ପଡୋଶୀ ଜମିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ଙ୍କ ମୃତ୍ୟୁ ଘଟଣାରେ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ହଟିଲା ରାସ୍ତା ରୋକ

ବାଙ୍କୀ ,ପ୍ରବାହ ନ୍ୟୁଜ୍ : ଆଜି ସକାଳୁ ଅଭାବନୀୟ ଘଟଣା ଘଟିଛି।ବାଙ୍କୀ ଥାନା ଅନ୍ତର୍ଗତ କୁଶପଙ୍ଗି ଗ୍ରାମର ଗନ୍ଧର୍ବ ଘଡେ଼ଇ ନାମକ ଜଣେ ଚାଷୀ ପ୍ରତି ଦିନ ଭଳି ସକାଳେ ନିଜ ଧାନ ଜମି କୁ ଯିବା ବେଳକୁ ପଡ଼ୋଶୀ ଜମିର ଚାଷୀ ବାରହା କିମ୍ବା ଜଂଗଲୀ ଜନ୍ତୁ ଜମିରେ ପଶି ଧାନ ନଷ୍ଟ କରୁଥିବା ଆଶଙ୍କାରେ ତାର ବାଡ ରେ ବିଦ୍ୟୁତ ସଂଯୋଗ କରିଥିବାରୁ ତାର ରେ ବିଦ୍ୟୁତ ଥିବାରୁ ଗନ୍ଧର୍ବ ଙ୍କ ଶରୀର ତାର ରେ ବାଜିବା ମାତ୍ରେ ଘଟଣା ସ୍ଥଳରେ ହିଁ ଛଟପଟ ହୋଇ ଚାଲିଗଲା ଜୀବନ। ପ୍ରତ୍ୟେକ ଦିନ ବୋଧ ହୁଏ ପଡୋଶୀ ଜମିର ଚାଷୀ ସନ୍ଧ୍ୟା ହେଲେ ବିଦ୍ୟୁତ ସଂଯୋଗ କରନ୍ତି ସକାଳୁ ବିଛିନ୍ନ କରି ଥାଆନ୍ତେ। ମାତ୍ର ବିଦ୍ୟୁତ ସଂଯୋଗ ବିଛିନ୍ନ କରି ନ ଥିବାରୁ ଅକାଳ ରେ ଚାଲିଗଲା ଜୀବନ। ତେଣୁ କ୍ଷତି ପୂରଣ ଦାବି ସହିତ ବିଦ୍ୟୁତ ସଂଯୋଗ କରିଥିବା ଚାଷୀ ଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁଶପଙ୍ଗି ଗ୍ରାମ ର ଶତାଧିକ ଲୋକ କଟକ ବାଙ୍କୀ ରାସ୍ତାରେ ଧାରଣା ଦେଇଥିଲେ। ସକାଳ ୮ ଟା ରୁ ପ୍ରାୟ ୩ ଘଣ୍ଟା ଧରି ବାଙ୍କୀ – କଟକ ମୁଖ୍ୟରାସ୍ତା ଅବରୋଧ ହୋଇଥଲା । ଯାହା। ଫଳରେ ଶହ ଶହ ଗାଡି ଅଟକି ରହିଥିଲା । ଘଟଣା ସ୍ଥଳରେ ବାଙ୍କୀ ଥନା ଆଈ,ଆଈ, ସି, ଦିଲ୍ଲୀପ କୁମାର ମର୍ଦ୍ଦରାଜ ଭୁଁୟା, ଏସ, ଡି, ପି, ଓ, ବାଳକୃଷ୍ଣ କଅଁର,ଡମପଡ଼ା ତହସିଲଦାର ବୈଶାଖୀ ଲେଙ୍କା ପହଞ୍ଚି ରେଡକ୍ରସ ତରଫରୁ ସହାୟତା ପ୍ରଦାନ କରା ଯିବା ସହିତ ଯାହାଙ୍କ ପାଇଁ ଜୀବନ ଯାଇଛି ତଦନ୍ତ କରାଯାଇ ବିଦ୍ୟୁତ ସଂଯୋଗ କରିଥିବା ବ୍ୟକ୍ତି ଅଭିଯୁକ୍ତ ଙ୍କୁ ଗିରଫ କରାଯିବାର ପ୍ରତିଶୃତି ମିଳିବା ରେ ଧାରଣା ପ୍ରତ୍ୟାହୃତ ହୋଇଛି। ଗମନା ଗମନ ସ୍ଵାଭାବିକ ଭାବେ ଆରମ୍ଭ ହୋଇଛି। ଜଣେ ଗରିବ ଚାଷୀ ଙ୍କ ପରିବାର କୁ ଆର୍ଥିକ ସହାୟତା ଯୋଗାଇ ଦେବା କୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave a Reply

Your email address will not be published. Required fields are marked *