ମାତ୍ରାଧିକ ଧୂଳିଧୂଆଁ ପ୍ରତିବାଦରେ ରାସ୍ତାରୋକ

ଯୋଡ଼ା,ପ୍ରବାହ ନ୍ୟୁଜ୍‌ : କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ଯୋଡା ସହର ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜପଥ ନଂ -୨ କମାରଯୋଡା ଠାରେ ମଙ୍ଗଳବାର ସକାଳୁ ଶତାଧିକ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ମାତ୍ରାଧିକ ଧୂଳିଧୂଆଁ ପ୍ରଦୂଷଣ ଅଭିଯୋଗ ଆଣି ରାସ୍ତାରୋକ କରାଯାଇଥିବା ଖବର ହସ୍ତଗତ ହୋଇଛି । ଉକ୍ତ ରାସ୍ତାରେ ମାତ୍ରାଧିକ ଭାରୀଯାନ ଚଳାଚଳ ଦ୍ୱାରା ବର୍ଷା ହେଲେ କାଦୁଅ ଓ ଖରା ହେଲେ ପ୍ରବଳ ମାତ୍ରାରେ ଧୂଳି ଉଡି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥିବା ଦେଖିବାକୁ ମିଳିଥାଏ । ଏହି ରାସ୍ତାକୁ ଲାଗି ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ କମାରଯୋଡା ଓ ଏହାର ଆଖପାଖରେ ଶତାଧିକ ବସ୍ତି ଓ ହାଟିଂ ଆସୁଥିବାରୁ ସ୍ଥାନୀୟ ଅଧିବାସୀ ମାନେ ଧୂଳିଧୂଆଁରେ ଅତିଷ୍ଠ ହୋଇପଡୁଥିଲେ । ବାରମ୍ବାର ଅଭିଯୋଗ କରି କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ମଙ୍ଗଳବାର ସକାଳୁ ରାସ୍ତାରୋକ କରିଥିଲେ । ରାସ୍ତାରୋକ ଦ୍ୱାରା ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଯାନବାହାନ ଛିଡା ହୋଇ ଏକ କୁତ୍ରିମ ରାସ୍ତାଜାମ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଯୋଡା ଥାନା ପୋଲିସ ଏସଆଇ ଅଜୟ ମୁଣ୍ଡୁ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ଓ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୧ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା । ଦୁଇ ପାର୍ଶ୍ଵରେ ଅଟକି ରହିଥିବା ଭାରୀଯାନ ଚଳାଚଳ ସ୍ବାଭାବିକ ହୋଇଥିଲା।

Leave a Reply

Your email address will not be published. Required fields are marked *