୧୯୯୨ ମସିହା ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବନ୍ଧୁ ମିଳନ

କରଞ୍ଜିଆ , (ପ୍ରବହା ନ୍ୟୁଜ)- କରଞ୍ଜିଆ ନିକଟ ତିନିଧାରିଆ ଠାରେ ୧୯୯୨ ବ୍ୟାଚ ପ୍ରାକ୍ଟିସିଂ ଉପ୍ରା ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର, ଛାତ୍ରୀ ମାନଙ୍କ ଦ୍ଵାରା ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ସେହି ସମୟରେ ଶିକ୍ଷା ଦାନ କରାଉଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରୁ  ପ୍ରଧାନ ଶିକ୍ଷକ ସାଧୁ ଚରଣ ଦାସ,ଶିକ୍ଷୟତ୍ରୀ ମାଣିକ ହେମ୍ବ୍ରମ, ଶିକ୍ଷୟତ୍ରୀ ଦୀପାଳୀ ବୋଷ,ଶିକ୍ଷୟତ୍ରୀ ଆଞ୍ଜୁଳା ମହାନ୍ତ, ଶିକ୍ଷୟତ୍ରୀ ସୁକାନ୍ତି ସାହୁ ପ୍ରମୁଖ ଙ୍କୁ ସେତେବେଳେ ର ଛାତ୍ର ଛାତ୍ରୀ ମାନେ ନିମନ୍ତ୍ରିତ କରିଥିଲେ ଓ ପୁରାତନ ଛାତ୍ର, ଛାତ୍ରୀ ମାନଙ୍କୁ ପାଖରେ ପାଇ ଶିକ୍ଷକ ,ଶିକ୍ଷୟିତ୍ରୀ ମାନେ ଭାବବିହଳ ହୋଇଯାଇଥିଲେ ପରେପରେ ପୁରାତନ ଛାତ୍ର ଅରୁଣ କୁମାର ବେହେରା ଙ୍କ ଶୋଭାପତିତ୍ୱରେ ଏକ ସୋମର୍ଦ୍ଧନା ଶୋଭା ଅନୁଷ୍ଠିତ ହୋଇଥିଲା ପ୍ରଥମେ ମୃତ୍ୟୁ ବରଣ କରିଥିବା ଶିକ୍ଷକ ଓ ଛାତ୍ର ମାନଙ୍କ ପାଇଁ ୧ମିନିଟ ର ନିରବ ପ୍ରାଥନା କରାଯାଇଥିଲା ,ଅରୁଣ କୁମାର ବେହେରା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ଓ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ ଏବଂ ମୋଞ୍ଚାସିନ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିବା ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ସେତେବେଳେ ର ପୁରୁଣା ଶ୍ରୁତି କୁ ମନେ ପକାଇ ସମସ୍ତେ କିଛି ମୁହୂର୍ତ୍ତପାଇଁ ଭାବ ବିହୁଳ ହୋଇପଡିଥିଲେ ତାପରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଫୁଲତୋଡା  ମାନ ପତ୍ର ଓ ଶାଲ ଦେଇ ସୋମର୍ଦ୍ଧିତ କରାଯାଇଥିଲା ଶୋଭା ଶେସରେ ପୁରାତନ  ଛାତ୍ରୀ ମମତା ମୂର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ପରେ ପରେ ଆୟଜନ ହୋଇଥିବା ବଣ ଭୋଜିରେ ସମସ୍ତେ ମଜା ନେଇଥିଲେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ରବୀନ୍ଦ୍ର ମର୍ରାଣ୍ଡି,ଆସଗୋର ଇମାମ, କୁଳମଣି ବେହେରା,ଶିବ ବେହେରା ,ଦେବାଶିଷ ବେହେରା ଙ୍କ ସମତେ ୧୯୯୨ ମସିହାରେ ପଞ୍ଚମ ଶ୍ରେଣୀ ରେ ପଢ଼ୁଥିବା ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *