଇ ପାରମ୍ପରିକ ଗହଣାକୁ ପୁନଃପରିଭାଷିତ କରିଛି । ଅସାଧାରଣ କାରିଗରୀ ଯେପରି ମିରର୍-ଫିନିସ୍ ଗ୍ଲାସ୍ ଏନାମଲ ୱାର୍କ ଏବଂ ଓସ୍ତେ ଇଫେକ୍ଟ ସହ ରଙ୍ଗ ବେରଙ୍ଗ କୁନ୍ଦନ କାମ ସହ ସର୍ବୋତ୍ତମ କାରିଗରୀକୁ ଏ କଲେକ୍ସନ ଦର୍ଶାଉଛି । ଏହି ସିରନେଟର ଟେକନିକ୍‌ଗୁଡ଼ିକ ସୂକ୍ଷ୍ମ କରି ପାଟଣ୍ଡି, କାଳଜୟୀ ‘ଭାଗ ରଭା ଏବଂ ପର୍ଦାଳ ଟେକ୍‌ନିକ୍ ଓ ଅତି ସୁନ୍ଦର ଫଣ୍ଡକ ଏବଂ କାଗି ମୋଟିଙ୍ଗ୍ ସହ ଆସୁଛି। ଏସବୁ ଏକତ୍ରିତ ଭାବେ ଏଭଳି ଗହଣା ସମ୍ଭାରକୁ ପରିପ୍ରକାଶ କରୁଛି, ଯାହାକି ଉଭୟ ରାଜକୀୟ ଏବଂ ଆଧୁନିକ । ୩ଡି ଲେଜର୍-କଟ୍ ବିଡ୍ ଏବଂ କାଷ୍ଟେଡ୍ ଷ୍ଟାମ୍ପ ସହ ବିକଶିତ ହୋଇଥିବା ପ୍ରତ୍ୟକ ପିସ୍ ଗହଣା ରାଜକୀୟ ସମୃଦ୍ଧିର ଚମତ୍କାର ପ୍ରଦର୍ଶନ। ଏହା ଏକ ଷ୍ଟେଟ୍‌ମେଣ୍ଟ ନେକ୍‌ର ହେଉ ଅବା ସୂକ୍ଷ୍ମ ଭାବେ ଡିଜାଇନ୍ ହୋଇଥିବା କାନଫୁଲ, ପ୍ରତ୍ୟେକ ପିସ୍ ଗହଣା ରାଜକୀୟ ଅଳଙ୍କାରର ଶୋଭାକୁ ଧାରଣ କରିଛି, ଯାହାକି ଆଧୁନିକ ମହିଳାଙ୍କ ପାଇଁ ଉପଯୁକ୍ତ ।
ଏହି ଗହଣା ସମ୍ଭାର ସୁନ୍ଦରତା ବାହାରେ ପ୍ରତି ମହିଳାଙ୍କ ମଧ୍ୟରେ ଥିବା ରାଜକୀୟ ମହତ୍ବକୁ ପାଳନ କରୁଛି । ଯଦିଓ ଜଣେ ମହିଳା ପ୍ରତିଦିନ ଜଣେ ରାଣୀଙ୍କ ବ୍ୟକ୍ତିତ୍ଵକୁ ପରିପ୍ରକାଶ କରନ୍ତି ନାହିଁ ଦୀପାବଳି ହେଉଛି ଏଭଳି ପର୍ବ ଯେଉଁ ଅବସରରେ ସେ ନିଜ ଭିତରେ ଥିବା ରାଜକୀୟତାକୁ ବିକିରଣ କରିଥାନ୍ତି। ଉଷ୍ମତା, ଚମକ ଏବଂ କାଳଜୟୀ ସୌନ୍ଦର୍ଯ୍ୟକୁ ସେ ଆଲିଙ୍ଗନ କରିଥାନ୍ତି, ଯାହାକି ଏହି ‘ନବ-ରାଣୀ’ କଲେକ୍ସନ ପ୍ରଦାନ କରିଥାଏ । ଏ କଲେକ୍ସନ ମହିଳାଙ୍କ ଶକ୍ତି, ଦୃଢ଼ତା ଏବଂ ଏହି ସ୍ବତନ୍ତ୍ର ଅବସରଗୁଡ଼ିକରେ ମହିଳାଙ୍କ ଦିବ୍ୟଜ୍ୟୋତି ପ୍ରତି ସମ୍ମାନ। ନୂତନ କଲେକ୍ସନକୁ ନେଇ ଟାଇଟନ କମ୍ପାନି ଲିମିଟେଡ୍‌ର କୃଷ୍ଟର ବିଗ୍‌ନେସ ମ୍ୟାନେଜର ଅରିନ୍ଦମ ପ୍ରାମାଣିକ କହିଛନ୍ତି ଯେ, ‘ନବ-ରାଣୀ’ କଲେକ୍ସନକୁ ଆଣି ଆମେ ଅତ୍ୟନ୍ତ ଗର୍ବିତ । ରାଜକୀୟ ପରମ୍ପରା ଦ୍ବାରା ଅନୁପ୍ରାଣିତ ଜଟିଳ କାରିଗରୀର ଏହା ଚମତ୍କାର ପ୍ରତିଫଳନ। ପ୍ରତ୍ୟେକ ପିସ୍‌କୁ ଅତି ଯତ୍ନର ସହ ପ୍ରସ୍ତୁତ କରାଯାଇଛି। ଏହା ଆମ କାରିଗରଙ୍କ ଅଦ୍ବିତୀୟ ଦକ୍ଷତା ଏବଂ ପାରମ୍ପରିକ ଟେକ୍‌ନିକ୍‌କୁ ଆଧୁନିକ ଡିଜାଇନରେ ରୂପାର କରିବାରେ ସେମାନଙ୍କ ସାମର୍ଥ୍ୟକୁ ପରିପ୍ରକାଶ କରୁଛି । ଏହି କଲେକ୍ଟେନରେ ପ୍ରତିଟି ଡିଜାଇନ୍‌ ଖଣ୍ଡି ଏବଂ ସୁନ୍ଦରତାର ଏକ କାହାଣୀ କହୁଛି । ଆତ୍ମବିଶ୍ଵାସ ଏବଂ ସୁନ୍ଦରତା ସହ ଜୀବନକୁ ଅତିବାହିତ କରୁଥିବା ଆଧୁନିକ ମହିଳାମାନଙ୍କୁ ଏହା ସମ୍ମାନ। ତନିସ୍କରେ ଆମେ ରୟାଲ କୋର୍ଟର ପୁରାତନ ସୁନ୍ଦରତାକୁ ସମସାମୟିକ ଟେକ୍‌ନିକ୍ ସହ ମିଶାଇ ଏହି ଅଳଙ୍କାରଗୁଡ଼ିକୁ ଡିଜାଇନ୍ କରିଛୁ, ଯାହାକି ଆଜିର ରାଣୀମାନଙ୍କୁ ଗଭୀର ଭାବେ ପରିପ୍ରକାଶ କରୁଛି । ‘ନବ-ରାଣୀ’ କେବଳ ଗହଣା ନୁହେଁ ଏହା ମହିଳାଙ୍କ ଯୋଶକୁ ପାଳନ କରିବାର ଏକ ସେଲିବ୍ରେଶନ୍ । ସେମାନଙ୍କ ପୂଜା ଅବସରକୁ କାଳଜୟୀ ସ୍ମୃତିରେ ପରିବର୍ତ୍ତନ କରିବାର ଏକ ଉଦ୍ୟମ।
ପୂଜାର ଯୋଶକୁ ପ୍ରତିପାଦିତ କରିବାର ଏକ ସାନ୍ଦାର ପ୍ରଦର୍ଶନ ହେଉଛି ‘ନବ-ରାଣୀ’ କଲେକ୍ସନ। ଉଭୟ ପରମ୍ପରା ଏବଂ ଆଧୁନିକତାର ପ୍ରତୀକ ଏହି ଗହଣାଗୁଡ଼ିକ ଦୀପାବଳି ଉପହାର ପାଇଁ ସର୍ବୋତ୍ତମ । ଏହା ମାଧ୍ୟମରେ ମହିଳାମାନେ ତନିସ୍କର ସମୃଦ୍ଧ କାରିଗରୀର ଅନୁଭବ ନେଇପାରିବେ। ଆଜିର ରାଣୀମାନଙ୍କ ପାଇଁ ରାଜକୀୟ ଗହଣା ପିସ୍‌ ସମସାମୟିକ ଡିଜାଇନ୍ ପର୍ଯ୍ୟନ୍ତ ‘ନବ-ରାଣୀ’ କଲେକ୍ସନ ପ୍ରତି ମହିଳାଙ୍କୁ କିଛି ନା କିଛି ପ୍ରଦାନ କରିବ। ବହୁବିଧ ମୂଲ୍ୟ ରେଞ୍ଜରେ ଆସୁଥିବା ଏହି ଗହଣାଗୁଡି଼କ ଦ୍ବାରା ସମସ୍ତେ ବିଳାସର ଅନୁଭବ ନେଇପାରିବେ । ଅତୀତର ଐତିହ୍ୟ ଏବଂ ବର୍ତ୍ତମାନର ଲାଳିତ୍ୟ ଉଭୟରେ ସୁନ୍ଦରତା ଖୋଜୁଥିବା ମହିଳାମାନଙ୍କ ପାଇଁ ଏ କଲେକ୍ସନ ଉଦ୍ଦିଷ୍ଟ । ତନିସ୍କ ସମ୍ପର୍କରେ: ତନିସ୍କ ଟାଟା ଗ୍ରୁପ୍ ପକ୍ଷରୁ ପ୍ରସ୍ତୁତ ଭାରତର ବହୁ ପସନ୍ଦଯୋଗ୍ୟ ଗହଣା ବ୍ରାଣ୍ଡ । ଆକର୍ଷଣୀୟ କାରିଗରୀ, ସ୍ବତନ୍ତ୍ର ଡିଜାଇନ ଏବଂ ଗ୍ୟାରେଣ୍ଟିଯୁକ୍ତ ପ୍ରଡ଼କ୍ଟ କ୍ବାଲିଟି ସହ ଏହା ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସେବା ପ୍ରଦାନ କରୁଛି । ଭାରତୀୟ ମହିଳାଙ୍କ ମନକୁ ବୁଝି ସେମାନଙ୍କ ପସନ୍ଦ ମୁତାବକ ପାରମ୍ପରିକ ଏବଂ ସମସାମୟିକ ଗହଣା ଯୋଗାଇବାରେ ଏହା ଦେଶର ଏକମାତ୍ର ଗହଣା ବ୍ରାଣ୍ଡ ଭାବେ ଲୋକପ୍ରିୟତା ହାସଲ କରିଛି। ଶୁଦ୍ଧ ଗହଣା ଯୋଗାଇବାର ପ୍ରତିଶ୍ରୁତିକୁ ପାଳନ କରିବା ପୂର୍ବକ ସମସ୍ତ ତନିସ୍କ ଷ୍ଟୋରରେ କ୍ୟାରେଟର ରହିଛି, ଯାହାକି ପ୍ରଭାବଶୀଳ ଉପାୟରେ ଗ୍ରାହକଙ୍କୁ ସୁନାର ଶୁଦ୍ଧତା ମାପିବାକୁ ସକ୍ଷମ କରାଉଛି। ଷ୍ଟେଟ୍-ଅଫ୍-ଦ-ଆର୍ଟ ଇକ୍ସିପ୍‌ମେଣ୍ଟ ସହ ଏକ ପୂର୍ଣ୍ଣ ସମନ୍ବିତ ଉତ୍ପାଦନ ୟୁନିଟ୍‌ରେ ଗହଣା ପ୍ରସ୍ତୁତ କରାଯାଉଛି। ୨୫୦ରୁ ଊର୍ଦ୍ଧ୍ବ ସହରରେ ତନିସ୍କ ରିଟେଲ ଚେନ୍‌ର ୪୫୦ରୁ ଊର୍ଦ୍ଧ୍ଵ ଏକ୍ସକ୍‌ସିଭ୍ ଚୁଟିକ୍
ରହିଛି।

Leave a Reply

Your email address will not be published. Required fields are marked *