ରେଡ଼ିଓକୁ ଭୁଲି ନାହାନ୍ତି ପଣ୍ଡିତ କୃଷ୍ଣ

ଖଇରା,ପ୍ରବାହ ନ୍ୟୁଜ୍ : ନିଶା ମଣିଷକୁ ନିମ୍ନଗାମୀ କରୁଥିବା ବେଳେ ଏମିତି କି କିଛି ନିଶା ଅଛି ଯାହା ଠାରୁ ଦୂରେଇବା ବଡ଼ କଷ୍ଟ ଓ ଦୁଃଖଦାୟକ । ତାହା ହେଉଛି ରେଡ଼ିଓ ନିଶା । ଏଭଳି ଏକ ନିଶାରେ ନିମଗ୍ନ ବ୍ଯକ୍ତିଙ୍କୁ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକରେ । ଖଇରା ପଞ୍ଚାୟତ ବଣପାରିଆ ଗ୍ରାମର ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ । ସେ ଜଣେ ନିୟମିତ ରେଡ଼ିଓ ଶ୍ରୋତା । ନିଜର ସମସ୍ତ ବୈଦିକ ଓ ଗୃହ କାର୍ଯ୍ୟ ସତ୍ତ୍ୱେ ବି ରେଡ଼ିଓ ଶୁଣିବାକୁ ଅବହେଳା କରନ୍ତି ନାହିଁ । ଦୈନିକ ରେଡ଼ିଓ ଶୁଣିବା ତାଙ୍କର ଏକ ନିଶାରେ ପରିଣତ ହୋଇଛି । ଦୈନିକ ଆକାଶବାଣୀ କଟକ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ଶୁଣନ୍ତି । ସେଥିରୁ ଶିକ୍ଷଣୀୟ ବିଷୟ ଗୁଡିକୁ ଖୁବ୍ ଯତ୍ନର ସହିତ ନିଜ ମେମୋରୀରେ ସାଇତି ରଖନ୍ତି ଏବଂ ସଭା ସମିତିରେ ଆଲୋଚନା ମାଧ୍ୟମରେ ସମସ୍ତଙ୍କୁ ବାଣ୍ଟି ଥାଆନ୍ତି । ନିକଟରେ ତାଙ୍କୁ ସାକ୍ଷାତ କରି ପଚାରି ବୁଝିଥିଲୁ । ସେ କହିଲେ ରେଡ଼ିଓ ମୋର ଅତି ପ୍ରିୟ, ରେଡ଼ିଓରେ ପ୍ରକାଶ ହେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମ ମୋ ପାଇଁ ଶିକ୍ଷଣୀୟ ଓ ବହୁ ଗୁରୁତ୍ୱପୂର୍ଣ୍ଣ । ପ୍ରକାଶିତ ହେଉଥିବା ସମ୍ବାଦ, ନାଟକ, ପାଲା, ଗୀତିନାଟ୍ୟ, ଦାସକାଠିଆ ଇତ୍ୟାଦି ଶୁଣେ । ତାହା ବହୁ ଶିକ୍ଷଣୀୟ ଓ ଭଲ ଲାଗେ । ସାରା ଦିନର ସମସ୍ତ କାର୍ଯ୍ୟକ୍ରମ ସତ୍ତ୍ବେ ସକାଳେ ଶୁଣିଥିବା କାର୍ଯ୍ୟକ୍ରମ ପ୍ରତି ଧ୍ଯାନ ଦେଇଥାଏ ଓ ଶୁଣିଥାଏ । ଆକାଶବାଣୀ କଟକ କେନ୍ଦ୍ର ବହୁ ଶିକ୍ଷଣୀୟ କାର୍ଯ୍ୟକ୍ରମ ରେଡ଼ିଓ ମାଧ୍ୟମରେ ପ୍ରଚାର ପ୍ରସାର କରୁଛି ଯାହା ମୋ ପାଇଁ ତଥା ଅନ୍ୟ ମାନଙ୍କ ନିମନ୍ତେ ଅତ୍ୟନ୍ତ ଶିକ୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ଶୁଣିବା ମଧ୍ୟ ଆବଶ୍ୟକ । ତେଣୁ ରେଡ଼ିଓ ଶୁଣିବା ମୋର ନିଶାରେ ପରିଣତ ହୋଇଛି । ଆଜକୁ ଦୀର୍ଘ ଦିନ ହେବ ଏହି ନିଶାକୁ ଆପଣାଇଛି ଯାହା ଠାରୁ ଦୂରେଇ ପାରୁନାହିଁ । ଖାଇବା ବିଳମ୍ବ ହେଇପାରେ ହେଲେ ଶିକ୍ଷଣୀୟ କାର୍ଯ୍ୟକ୍ରମ ଗୁଡିକୁ ଶୁଣିବାକୁ ଭୁଲେ ନାହିଁ । ଅନ୍ୟ ଯାହା ହେଉ ପଛେ ରେଡ଼ିଓ ନ ଶୁଣିଲେ ରାତିରେ ମୋତେ ନିଦ ହୁଏନି । ଯେହେତୁ ରେଡ଼ିଓ ମୋର ବନ୍ଧୁ ଓ ସଖା ସହୋଦର ଶେଷ ଜୀବନ ପର୍ଯ୍ୟନ୍ତ ଭୁଲିବି ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧି ନରେନ୍ଦ୍ର ପ୍ରସାଦ ବେହେରାଙ୍କ ନିକଟରେ ପ୍ରକାଶ କରିଥିଲେ । ପ୍ରତିତ୍ତୋରରେ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ବେହେରା ପଣ୍ଡିତଜୀଙ୍କ ଚଲାପଥ କୁସୁମିତ ନିମନ୍ତେ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଫେରିଥିଲେ । ଏମିତି ନିଶାର ନିମଗ୍ନ ଥିବା ଅନେକ ବ୍ଯକ୍ତି ବ୍ଲକ, ଜିଲ୍ଲା ତଥା ସମାଜରେ ଅଛନ୍ତି ତଥ୍ୟ ସଂଗ୍ରହ କରି ପର୍ଯ୍ଯାୟ କ୍ରମେ ପ୍ରଚାର ପ୍ରସାର ପାଇଁ ଲକ୍ଷ୍ୟ ରଖିଛନ୍ତି ଗଣମାଧ୍ୟମ ପ୍ରତିନିଧି ଶ୍ରୀ ବେହେରା ।।

Leave a Reply

Your email address will not be published. Required fields are marked *