ଜାତୀୟ ରାଜପଥ ନିର୍ମାଣକାରୀ ଘରୋଇ ଠିକାସଂସ୍ଥାର ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ପାଳିତ
ଖୋର୍ଦ୍ଧା : ୧୮/୦୧ :ରାଜ୍ୟ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଠାରୁ ଖୋର୍ଦ୍ଧା ଜିଲ୍ଲା ର ଟାଙ୍ଗୀ ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ନିମନ୍ତେ ନିର୍ମାଣ କାର୍ଯ୍ୟ କରୁଥିବା ଅଗ୍ରୱାଲ ଇନ୍ଫ୍ରାଷ୍ଟକଚର ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଘରୋଇ ଠିକାସଂସ୍ଥା ପକ୍ଷରୁ ଅ।ଜି ସଡକ ସୁରକ୍ଷା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ଓ ଏହି କାର୍ଯ୍ୟକ୍ରମ ଜାନୁୟାରୀ ମାସ ୧୮ ତାରିଖରେ ଆରମ୍ଭ ହୋଇ ଆସନ୍ତା ଫେବୃଆରୀ ମାସ ୧୭ ତାରିଖ ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଚାଲିବ ।
ଆଜି ଉକ୍ତ ଘରୋଇ ଠିକାସଂସ୍ଥାର ମଳିପଡ଼ା ଥରେ ଥିବା ବେସ୍ କ୍ୟାମ୍ପ ପରିସର ରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି ସଚେତନତା କାର୍ଯ୍ୟକ୍ରମ କମ୍ପାନୀର ସମସ୍ତ କର୍ମଚାରୀଙ୍କ ସହିତ ରାଜପଥରେ ଯାତାୟାତ କରୁଥିବା ପ୍ରତ୍ୟେକ ସାଧାରଣ ଜନତାଙ୍କୁ କରିବା ଉଦେଶ୍ୟରେ ଦୀର୍ଘ ଏକମାସ ବ୍ୟାପି ଏହି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ରାସ୍ତାରେ ଯାତାୟାତ କରିବା ବେଳେ ଓ ଗାଡି ଚଳାଇବା ବେଳେ କିପରି ନିଜ ଜୀବନକୁ ସୁରକ୍ଷିତ ରଖିବା ସହରାସ୍ତାରେ ଯାତାୟାତ କରୁଥିବା ଅନ୍ୟର ସୁରକ୍ଷାକୁ ଧ୍ୟାନ ଦେଇ ଗାଡି ଚଳାଇବା ଓ ଟ୍ରାଫିକ ନିୟମକୁ ସଦା ସର୍ବଦା ପାଳନ କରିବା ସମ୍ପର୍କରେ ନିର୍ମାଣକାରୀ ସଂସ୍ଥାର ମୁଖ୍ୟ ଶଶାଙ୍କ ଅଗ୍ରୱାଲ କହିଛନ୍ତି ।
ସେହିପରି ସଂସ୍ଥା ପକ୍ଷରୁ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ସହିତ ସଡ଼କ ଦୁର୍ଘଟଣାକୁ ସମ୍ପୂର୍ଣ ରୂପେ ବନ୍ଦ କରିବା ଓ ସାଧାରଣ ଜନତାଙ୍କୁ ସଡ଼କ ସୁରକ୍ଷା ବାବଦରେ ସବୁ ସମୟରେ ସଚେତନତା ସୃଷ୍ଟି କରିବା ଉପରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିବାର ମୁଖ୍ୟ ପରିଚାଳକ ଓ ସୁରକ୍ଷା ଅଧିକାରୀ ସନ୍ଦୀପ ଜୀ କହିଛନ୍ତି ।